Video: ଲାଇଭ୍ ଶୋ’ରେ ବର୍ଷିଲେ ହରଭଜନ: କହିଲେ ଟିମ୍ ଇଣ୍ଡିଆ ପାକିସ୍ତାନ ଯିବାର ପ୍ରଶ୍ନ ନାହିଁ …
ନୂଆଦିଲ୍ଲୀ,୧୩।୭: ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ହେବାକୁ ଯାଉଛି। ହେଲେ ଏବେଠାରୁ ଟୁର୍ନାମେଣ୍ଟକୁ ନେଇ ବିବାଦ ଦେଖାଦେଇଛି। ବିସିସିଆଇ ଭାରତ ସରକାରଙ୍କ ଅନୁମତି ବିନା ଟିମ୍ ଇଣ୍ଡିଆକୁ ପାକିସ୍ତାନକୁ ପଠାଇବ ନାହିଁ। ଏମିତିରେ ପଡୋଶୀ ଦେଶକୁ ଯିବା ଏକପ୍ରକାର ସମ୍ଭବ ନୁହେଁ ବୋଲି କୁହାଯାଉଛି। ରିପୋର୍ଟ ମୁତାବକ ଚାମ୍ପିଅନ୍ସ ଟ୍ରଫି ଲାଗି ହାଇବ୍ରିଡ ମଡେଲ ଦାବି କରୁଛି ବିସିସିଆଇ। ଏଥିଲାଗି ଟିମ୍ ଇଣ୍ଡିଆ ନିଜ ମ୍ୟାଚଗୁଡ଼ିକ ପାକିସ୍ତାନ ବଦଳରେ ଶ୍ରୀଲଙ୍କା ନଚେତ ଦୁବାଇରେ ଖେଳିବାକୁ […] The post Video: ଲାଇଭ୍ ଶୋ’ରେ ବର୍ଷିଲେ ହରଭଜନ: କହିଲେ ଟିମ୍ ଇଣ୍ଡିଆ ପାକିସ୍ତାନ ଯିବାର ପ୍ରଶ୍ନ ନାହିଁ … appeared first on Dharitri Odia News.
ନୂଆଦିଲ୍ଲୀ,୧୩।୭: ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ହେବାକୁ ଯାଉଛି। ହେଲେ ଏବେଠାରୁ ଟୁର୍ନାମେଣ୍ଟକୁ ନେଇ ବିବାଦ ଦେଖାଦେଇଛି। ବିସିସିଆଇ ଭାରତ ସରକାରଙ୍କ ଅନୁମତି ବିନା ଟିମ୍ ଇଣ୍ଡିଆକୁ ପାକିସ୍ତାନକୁ ପଠାଇବ ନାହିଁ। ଏମିତିରେ ପଡୋଶୀ ଦେଶକୁ ଯିବା ଏକପ୍ରକାର ସମ୍ଭବ ନୁହେଁ ବୋଲି କୁହାଯାଉଛି। ରିପୋର୍ଟ ମୁତାବକ ଚାମ୍ପିଅନ୍ସ ଟ୍ରଫି ଲାଗି ହାଇବ୍ରିଡ ମଡେଲ ଦାବି କରୁଛି ବିସିସିଆଇ। ଏଥିଲାଗି ଟିମ୍ ଇଣ୍ଡିଆ ନିଜ ମ୍ୟାଚଗୁଡ଼ିକ ପାକିସ୍ତାନ ବଦଳରେ ଶ୍ରୀଲଙ୍କା ନଚେତ ଦୁବାଇରେ ଖେଳିବାକୁ ଚାହୁଁଛି। ଏହି ଖବର ସାମ୍ନାକୁ ଆସିବା ପରେ ପାକିସ୍ତାନରେ ଅସନ୍ତୋଷ ବୃଦ୍ଧି ପାଇଛି। ଏହି ପ୍ରସଙ୍ଗରେ ପୂର୍ବତନ କ୍ରିକେଟର ହରଭଜନ ସିଂ ପାକିସ୍ତାନୀ ଗଣମାଧ୍ୟମ ସହ ପୂର୍ବତନ ଖେଳାଳିଙ୍କୁ କଡ଼ା ଭାଷାରେ ଜବାବ ଦେଇଛନ୍ତି।
ଏକ ପାକିସ୍ତାନୀ ଚ୍ୟାନେଲ ସହ ଅତିଥି ଭାବେ ଯୋଡ଼ି ହୋଇ ହରଭଜନ କହିଛନ୍ତି, ଟିମ୍ ଇଣ୍ଡିଆ ବିଲ୍କୁଲ ପାକିସ୍ତାନ ଯିବ ନାହିଁ। କାରଣ ଦଳକୁ ପାକିସ୍ତାନର ଆବଶ୍ୟକତା ନାହିଁ। ଯଦି ଆପଣମାନେ ଟିମ ଇଣ୍ଡିଆ ବିନା ତିଷ୍ଠି ପାରିବେ ତେବେ ଆପଣ ଯାହା କରିବା କଥା କରନ୍ତୁ।
Indian cricket can survive without pakistan
![]()
Harbhajan Singh on fire pic.twitter.com/NVtkJzX7o9
— Politics Pe Charcha (@politicscharcha) July 12, 2024
କହିରଖୁଛୁ, ପାକିସ୍ତାନୀ ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଉଛି ଯେ ଯଦି ଚାମ୍ପିୟନ୍ସ ଟ୍ରଫି ଖେଳିବା ଲାଗି ଟିମ୍ ଇଣ୍ଡିଆ ପାକିସ୍ତାନ ନ ଆସେ ତେବେ ଟିମ ଇଣ୍ଡିଆ ସ୍ଥାନରେ ଶ୍ରୀଲଙ୍କା ଏହି ଟୁର୍ନାମେଣ୍ଟ ଖେଳିବ। ଏସିଆ କପ ସମୟରେ ମଧ୍ୟ ଏଭଳି ସ୍ଥିତି ଉପୁଜିଥିଲା। ଏଣୁ ଆଗାମୀ ଟୁର୍ନାମେଣ୍ଟରେ ଏଭଳି ହେବା ଦେଖିବା ସାଧାରଣ କଥା ହୋଇଯିବ ବୋଲି କୁହାଯାଉଛି।
The post Video: ଲାଇଭ୍ ଶୋ’ରେ ବର୍ଷିଲେ ହରଭଜନ: କହିଲେ ଟିମ୍ ଇଣ୍ଡିଆ ପାକିସ୍ତାନ ଯିବାର ପ୍ରଶ୍ନ ନାହିଁ … appeared first on Dharitri Odia News.