ହାଇଓ୍ବାକୁ ପିଟିଲା ଟ୍ରଲର୍‌; ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଆନନ୍ଦପୁର,୩୧।୩(ସୁଶାନ୍ତ କୁମାର ସାହୁ ): ଜାତୀୟ ରାଜପଥ ୨୦ ନମ୍ବର ଘସିପୁରା ଥାନା ଶୈଲଙ୍ଗ ବିଜି ମୋଟର ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ସୋମବାର ଭୋର ସମୟରେ ଏକ ଟ୍ରଲର କେନ୍ଦୁଝର ଆଡକୁ ଯାଉଥିବା ସମୟରେ ଏକ ହାଇୱା ପିଚୁ ଅନଲୋଡ କରି ବିପରୀତ ଦିଗରୁ ରଙ୍ଗ ୱେରେ ଆସୁଥିଲା। ଫଳରେ ହାଇୱା ଓ ଟ୍ରଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ଘଟଣାସ୍ଥଳରେ ବାହାର ରାଜ୍ୟର ଟ୍ରଲର ଡ୍ରାଇଭରଙ୍କ ମୃତ୍ୟୁ […] The post ହାଇଓ୍ବାକୁ ପିଟିଲା ଟ୍ରଲର୍‌; ଚାଲିଗଲା ଡ୍ରାଇଭରଙ୍କ ଜୀବନ appeared first on Dharitri Odia News.

ହାଇଓ୍ବାକୁ ପିଟିଲା ଟ୍ରଲର୍‌; ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଆନନ୍ଦପୁର,୩୧।୩(ସୁଶାନ୍ତ କୁମାର ସାହୁ ): ଜାତୀୟ ରାଜପଥ ୨୦ ନମ୍ବର ଘସିପୁରା ଥାନା ଶୈଲଙ୍ଗ ବିଜି ମୋଟର ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ସୋମବାର ଭୋର ସମୟରେ ଏକ ଟ୍ରଲର କେନ୍ଦୁଝର ଆଡକୁ ଯାଉଥିବା ସମୟରେ ଏକ ହାଇୱା ପିଚୁ ଅନଲୋଡ କରି ବିପରୀତ ଦିଗରୁ ରଙ୍ଗ ୱେରେ ଆସୁଥିଲା। ଫଳରେ ହାଇୱା ଓ ଟ୍ରଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ଘଟଣାସ୍ଥଳରେ ବାହାର ରାଜ୍ୟର ଟ୍ରଲର ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଥିଲା। ତେବେ ଆମ୍ବୁଲାନ୍ସ ଯୋଗେ ସମ୍ପୃକ୍ତ ଡ୍ରାଇଭରଙ୍କୁ ଆନନ୍ଦପୁର ମେଡିକାଲ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଦୁର୍ଘଟଣାରେ ହେଲପର ଆହତ ହୋଇଛନ୍ତି। ଖବର ପାଇ ଘସିପୁରା ପୋଲିସ ଦୁଇଟି ଯାକ ଗାଡି ଜବତ କରି ତଦନ୍ତ ଚଳାଇଛି। ହାଇୱା ଡ୍ରାଇଭରଜଣଙ୍କ ଘଟଣାଙ୍‌ସ୍ଥଳରୁ ଫେରାର ହୋଇଯାଇଛି।

The post ହାଇଓ୍ବାକୁ ପିଟିଲା ଟ୍ରଲର୍‌; ଚାଲିଗଲା ଡ୍ରାଇଭରଙ୍କ ଜୀବନ appeared first on Dharitri Odia News.