୧୫ତମ ଷ୍ଟେଜ୍‌ରେ ପୋଗାକାର ବିଜୟୀ

ରୋମ୍‌, ୨୧।୫: ଟାଡେଜ ପୋଗାକାର (ସ୍ଲୋଭାକିଆ/ ୟୁଏଇ ଟିମ୍‌ ଏମିରେଟ୍ସ) ଗିରୋ ଡି’ ଇଟାଲିଆ ସାଇକେଲ ରେସ୍‌ର ୧୫ତମ ଷ୍ଟେଜ୍‌ ଜିତିଛନ୍ତି। ସେ ୬ ଘଣ୍ଟା ୧୧ମିନିଟ ୪୩ ସେକେଣ୍ଡ ଟାଇମିଂରେ ରେସ୍‌ ଶେଷ କରିଥିଲେ। ଏଥିସହିତ ସେ ଓଭରଅଲ୍‌ ଜେନେରାଲ କ୍ଲାସିଫିକେଶନରେ ସେ ତାଙ୍କ ସ୍ଥିତିକୁ ଅଧିକ ସୁଦୃଢ କରିପାରିଛନ୍ତି। ଚଳିତବର୍ଷର ଗିରୋ ଡି’ ଇଟାଲିଆର ୧୫ତମ ଷ୍ଟେଜ୍‌ ସମଗ୍ର ରେସ୍‌ର ସବୁଠାରୁ ଦୀର୍ଘତମ ଏବଂ କଷ୍ଟସାଧ୍ୟ ଥିଲା। ୨୨୨କିଲୋମିଟର ଦୂରତା ବିଶିଷ୍ଟ ରେସ୍‌କୁ ପୋଗାକାର […] The post ୧୫ତମ ଷ୍ଟେଜ୍‌ରେ ପୋଗାକାର ବିଜୟୀ appeared first on Dharitri Odia News.

୧୫ତମ ଷ୍ଟେଜ୍‌ରେ ପୋଗାକାର ବିଜୟୀ

ରୋମ୍‌, ୨୧।୫: ଟାଡେଜ ପୋଗାକାର (ସ୍ଲୋଭାକିଆ/ ୟୁଏଇ ଟିମ୍‌ ଏମିରେଟ୍ସ) ଗିରୋ ଡି’ ଇଟାଲିଆ ସାଇକେଲ ରେସ୍‌ର ୧୫ତମ ଷ୍ଟେଜ୍‌ ଜିତିଛନ୍ତି। ସେ ୬ ଘଣ୍ଟା ୧୧ମିନିଟ ୪୩ ସେକେଣ୍ଡ ଟାଇମିଂରେ ରେସ୍‌ ଶେଷ କରିଥିଲେ। ଏଥିସହିତ ସେ ଓଭରଅଲ୍‌ ଜେନେରାଲ କ୍ଲାସିଫିକେଶନରେ ସେ ତାଙ୍କ ସ୍ଥିତିକୁ ଅଧିକ ସୁଦୃଢ କରିପାରିଛନ୍ତି। ଚଳିତବର୍ଷର ଗିରୋ ଡି’ ଇଟାଲିଆର ୧୫ତମ ଷ୍ଟେଜ୍‌ ସମଗ୍ର ରେସ୍‌ର ସବୁଠାରୁ ଦୀର୍ଘତମ ଏବଂ କଷ୍ଟସାଧ୍ୟ ଥିଲା। ୨୨୨କିଲୋମିଟର ଦୂରତା ବିଶିଷ୍ଟ ରେସ୍‌କୁ ପୋଗାକାର ୬ ଘଣ୍ଟା ୧୧ ମିନିଟ ୪୩ ସେକେଣ୍ଡରେ ଶେଷ କରିଥିଲେ। ତାଙ୍କଠାରୁ ୨୯ ସେକେଣ୍ଡ ବିଳମ୍ବରେ ନାଇରୋ କ୍ୱିଣ୍ଟାନା (କଲମ୍ବିଆ/ମୋଭିଷ୍ଟାର) ଦ୍ୱିତୀୟ ଏବଂ ୨ ମିନିଟ ୩୨ ସେକେଣ୍ଡ ପଛରେ ଜର୍ଜ ଟିନ୍‌ହାଉଜର (ଜର୍ମାନୀ)ତୃତୀୟ ହୋଇଥିଲେ। ସେହିପରି ଯଥାକ୍ରମେ ଚତୁର୍ଥରୁ ୬ଷ୍ଠ ସ୍ଥାନରେ ରହିଥିଲେ ରୋମେନ ବାର୍ଡେଟ (ଫ୍ରାନ୍ସ), ଡାନି ମାର୍ଟିନେଜ (କଲମ୍ବିଆ) ଓ ଜରେଣ୍ଟ ଥୋମାସ (ଗ୍ରେଟ ବ୍ରିଟେନ)। ମାର୍ଟିନେଜ ଓ ଥୋମସ ୫ ଓ ୬ଷ୍ଠ ସ୍ଥାନ ଅଧିକାର କରିଥିଲେ ମଧ୍ୟ ଜେନେରାଲ କ୍ଳାସିଫିକେଶନରେ ଥୋମାସ ପୋଗାକାରଙ୍କଠାରୁ ୬ ମିନିଟ ୧୧ ସେକେଣ୍ଡ ପଛରେ ଏବଂ ମାର୍ଟିନେଜଙ୍କଠାରୁ ୧୫ ସେକେଣ୍ଡ ଆଗରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

The post ୧୫ତମ ଷ୍ଟେଜ୍‌ରେ ପୋଗାକାର ବିଜୟୀ appeared first on Dharitri Odia News.