ନବ ଦାସ ହତ୍ୟା ମାମଲାର ଖୁବ୍ଶୀଘ୍ର ଫାଇନାଲ ରିପୋର୍ଟ
ଭୁବନେଶ୍ୱର,୨୮।୪: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଫାଇନାଲ ରିପୋର୍ଟ ଖୁବ୍ଶୀଘ୍ର ଦାଖଲ ହେବ। ଏ ନେଇ କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କ ସୂଚନା ଦେଇଛନ୍ତି। ଅନ୍ତରୀଣ ଚାର୍ଜସିଟ ବଳରେ ମାମଲାର ବିଚାର ଚାଲିଛି। ପରିବାରର ଅଭିଯୋଗ ଓ କେତେକ ପ୍ରସଙ୍ଗ ନେଇ ତଦନ୍ତ ଚାଲିଛି। ଶନିବାର କ୍ରାଇମ୍ବ୍ରାଞ୍ଚ ଏଏସ୍ପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ମନ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ପୋଲିସ ଏଏସ୍ଆଇ ଗୋପାଳ ଦାସଙ୍କ ବ୍ରହ୍ମପୁରସ୍ଥିତ ବାସଭବନକୁ ଯାଇଥିଲା। […] The post ନବ ଦାସ ହତ୍ୟା ମାମଲାର ଖୁବ୍ଶୀଘ୍ର ଫାଇନାଲ ରିପୋର୍ଟ appeared first on Dharitri Odia News.
ଭୁବନେଶ୍ୱର,୨୮।୪: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଫାଇନାଲ ରିପୋର୍ଟ ଖୁବ୍ଶୀଘ୍ର ଦାଖଲ ହେବ। ଏ ନେଇ କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କ ସୂଚନା ଦେଇଛନ୍ତି। ଅନ୍ତରୀଣ ଚାର୍ଜସିଟ ବଳରେ ମାମଲାର ବିଚାର ଚାଲିଛି।
ପରିବାରର ଅଭିଯୋଗ ଓ କେତେକ ପ୍ରସଙ୍ଗ ନେଇ ତଦନ୍ତ ଚାଲିଛି।
ଶନିବାର କ୍ରାଇମ୍ବ୍ରାଞ୍ଚ ଏଏସ୍ପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ମନ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ପୋଲିସ ଏଏସ୍ଆଇ ଗୋପାଳ ଦାସଙ୍କ ବ୍ରହ୍ମପୁରସ୍ଥିତ ବାସଭବନକୁ ଯାଇଥିଲା। ଆଙ୍କୋଲି ଶିଳ୍ପାଞ୍ଚଳ ନିକଟସ୍ଥ ପଞ୍ଚଶୀଳମାର୍ଗରେ ଥିବା ବାସଭବନରେ ସ୍ତ୍ରୀ ଜୟନ୍ତୀ ଦାସଙ୍କ ସହିତ କ୍ରାଇମବ୍ରାଞ୍ଚ ଟିମ୍ ଆଲୋଚନା କରିଥିଲା। ଗୁଳିମାଡ଼ ଘଟଣା ଦିନ ଓ ଏହା ପୂର୍ବରୁ ଜସହିତ କ’ଣ ସବୁ କଥା ହୋଇଥିଲେ ସେ ସବୁ ଦିଗ ପ୍ରତି ଗୁରୁତ୍ୱ ଦେଇ କ୍ରାଇମ୍ବ୍ରାଞ୍ଚ ଟିମ୍ ତାଙ୍କୁ ପଚରାଉଚରା କରିଥିଲା। ଏଥିସହ ତାଙ୍କର ବୟାନ ରେକର୍ଡ କରାଯାଇଥିବା ଏଏସ୍ପି ମଲ୍ଲିକ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୧ଜଣଙ୍କୁ ଜେରା କରାଯାଇ ବୟାନ ରେକର୍ଡ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଆହୁରି କିଛି ଲୋକଙ୍କୁ ପଚରାଉଚରା କରାଯିବ ବୋଲି ମଲ୍ଲିକ କହିଛନ୍ତି। ଏହି ମାମଲାର ଖୋଳତାଡ଼ ପାଇଁ ଗତ ୨୩ ତାରିଖରୁ କ୍ରାଇମ୍ବ୍ରାଞ୍ଚ ଟିମ୍ ବ୍ରହ୍ମପୁରରେ ଡେରା ପକାଇଛି।
୨୪ ତାରିଖରୁ ବିଭିନ୍ନ ଲୋକଙ୍କୁ ଡାକି ଜେରା କରୁଛି। ହତ୍ୟା ପୂର୍ବରୁ ଗୋପାଳ ଯେଉଁମାନଙ୍କ ସହିତ ଫୋନ୍ରେ କଥା ହୋଇଥିଲେ ତା’ର ସିଡିଆର୍ (କଲ ଡିଟେଲ ରେକର୍ଡ) ବାହାର କରି ଜଣକ ପରେ ଜଣେ ବ୍ୟକ୍ତିଙ୍କୁ କ୍ରାଇମବ୍ରାଞ୍ଚ ଜେରା କରୁଛି। ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତରୁ କ୍ରାଇମ୍ବ୍ରାଞ୍ଚ ହାତରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି।
ମାତ୍ର କ୍ରାଇମ୍ବ୍ରାଞ୍ଚ ଟିମ୍ ଏହି ଦିଗରେ କିଛି ସ୍ପଷ୍ଟ ସୂଚନା ଦେଉନାହିଁ। ଟିମ୍ ପକ୍ଷରୁ ଆଉ କିଛି ଲୋକଙ୍କୁ ମଧ୍ୟ ଜେରା କରାଯିବାର ସମ୍ଭାବନା ରହିଛି। ପୂର୍ବରୁ କ୍ରାଇମ୍ବ୍ରାଞ୍ଚ ଟିମ୍ ଗୋପାଳଙ୍କ ପୁଅ ମନୋଜ ଦାସ, ଭାଇ ସତ୍ୟ ନାରାୟଣ ଦାସ ଓ ତାଙ୍କ ପୁତୁରା ପ୍ରଦୀପ ଦାସଙ୍କୁ ପଚରାଉଚରା କରି ବୟାନ ରେକର୍ଡ କରିଛି।
ଶନିବାର ଜୟନ୍ତୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଗତଥର ତଦନ୍ତ ପାଇଁ ବ୍ରହ୍ମପୁର ଆସିଥିବା କ୍ରାଇମ୍ବ୍ରାଞ୍ଚ ଟିମ ମଧ୍ୟ ଏ ସମସ୍ତଙ୍କର ବୟାନ ନେଇଥିଲା। ୪ଜଣ ପରିବାରବର୍ଗ, ଜଣେ ପୋଲିସ ବନ୍ଧୁ, ଓଏସ୍ଆର୍ଟିସିର ଜଣେ ବସ୍ କଣ୍ଡକ୍ଟର୍ ଏହିଭଳି ୧୧ଜଣଙ୍କ ବୟାନ କ୍ରାଇମ୍ବ୍ରାଞ୍ଚ ଟିମ୍ ଇତିମଧ୍ୟରେ ନେଇସାରିଥିବା ଜଣାପଡ଼ିଛି।
The post ନବ ଦାସ ହତ୍ୟା ମାମଲାର ଖୁବ୍ଶୀଘ୍ର ଫାଇନାଲ ରିପୋର୍ଟ appeared first on Dharitri Odia News.