କାହିଁକି ନିଲମ୍ବିତ ହେଲେ ହେମଗିରି ତହସିଲଦାର…

ସୁନ୍ଦରଗଡ/ହେମଗିର,୩୦।୧୧(ଜୟ ନାରାୟଣ ମେଣ୍ଡୁଳି/ଚୈତନ୍ୟ ପଟେଲ): କାର୍ଯ୍ୟରେ ଅବହେଳା ଯୋଗୁ ସୁନ୍ଦରଗଡ଼ ଜିଲା ହେମଗିର ତହସିଲଦାର ଲାବଣେନ୍ଦୁ ମହାନ୍ତିଙ୍କୁ ନିଲମ୍ବନ କରାଯାଇଛି। କାର୍ଯ୍ୟରେ ଅବହେଳା ଅଭିଯୋଗ ପରେ ସୁନ୍ଦରଗଡ଼ ଜିଲାପାଳଙ୍କ ରିପୋର୍ଟକୁ ଆଧାର କରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟସଚିବ ଏହି ନିଲମ୍ବନ ଆଦେଶ ଦେଇଛନ୍ତି। ତୁରନ୍ତ ଦାୟିତ୍ୱ ହସ୍ତାନ୍ତର ସହ ନିଲମ୍ବନ ଆଦେଶ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜିଲାପାଳଙ୍କ ବିନା ଅନୁମତିରେ ସେ […] The post କାହିଁକି ନିଲମ୍ବିତ ହେଲେ ହେମଗିରି ତହସିଲଦାର… appeared first on Dharitri Odia News.

କାହିଁକି ନିଲମ୍ବିତ ହେଲେ ହେମଗିରି ତହସିଲଦାର…

ସୁନ୍ଦରଗଡ/ହେମଗିର,୩୦।୧୧(ଜୟ ନାରାୟଣ ମେଣ୍ଡୁଳି/ଚୈତନ୍ୟ ପଟେଲ): କାର୍ଯ୍ୟରେ ଅବହେଳା ଯୋଗୁ ସୁନ୍ଦରଗଡ଼ ଜିଲା ହେମଗିର ତହସିଲଦାର ଲାବଣେନ୍ଦୁ ମହାନ୍ତିଙ୍କୁ ନିଲମ୍ବନ କରାଯାଇଛି। କାର୍ଯ୍ୟରେ ଅବହେଳା ଅଭିଯୋଗ ପରେ ସୁନ୍ଦରଗଡ଼ ଜିଲାପାଳଙ୍କ ରିପୋର୍ଟକୁ ଆଧାର କରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟସଚିବ ଏହି ନିଲମ୍ବନ ଆଦେଶ ଦେଇଛନ୍ତି। ତୁରନ୍ତ ଦାୟିତ୍ୱ ହସ୍ତାନ୍ତର ସହ ନିଲମ୍ବନ ଆଦେଶ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜିଲାପାଳଙ୍କ ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ ବୋଲି ମଧ୍ୟ ନିର୍ଦ୍ଦେଶ ରହିଛି।

The post କାହିଁକି ନିଲମ୍ବିତ ହେଲେ ହେମଗିରି ତହସିଲଦାର… appeared first on Dharitri Odia News.