Aadhaar Update: ଆବେଦନର କେତେଦିନ ପରେ ଆଧାରରେ ନୂଆ ତଥ୍ୟ ହୋଇଯାଇଥାଏ ଅପଡେଟ୍‌, UIDAI ଦେଲା ସୂଚନା…

ନୂଆଦିଲ୍ଲୀ,୧୨।୧: ବର୍ତ୍ତମାନ ସମୟରେ ଆଧାର କାର୍ଡ ସବୁଠାରୁ ଦରକାରୀ କାଗଜପତ୍ର ଭାବେ ପରିଗଣିତ ହେଉଛି। ଏହା ନ ଥିଲେ କୌଣସି ଟଙ୍କା ନେଣଦେଣ ତଥା ସରକାରୀ ଯୋଜନାର ଲାଭ ଉଠାଇପାରିବା ମୁସ୍କିଲ। ତେବେ ପ୍ରତି ୧୦ ବର୍ଷରେ ଆଧାରକୁ ଅପଡେଟ୍‌ କରିବା ଜରୁରୀ ବୋଲି UIDAI କହିଛି। ତେବେ କ’ଣ ଆପଣ ଜାଣନ୍ତି ଯେ ଆଧାରରେ ତଥ୍ୟ ଭୁଲ ଥିଲେ ନୂଆ ବିବରଣୀ ଆବେଦନ କରିବାର କେତେଦିନ ମଧ୍ୟରେ ଅପଡେଟ୍‌ ହୋଇଯାଏ। ଯଦି ନା ତେବେ ଜାଣିରଖନ୍ତୁ… […] The post Aadhaar Update: ଆବେଦନର କେତେଦିନ ପରେ ଆଧାରରେ ନୂଆ ତଥ୍ୟ ହୋଇଯାଇଥାଏ ଅପଡେଟ୍‌, UIDAI ଦେଲା ସୂଚନା… appeared first on Dharitri Odia News.

Aadhaar Update: ଆବେଦନର କେତେଦିନ ପରେ ଆଧାରରେ ନୂଆ ତଥ୍ୟ ହୋଇଯାଇଥାଏ ଅପଡେଟ୍‌, UIDAI ଦେଲା ସୂଚନା…
ନୂଆଦିଲ୍ଲୀ,୧୨।୧: ବର୍ତ୍ତମାନ ସମୟରେ ଆଧାର କାର୍ଡ ସବୁଠାରୁ ଦରକାରୀ କାଗଜପତ୍ର ଭାବେ ପରିଗଣିତ ହେଉଛି। ଏହା ନ ଥିଲେ କୌଣସି ଟଙ୍କା ନେଣଦେଣ ତଥା ସରକାରୀ ଯୋଜନାର ଲାଭ ଉଠାଇପାରିବା ମୁସ୍କିଲ। ତେବେ ପ୍ରତି ୧୦ ବର୍ଷରେ ଆଧାରକୁ ଅପଡେଟ୍‌ କରିବା ଜରୁରୀ ବୋଲି UIDAI କହିଛି। ତେବେ କ’ଣ ଆପଣ ଜାଣନ୍ତି ଯେ ଆଧାରରେ ତଥ୍ୟ ଭୁଲ ଥିଲେ ନୂଆ ବିବରଣୀ ଆବେଦନ କରିବାର କେତେଦିନ ମଧ୍ୟରେ ଅପଡେଟ୍‌ ହୋଇଯାଏ। ଯଦି ନା ତେବେ ଜାଣିରଖନ୍ତୁ…
ଯଦି ଆପଣଙ୍କୁ ଆଧାର ଅପ୍‌ଡେଟ୍‌ କରାଇବାର ଅଛି ତେବେ ଏହି କାମକୁ ୨୦୨୪ ମାର୍ଚ୍ଚ ୧୪ ମଧ୍ୟରେ କରାଇନିଅନ୍ତୁ। ହେଲେ ଅଫଲାଇନ୍‌ରେ ଏହା ମାଗଣା ନୁହେଁ। କେବଳ ଅନଲାଇନ୍‌ରେ ହିଁ ଆଧାରକୁ ମାଗଣାରେ ଅପଡେଟ୍‌ କରାଯାଇପାରିବ।
-କେତେଦିନରେ ହେବ ଅପଡେଟ୍‌: UIDAI  ଓ୍ବେବସାଇଟ୍‌ ଅନୁଯାୟୀ, ସାଧାରଣତଃ ୯୦% ଅପ୍‌ଡେଟ୍‌ ଅନୁରୋଧ ୩୦ ଦିନ ମଧ୍ୟରେ ପୂରଣ ହୋଇଥାଏ।  ଯଦି କାହାର ଆବେଦନ ସମୟସୀମା ୯୦ ଦିନରୁ ଅଧିକ ହୋଇଛି ତେବେ ସେ ୧୯୪୭(ଟୋଲ୍‌ ଫ୍ରି) ନମ୍ବରରେ କଲ କରି ଅଧିକ ସୂଚନା ଜାଣିପାରିବ।
-ଅପଡେଟ୍‌ କରାଇପାରିବେ ଏସବୁ ଡିଟେଲ୍ସ:
ଅନଲାଇନ୍‌ରେ ନାମ, ଠିକଣା, ଜନ୍ମତାରିଖ, ଲିଙ୍ଗ, ମୋବାଇଲ ନମ୍ବର ଏବଂ ଇମେଲକୁ ମାଗଣାରେ ଅପଡେଟ୍‌ କରାଇହୁଏ। ହେଲେ ଯିଏ ନିଜର ଫଟୋ, ଆଖିପତା ନଚେତ ଅନ୍ୟ ବାୟୋମେଟ୍ରିକ୍‌ ଡିଟେଲ୍ସ ଅପଡେଟ୍‌ କରିବାକୁ ଚାହାନ୍ତି ସେ ଆଧାର ନାମାଙ୍କନ କେନ୍ଦ୍ରକୁ ଯାଇ ଆବଶ୍ୟକ ଶୁଳ୍କ ପୈଠ କରିବାକୁ ହେବ।

The post Aadhaar Update: ଆବେଦନର କେତେଦିନ ପରେ ଆଧାରରେ ନୂଆ ତଥ୍ୟ ହୋଇଯାଇଥାଏ ଅପଡେଟ୍‌, UIDAI ଦେଲା ସୂଚନା… appeared first on Dharitri Odia News.