ପୂର୍ବତନ କଂଗ୍ରେସ ବିଧାୟକଙ୍କ ନାଁରେ ବଳାତ୍କାର ଅଭିଯୋଗ

ଯୋଧପୁର,୨୨ା୧୨: ରାଜସ୍ଥାନ ଯୋଧପୁର ଅଞ୍ଚଳର ଜଣେ ମହିଳା ବର୍‌ମେରର ପୂର୍ବତନ କଂଗ୍ରେସ ବିଧାୟକ ମେଭାରାମ ଜୈନ ଏବଂ ଆର୍‌ପିଏସ୍‌ ଅଫିସର ଆନନ୍ଦ ସିଂ ରାଜପୁରୋହିତଙ୍କ ସମେତ ୯ ଜଣଙ୍କ ନାମରେ ବଳାତ୍କାର ଅଭିଯୋଗ ଆଣିବା ପରେ ଯୋଧପୁରର ରାଜୀବଗାନ୍ଧୀ ନଗର ଥାନାରେ ମାମଲା ରୁଜୁ ହୋଇଛି। ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ବାର୍‌ମେରର ଏସ୍‌ଏଚ୍‌ଓ ଗଙ୍ଗାରାମ ଖଓ୍ବା ଏବଂ ସବ୍‌ଇନ୍ସପେକ୍ଟର ଦାଉଦ ଖାନ୍‌ ଏବଂ ପ୍ରଧାନ ଗିରିଧାରୀ ସିଂ ସୋଧା ଅଛନ୍ତି। ଅଭିଯୁକ୍ତମାନେ ଦୁଇବର୍ଷ ତଳେ ଉକ୍ତ ମହିଳାଙ୍କୁ […] The post ପୂର୍ବତନ କଂଗ୍ରେସ ବିଧାୟକଙ୍କ ନାଁରେ ବଳାତ୍କାର ଅଭିଯୋଗ appeared first on Dharitri Odia News.

ପୂର୍ବତନ କଂଗ୍ରେସ ବିଧାୟକଙ୍କ ନାଁରେ ବଳାତ୍କାର ଅଭିଯୋଗ

ଯୋଧପୁର,୨୨ା୧୨: ରାଜସ୍ଥାନ ଯୋଧପୁର ଅଞ୍ଚଳର ଜଣେ ମହିଳା ବର୍‌ମେରର ପୂର୍ବତନ କଂଗ୍ରେସ ବିଧାୟକ ମେଭାରାମ ଜୈନ ଏବଂ ଆର୍‌ପିଏସ୍‌ ଅଫିସର ଆନନ୍ଦ ସିଂ ରାଜପୁରୋହିତଙ୍କ ସମେତ ୯ ଜଣଙ୍କ ନାମରେ ବଳାତ୍କାର ଅଭିଯୋଗ ଆଣିବା ପରେ ଯୋଧପୁରର ରାଜୀବଗାନ୍ଧୀ ନଗର ଥାନାରେ ମାମଲା ରୁଜୁ ହୋଇଛି। ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ବାର୍‌ମେରର ଏସ୍‌ଏଚ୍‌ଓ ଗଙ୍ଗାରାମ ଖଓ୍ବା ଏବଂ ସବ୍‌ଇନ୍ସପେକ୍ଟର ଦାଉଦ ଖାନ୍‌ ଏବଂ ପ୍ରଧାନ ଗିରିଧାରୀ ସିଂ ସୋଧା ଅଛନ୍ତି। ଅଭିଯୁକ୍ତମାନେ ଦୁଇବର୍ଷ ତଳେ ଉକ୍ତ ମହିଳାଙ୍କୁ ବଳାତ୍କାର କରିବା ସହ ତାଙ୍କ କିଶୋରୀ ଝିଅଙ୍କୁ ଅସଦାଚରଣ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ମହିଳାଙ୍କ ଜଣେ ବନ୍ଧୁଙ୍କୁ ମଧ୍ୟ ଅଭିଯୁକ୍ତମାନେ ବଳାତ୍କାର କରିବା ସହ ଅନ୍ୟ ଝିଅମାନଙ୍କୁ ଆଣିବା ପାଇଁ ତାଙ୍କ ଉପରେ ଚାପ ପକାଇଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି। ପୂର୍ବତନ ବିଧାୟକଙ୍କ ସମେତ ୯ ଜଣଙ୍କ ବିରୋଧରେ ଗଣବଳାତ୍କାର ଏବଂ ଧମକ ଦେବା ନେଇ ମାମଲା ରୁଜୁ ହୋଇଥିବା ଏସ୍‌ଏଚ୍‌ଓ ଶକିଲ ଅହମଦ କହିଛନ୍ତି।

The post ପୂର୍ବତନ କଂଗ୍ରେସ ବିଧାୟକଙ୍କ ନାଁରେ ବଳାତ୍କାର ଅଭିଯୋଗ appeared first on Dharitri Odia News.