ସଇଁତଳାରେ ବ୍ୟାପିଲା ଡେଙ୍ଗୁ: ୧୮ ଆକ୍ରାନ୍ତ ଚିହ୍ନଟ

ସଇଁତଳା,୫।୭: ବଲାଙ୍ଗୀର ଜିଲା ସଇଁତଳା ସହରରେ ଦିନକୁ ଦିନ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ସହରରେ ମୋଟ ୧୮ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧ ଜଣଙ୍କୁ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଏନେଇ ସଇଁତଳା ମେଡିକାଲ ଇନ୍‌ଚାର୍ଜଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମିଳିଥିବା ସୂଚନା ମୁତାବକ, ସହରର ବିଭିନ୍ନ ଡ୍ରେନେଜ୍‌ ସଫା ହୋଇ ନ ଥିବା ବେଳେ ବର୍ଷା ଜମି ରହୁଛି। ଫଳରେ ମଶା, ମାଛିଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଏଭଳି ସ୍ଥିତିରେ ସହରରେ […] The post ସଇଁତଳାରେ ବ୍ୟାପିଲା ଡେଙ୍ଗୁ: ୧୮ ଆକ୍ରାନ୍ତ ଚିହ୍ନଟ appeared first on Dharitri Odia News.

ସଇଁତଳାରେ ବ୍ୟାପିଲା ଡେଙ୍ଗୁ: ୧୮ ଆକ୍ରାନ୍ତ ଚିହ୍ନଟ

ସଇଁତଳା,୫।୭: ବଲାଙ୍ଗୀର ଜିଲା ସଇଁତଳା ସହରରେ ଦିନକୁ ଦିନ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ସହରରେ ମୋଟ ୧୮ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧ ଜଣଙ୍କୁ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଏନେଇ ସଇଁତଳା ମେଡିକାଲ ଇନ୍‌ଚାର୍ଜଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ମୁତାବକ, ସହରର ବିଭିନ୍ନ ଡ୍ରେନେଜ୍‌ ସଫା ହୋଇ ନ ଥିବା ବେଳେ ବର୍ଷା ଜମି ରହୁଛି। ଫଳରେ ମଶା, ମାଛିଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଏଭଳି ସ୍ଥିତିରେ ସହରରେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ବଢିବା ଲୋକଙ୍କ ପାଇ ଚିନ୍ତାର କାରଣ ହୋଇଛି। ତୁରନ୍ତ ଡ୍ରେନେଜ ସଫା କରି ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

The post ସଇଁତଳାରେ ବ୍ୟାପିଲା ଡେଙ୍ଗୁ: ୧୮ ଆକ୍ରାନ୍ତ ଚିହ୍ନଟ appeared first on Dharitri Odia News.