ଓ୍ବକଫ୍ ବିଲ୍କୁ ନେଇ ମୁହଁ ଖୋଲିଲେ ମୋଦି, କହିଦେଲେ ଭିତିରି କଥା!
ନୂଆଦିଲ୍ଲୀ,୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ୍ବକଫ ବୋର୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ନେଇ ସେ କହିଛନ୍ତି ଓ୍ବକଫ ଆଇନକୁ ସାମାଜିକ ନ୍ୟାୟ ଦିଗରେ ଏକ ବଡ଼ ପଦକ୍ଷେପ। ୨୦୨୫ର ପ୍ରଥମ ୧୦୦ ଦିନରେ ଓ୍ବକଫ ସଂଶୋଧନ ବିଲ ଗୃହୀତ ହୋଇଥିଲା, ଯାହା ଏକ ବଡ଼ ସଫଳତା। ଏନେଇ ସଂସଦକୁ ମୁଁ ଧନ୍ୟବାଦ ଜଣାଉଛି। ଏହି ନୂତନ ଓ୍ବକଫ ଆଇନ ଗରିବ ମୁସଲମାନମାନଙ୍କ ଅଧିକାରକୁ ସୁରକ୍ଷା ଦେବ। ଓ୍ବକଫ ଉପରେ […] The post ଓ୍ବକଫ୍ ବିଲ୍କୁ ନେଇ ମୁହଁ ଖୋଲିଲେ ମୋଦି, କହିଦେଲେ ଭିତିରି କଥା! appeared first on Dharitri Odia News.
ନୂଆଦିଲ୍ଲୀ,୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ୍ବକଫ ବୋର୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ନେଇ ସେ କହିଛନ୍ତି ଓ୍ବକଫ ଆଇନକୁ ସାମାଜିକ ନ୍ୟାୟ ଦିଗରେ ଏକ ବଡ଼ ପଦକ୍ଷେପ। ୨୦୨୫ର ପ୍ରଥମ ୧୦୦ ଦିନରେ ଓ୍ବକଫ ସଂଶୋଧନ ବିଲ ଗୃହୀତ ହୋଇଥିଲା, ଯାହା ଏକ ବଡ଼ ସଫଳତା। ଏନେଇ ସଂସଦକୁ ମୁଁ ଧନ୍ୟବାଦ ଜଣାଉଛି। ଏହି ନୂତନ ଓ୍ବକଫ ଆଇନ ଗରିବ ମୁସଲମାନମାନଙ୍କ ଅଧିକାରକୁ ସୁରକ୍ଷା ଦେବ।
ଓ୍ବକଫ ଉପରେ ବିତର୍କର ମୂଳରେ ତୁଷ୍ଟିକରଣ ରାଜନୀତି ରହିଛି। ବିରୋଧୀଙ୍କ ତୁଷ୍ଟିକରଣର ରାଜନୀତି ନୂଆ ନୁହେଁ, ବରଂ ସ୍ବାଧୀନତା ସଂଗ୍ରାମ ସମୟରେ ଏହାର ବୀଜ ବୁଣାଯାଇଥିଲା।
୨୦୨୫ ଓ୍ବକଫ (ସଂଶୋଧନ) ବିଲ ସଂସଦରେ ପାସ ହେବା ଏକ ଐତିହାସିକ ମୁହୂର୍ତ୍ତ। ଏହା ସାମାଜିକ ନ୍ୟାୟ, ସ୍ବଚ୍ଛତା ଓ ସମାବେଶୀ ବିକାଶର ଦିଗରେ ଏକ ବଡ଼ ପଦକ୍ଷେପ। ଏହି ଆଇନ ସେମାନଙ୍କୁ ସହାୟତା କରିବ ଯେଉଁମାନେ ଦୀର୍ଘ ଦିନ ଧରି ଉପେକ୍ଷିତ ଥିଲେ ଓ ସ୍ବର ଓ ସୁଯୋଗରୁ ବଞ୍ଚିତ ହୋଇଥିଲେ ବୋଲି ମୋଦି କହିଛନ୍ତି।
The post ଓ୍ବକଫ୍ ବିଲ୍କୁ ନେଇ ମୁହଁ ଖୋଲିଲେ ମୋଦି, କହିଦେଲେ ଭିତିରି କଥା! appeared first on Dharitri Odia News.