ସ୍ବପ୍ନିଲଙ୍କୁ ରେଳ ବିଭାଗ ପକ୍ଷରୁ ବଡ଼ ଉପହାର ଘୋଷଣା
ଚାଟାରକ୍ସ, ୨।୮: ପ୍ୟାରିସ ଅଲିମ୍ପିକ୍ସରେ କରାମତି ଦେଖାଇଛନ୍ତି ଭାରତୀୟ ଶୁଟର ସ୍ବପ୍ନିଲ କୁସାଲେ। ଚାଟାରକ୍ସ ଶୁଟିଂ ରେଞ୍ଜ୍ରେ ଭାରତ ପାଇଁ ଜିତିଛନ୍ତି ତୃତୀୟ ବ୍ରୋଞ୍ଜ ପଦକ। ୫୦ ମିଟର ରାଇଫଲ ୩ ପୋଜିଶନ୍ସ ଇଭେଣ୍ଟରେ ସେ ପାଇଛନ୍ତି ଏହି ସଫଳତା। ପ୍ରଥମ ଭାରତୀୟ ଭାବେ ସେ ୫୦ ମିଟର ରାଇଫଲ ୩ ପୋଜିଶନ୍ସରେ ଅଲିମ୍ପିକ୍ସ ପଦକ ଜିତି ଦେଶର ଶୁଟିଂ ଇତିହାସକୁ ସମୃଦ୍ଧ କରିଛନ୍ତି। ଖାଲି ପେଟ ଏବଂ ହୃଦ୍ସ୍ପନ୍ଦନ ବୃଦ୍ଧି ସତ୍ତ୍ୱେ ସେ ଏକାଗ୍ରତା ରକ୍ଷାକରି […] The post ସ୍ବପ୍ନିଲଙ୍କୁ ରେଳ ବିଭାଗ ପକ୍ଷରୁ ବଡ଼ ଉପହାର ଘୋଷଣା appeared first on Dharitri Odia News.
ଚାଟାରକ୍ସ, ୨।୮: ପ୍ୟାରିସ ଅଲିମ୍ପିକ୍ସରେ କରାମତି ଦେଖାଇଛନ୍ତି ଭାରତୀୟ ଶୁଟର ସ୍ବପ୍ନିଲ କୁସାଲେ। ଚାଟାରକ୍ସ ଶୁଟିଂ ରେଞ୍ଜ୍ରେ ଭାରତ ପାଇଁ ଜିତିଛନ୍ତି ତୃତୀୟ ବ୍ରୋଞ୍ଜ ପଦକ। ୫୦ ମିଟର ରାଇଫଲ ୩ ପୋଜିଶନ୍ସ ଇଭେଣ୍ଟରେ ସେ ପାଇଛନ୍ତି ଏହି ସଫଳତା। ପ୍ରଥମ ଭାରତୀୟ ଭାବେ ସେ ୫୦ ମିଟର ରାଇଫଲ ୩ ପୋଜିଶନ୍ସରେ ଅଲିମ୍ପିକ୍ସ ପଦକ ଜିତି ଦେଶର ଶୁଟିଂ ଇତିହାସକୁ ସମୃଦ୍ଧ କରିଛନ୍ତି। ଖାଲି ପେଟ ଏବଂ ହୃଦ୍ସ୍ପନ୍ଦନ ବୃଦ୍ଧି ସତ୍ତ୍ୱେ ସେ ଏକାଗ୍ରତା ରକ୍ଷାକରି ଦେଶକୁ ଗର୍ବିତ କରିଛନ୍ତି। ଏକଦା ୬ଷ୍ଠ ସ୍ଥାନରେ ଥିବା କୁସାଲେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ମୋଟ ୪୫୧.୪ ପଏଣ୍ଟ ସହିତ ତୃତୀୟ ସ୍ଥାନ ହାସଲ କରିଛନ୍ତି। ଚାଇନାର ୟୁକୁନ ଲିଉ ୪୬୩.୬ ଓ ୟୁକ୍ରେନର ଶେରହି କୁଲିଶ୍ ୪୬୧.୩ ପଏଣ୍ଟ ସହିତ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ପାଇଛନ୍ତି। କୁଶାଲେଙ୍କ ସଫଳତାକୁ ମିଶାଇ ଚଳିତ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୩ରେ ପହଞ୍ଚତ୍ଛି।
ସ୍ବପି୍ନଲଙ୍କ ସଫଳତା ପରେ କେନ୍ଦ୍ରୀୟ ରେଳବାଇର ସ୍ପୋର୍ଟସ ସେଲରେ ସ୍ପେଶାଲ ଡ୍ୟୁଟିରେ ଅଫିସର ପଦୋନ୍ନତି ଦିଆଯାଇଛି। ଏହାପୂର୍ବରୁ ସେ ଟିକେଟ କଲେକ୍ଟର ପଦରେ କାମ କରୁଥିଲେ। ଏଥି ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କୁସାଲେଙ୍କ ପାଇଁ ୧ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି।
The post ସ୍ବପ୍ନିଲଙ୍କୁ ରେଳ ବିଭାଗ ପକ୍ଷରୁ ବଡ଼ ଉପହାର ଘୋଷଣା appeared first on Dharitri Odia News.