ବ୍ୟକ୍ତିଗତ ଭାବରେ ଇଲେକ୍ଟ୍ରୋରାଲ ବଣ୍ଡ୍‌ କିଣିଥିବା ଟପ୍‌ ୧୦ ବ୍ୟକ୍ତି ବିଜେପିକୁ ଦେଇଛନ୍ତି ୮୪ ପ୍ରତିଶତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଏସବିଆଇ ଗୁରୁବାର ନିର୍ବାଚନୀ ବଣ୍ଡ୍‌କୁ ନେଇ ପ୍ରାୟ ସବୁ ତଥ୍ୟର ଖୁଲାସା କରିଛି। ଚାନ୍ଦା ଦେଇଥିବା ବ୍ୟକ୍ତି, ପାର୍ଟୀଙ୍କ ନାମ ଏବଂ ଚାନ୍ଦା ରାଶି ସହ ସବୁ ସୂଚନା ସାର୍ବଜନିକ ହୋଇଛି।ତେବେ ଗୁରୁବାର ନିର୍ବାଚନ କମିଶନଙ୍କ ଦ୍ବାରା ଜାରି ତଥ୍ୟ ଅନୁଯାୟୀ ବ୍ୟକ୍ତିଗତ ଭାବରେ ବଣ୍ଡ୍‌ କିଣିଥିବା ୧୦ ବ୍ୟକ୍ତି, ୨୦୧୯ ଏପ୍ରିଲ ୧୨ରୁ ୨୦୨୪ ଜାନୁଆରୀ ୧୧ ମଧ୍ୟରେ ୧୮୦.୨ କୋଟି ଟଙ୍କାର ବଣ୍ଡ୍‌ କିଣିଛନ୍ତି। ଆଉ ଏହାର ପ୍ରାୟ ୧୫୨.୨ କୋଟି ଟଙ୍କା ବା ୮୪.୫% ଟଙ୍କା କେବଳ ବିଜେପିକୁ ଦାନ କରାଯାଇଛି। ସେହିଭଳି ଦ୍ବିତୀୟରେ ତୃଣମୂଳ କଂଗ୍ରେସକୁ ୧୬.୨ କୋଟି ଟଙ୍କା ବା ୯ ପ୍ରତିଶତ। ତୃତୀୟରେ ବିଆରଏସ ୫ କୋଟି ଟଙ୍କା ପାଇଛନ୍ତି। ତେବେ ଏହି ଟପ୍‌ ୧୦ ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି, ମିତ୍ତଲ, ମର୍ଚ୍ଚାଣ୍ଟ, କେଆର ରାଜା ଜେଟି, ଇନ୍ଦର ଠାକୁରଦାସ ଜୟସିଙ୍ଘାନୀ, ରାହୁଲ ଜଗନ୍ନାଥ ଜୋଶୀ ଏବଂ ତାଙ୍କ ପୁଅ ହରମେଶ ରାହୁଲ ଯୋଶୀ, ରାଜୁ କୁମାର ଶର୍ମା, ସୌରଭ ଗୁପ୍ତା, ଏବଂ ଅନୀତା ହେମନ୍ତ ଶାହ ମଧ୍ୟ ବିଜେପିକୁ ଦାନ ଦେଇଛନ୍ତି।ସେହିଭଳି ବ୍ୟକ୍ତିଗତ ଭାବରେ ଚାନ୍ଦା ଦେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ଆର୍ସେଲରମିତ୍ତଲ ଅଧ୍ୟକ୍ଷ ଲକ୍ଷ୍ମୀ ନିଓ୍ବାସ ମିତ୍ତଲ। ସେ ପ୍ରାୟ ୩୫ କୋଟିର ବଣ୍ଡ୍‌ କିଣିଥିଲେ। ଯାହାକୁ ସେ ବିଜେପିକୁ ଦାନ କରିଛନ୍ତି। ଦ୍ବିତୀୟରେ ବ୍ୟକ୍ତିଗତ ଭାବରେ ବଣ୍ଡ୍‌

ବ୍ୟକ୍ତିଗତ ଭାବରେ ଇଲେକ୍ଟ୍ରୋରାଲ ବଣ୍ଡ୍‌ କିଣିଥିବା ଟପ୍‌ ୧୦ ବ୍ୟକ୍ତି ବିଜେପିକୁ ଦେଇଛନ୍ତି ୮୪ ପ୍ରତିଶତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଏସବିଆଇ ଗୁରୁବାର ନିର୍ବାଚନୀ ବଣ୍ଡ୍‌କୁ ନେଇ ପ୍ରାୟ ସବୁ ତଥ୍ୟର ଖୁଲାସା କରିଛି। ଚାନ୍ଦା ଦେଇଥିବା ବ୍ୟକ୍ତି, ପାର୍ଟୀଙ୍କ ନାମ ଏବଂ ଚାନ୍ଦା ରାଶି ସହ ସବୁ ସୂଚନା ସାର୍ବଜନିକ ହୋଇଛି।ତେବେ ଗୁରୁବାର ନିର୍ବାଚନ କମିଶନଙ୍କ ଦ୍ବାରା ଜାରି ତଥ୍ୟ ଅନୁଯାୟୀ ବ୍ୟକ୍ତିଗତ ଭାବରେ ବଣ୍ଡ୍‌ କିଣିଥିବା ୧୦ ବ୍ୟକ୍ତି, ୨୦୧୯ ଏପ୍ରିଲ ୧୨ରୁ ୨୦୨୪ ଜାନୁଆରୀ ୧୧ ମଧ୍ୟରେ ୧୮୦.୨ କୋଟି ଟଙ୍କାର ବଣ୍ଡ୍‌ କିଣିଛନ୍ତି। ଆଉ ଏହାର ପ୍ରାୟ ୧୫୨.୨ କୋଟି ଟଙ୍କା ବା ୮୪.୫% ଟଙ୍କା କେବଳ ବିଜେପିକୁ ଦାନ କରାଯାଇଛି। ସେହିଭଳି ଦ୍ବିତୀୟରେ ତୃଣମୂଳ କଂଗ୍ରେସକୁ ୧୬.୨ କୋଟି ଟଙ୍କା ବା ୯ ପ୍ରତିଶତ। ତୃତୀୟରେ ବିଆରଏସ ୫ କୋଟି ଟଙ୍କା ପାଇଛନ୍ତି। 

ତେବେ ଏହି ଟପ୍‌ ୧୦ ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି, ମିତ୍ତଲ, ମର୍ଚ୍ଚାଣ୍ଟ, କେଆର ରାଜା ଜେଟି, ଇନ୍ଦର ଠାକୁରଦାସ ଜୟସିଙ୍ଘାନୀ, ରାହୁଲ ଜଗନ୍ନାଥ ଜୋଶୀ ଏବଂ ତାଙ୍କ ପୁଅ ହରମେଶ ରାହୁଲ ଯୋଶୀ, ରାଜୁ କୁମାର ଶର୍ମା, ସୌରଭ ଗୁପ୍ତା, ଏବଂ ଅନୀତା ହେମନ୍ତ ଶାହ ମଧ୍ୟ ବିଜେପିକୁ ଦାନ ଦେଇଛନ୍ତି।

ସେହିଭଳି ବ୍ୟକ୍ତିଗତ ଭାବରେ ଚାନ୍ଦା ଦେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ଆର୍ସେଲରମିତ୍ତଲ ଅଧ୍ୟକ୍ଷ ଲକ୍ଷ୍ମୀ ନିଓ୍ବାସ ମିତ୍ତଲ। ସେ ପ୍ରାୟ ୩୫ କୋଟିର ବଣ୍ଡ୍‌ କିଣିଥିଲେ। ଯାହାକୁ ସେ ବିଜେପିକୁ ଦାନ କରିଛନ୍ତି। ଦ୍ବିତୀୟରେ ବ୍ୟକ୍ତିଗତ ଭାବରେ ବଣ୍ଡ୍‌ କିଣିଥିବା ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ଲକ୍ଷ୍ମୀ ଦାସ ବଲ୍ଲଭଦାସ ମର୍ଚ୍ଚାଣ୍ଟ, ସେ ପ୍ରାୟ ୨୫ କୋଟି ଟଙ୍କା ୨୦୨୩ ନଭେମ୍ବରରେ ବିଜେପିକୁ ଦାନ ଦେଇଛନ୍ତି। ମର୍ଚ୍ଚାଣ୍ଟ ହେଉଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଗ୍ରୁପ୍‌ କଣ୍ଟ୍ରୋଲର। ସେ ପ୍ରାୟ ୩୩ ବର୍ଷରୁ କମ୍ପାନି ସହ ରହିଛନ୍ତି।

ଇଣ୍ଡିଗୋ ରାହୁଲ ଭାଟିଆ ୧୬.୨ କୋଟି ଟଙ୍କା ଟିଏମସି ଏବଂ ୩.୮ କୋଟି ଟଙ୍କା ଏନସିପିକୁ ଦାନ ଦେଇଛନ୍ତି। ଏହା ବାଦ୍‌ ଇଣ୍ଡିଗୋ ଏବଂ ଏହାର ଅନୁବନ୍ଧିତ କମ୍ପାନି ୨୦୧୯ରେ ବିଜେପି ୩୧ କୋଟି, ଏବଂ ଏପ୍ରିଲ ୨୦୨୩ରେ ୫ କୋଟି ଟଙ୍କା ଦାନ ଦେଇଥିଲେ। 

ସେହିଭଳି, ଅଜନ୍ତା ଫାର୍ମାର ସିଇଓ ରାଜେଶ ମନ୍ନାଲାଲ ଅଗ୍ରଓ୍ବାଲ ପ୍ରାୟ ୧୩ କୋଟି ଦାନ କରିଛନ୍ତି, ଯେଉଁଥିରେ ବିଜେପି ଏବଂ ବିଆରଏସକୁ ୫-୫କୋଟି ଟଙ୍କା କଂଗ୍ରେସକୁ ୩ କୋଟି ଦାନ କରିଛନ୍ତି। ସେହିଭଳି ଅଜନ୍ତା ଫାର୍ମା ବିଜେପିକୁ ୩ କୋଟି ଏବଂ କଂଗ୍ରେସକୁ ୧ କୋଟି ଟଙ୍କା ଦାନ ଦେଇଛି।

ସେହିଭଳି ବ୍ୟକ୍ତିଗତ ଭାବରେ ଚାନ୍ଦା ଦେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ବାୟୋକଏନର କିରନ ମଜୁମଦାର ଶ, ବ୍ୟକ୍ତିଗତ ଚାନ୍ଦା ଦେବାରେ ସ ୧୨ତମ ରାଙ୍କରେ ରହିଛନ୍ତି। ସେ ବିଜେପିକୁ ଦୁଇଟି ପର୍ଯ୍ୟାୟରେ ୬ କୋଟି ଟଙ୍କା ଏବଂ ୪ କୋଟି ଟଙ୍କା ବିଜେପିକୁ ଦେଇଛନ୍ତି। ଏହା ସହ ଜେଡିଏସ ଏବଂ କଂଗ୍ରେସକୁ ମଧ୍ୟ ୧-୧ କୋଟି ଟଙ୍କା ଦାନ ଦେଇଛନ୍ତି।