ଅତ୍ୟଧିକ ଗୁଳୁଗୁଳିରୁ ଅଚେତ ଛାତ୍ରଛାତ୍ରୀ, ହସ୍ପିଟାଲରେ ପହଞ୍ଚିଲେ ବିଧାୟକ

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ବେଗୁନିଆ ପଂଚାୟତ ର ସ୍ଵପନେଶ୍ୱର ହାଇସ୍କୁଲର ଆଜି ୪ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଗୁରୁତର ହୋଇ ପଡ଼ିଛନ୍ତି।ବିଦ୍ୟୁତକାଟ ସାଙ୍ଗକୁ ଅତ୍ୟଧିକ ଗୁଳୁଗୁଳି ପାଇଁ ଛାତ୍ରଛାତ୍ରୀ ମାନେ ଜଣକ ପରେ ଜଣେ ଅସୁସ୍ଥ ହୋଇପଡିଥିଲେ। ୪ ଜଣଙ୍କୁ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ତେବେ ହସ୍ପିଟାଲରେ ଅଂଶୁଘାତ ଘରେ ନରଖି ଅନ୍ୟ ୱାର୍ଡ଼ରେ ରଖିବା ନେଇ ଅସନ୍ତୋଷ ଲାଗିରହିଥିଲା। ଖବର ପାଇ ନୀଳଗିରି ବିଧାୟକ ସୁକାନ୍ତ ଖଟୁଆ ହସ୍ପିଟାଲ ପହଞ୍ଚି ସ୍ୱାସ୍ଥ୍ୟ ଅବସ୍ଥାରେ ଯାଞ୍ଚ କରି କିଛି ଅଵ୍ୟଵସ୍ଥା ସୁଧାର ପାଇଁ ପରାମର୍ଶ ଦେଇଥିଲେ।ହେଲେ ବାରମ୍ବାର କହିବା ପରେ ଯେଉଁ କର୍ମଚାରୀ ମାନେ ସୁଧୁରୁ ନାହାନ୍ତି ତାଙ୍କ ବିରୁଦ୍ଧରେ ବାଧ୍ୟ ହୋଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ଅତ୍ୟଧିକ ଗୁଳୁଗୁଳିରୁ ଅଚେତ  ଛାତ୍ରଛାତ୍ରୀ, ହସ୍ପିଟାଲରେ ପହଞ୍ଚିଲେ ବିଧାୟକ

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ବେଗୁନିଆ ପଂଚାୟତ ର ସ୍ଵପନେଶ୍ୱର ହାଇସ୍କୁଲର ଆଜି ୪ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଗୁରୁତର ହୋଇ ପଡ଼ିଛନ୍ତି।ବିଦ୍ୟୁତକାଟ ସାଙ୍ଗକୁ ଅତ୍ୟଧିକ ଗୁଳୁଗୁଳି ପାଇଁ ଛାତ୍ରଛାତ୍ରୀ ମାନେ ଜଣକ ପରେ ଜଣେ ଅସୁସ୍ଥ ହୋଇପଡିଥିଲେ। ୪ ଜଣଙ୍କୁ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। 

ତେବେ ହସ୍ପିଟାଲରେ ଅଂଶୁଘାତ ଘରେ ନରଖି ଅନ୍ୟ ୱାର୍ଡ଼ରେ ରଖିବା ନେଇ ଅସନ୍ତୋଷ ଲାଗିରହିଥିଲା। ଖବର ପାଇ ନୀଳଗିରି ବିଧାୟକ ସୁକାନ୍ତ ଖଟୁଆ ହସ୍ପିଟାଲ ପହଞ୍ଚି ସ୍ୱାସ୍ଥ୍ୟ ଅବସ୍ଥାରେ ଯାଞ୍ଚ କରି କିଛି ଅଵ୍ୟଵସ୍ଥା ସୁଧାର ପାଇଁ ପରାମର୍ଶ ଦେଇଥିଲେ।ହେଲେ ବାରମ୍ବାର କହିବା ପରେ ଯେଉଁ କର୍ମଚାରୀ ମାନେ ସୁଧୁରୁ ନାହାନ୍ତି ତାଙ୍କ ବିରୁଦ୍ଧରେ ବାଧ୍ୟ ହୋଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।