ଭୁବନେଶ୍ୱର-ଗଞ୍ଜାମ-ବୌଦ୍ଧରେ ଅଚଳାଚଳ ସମ୍ପତ୍ତି, କେଉଁଠୁ ଆସିଲା ପଚାରିଲେ ଉତ୍ତର ନାହିଁ ?

ଓଜୋନ୍ ଏଲିଗାଣ୍ଟରେ ଫ୍ଲାଟ ପାଇଁ ୮୮ଲକ୍ଷ ଟଙ୍କା ଅଗ୍ରିମ ଦେଇଥିବା ଜଣାପଡ଼ିଛି। ତାଙ୍କର ବିଭିନ୍ନ ବ୍ୟାଙ୍କରେ ୩କୋଟିରୁ ଅଧିକ ଟଙ୍କା ଜମାଥିବା ଭିଜିଲାନ୍ସ ହାତରେ ତଥ୍ୟ ଲାଗିଛି। 

ଭୁବନେଶ୍ୱର-ଗଞ୍ଜାମ-ବୌଦ୍ଧରେ ଅଚଳାଚଳ ସମ୍ପତ୍ତି, କେଉଁଠୁ ଆସିଲା ପଚାରିଲେ ଉତ୍ତର ନାହିଁ ?

ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ର ଗିରଫ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବସନ୍ତଙ୍କୁ ଗିରଫ କରିଛି ଭିଜିଲାନ୍ସ । ଚଢ଼ାଉ ବେଳେ ୧୯ କୋଟିର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ଟିମ । ଯେଉଁଥିରେ ୧୪ କୋଟି ୫୦ ଲକ୍ଷର ଫ୍ଲାଟ୍, ୪ କୋଟି ୫୦ ଲକ୍ଷର ସୁନାଗହଣା, ଗାଡି ଓ ଆସବାବପତ୍ର ରହିଛି । ଚଢ଼ଉ ବେଳେ କେବଳ ଭୁବନେଶ୍ବରରୁ ୫ଟି ଦାମୀ ଫ୍ଲାଟ୍ ସାଙ୍ଗକୁ ଗୋଟିଏ ସପିଂ କମ୍ପ୍ଲେକ୍ସ ଠାବ ହୋଇଛି ।

ପାହାଳ ଅଞ୍ଚଳରେ ଥିବା ଉତ୍କଳ ସିଗ୍‌ନେଚରରେ ୩ ହଜାର ବର୍ଗଫୁଟରେ ନିର୍ମିତ କୋଟିଏ ଟଙ୍କାର ଫ୍ଲାଟ୍ ଥିବା ବେଳେ ଗୌତମନଗର ଅଞ୍ଚଳରେ ଥିବା ଉତ୍କଳ କନିକା ଗ୍ୟାଲେରିଆ ମଲରେ ୨ କୋଟି ଟଙ୍କା ମୂଲ୍ୟର ୨୫୦୦ ବର୍ଗଫୁଟ୍‌ର ସପିଂ କମ୍ପ୍ଲେକ୍ସ, କଳ୍ପନା ସ୍ଥିତି ଉତ୍କଳ ରୟାଲ୍ ରେସିଡେନ୍ସିରେ କୋଟିଏ ଟଙ୍କା ମୂଲ୍ୟର ଫ୍ଲାଟ, କଳାରାହଙ୍ଗ ଅଞ୍ଚଳରେ ଜେଡ୍ -୧ ଆଇକନିକ୍ ରେ ୫ ବିଏଚକେ ଫ୍ଲାଟ୍ ପାଇଁ ଅଗ୍ରୀମ ୧.୩୫କୋଟି ଟଙ୍କା ଜମା ଦେଇଥିଲେ ।

ସେହିପରି ଶୈଳଶ୍ରୀବିହାର ଅଞ୍ଚଳରେ ଥିବା ୱେଷ୍ଟ୍ ଏଣ୍ଡ ଆପାର୍ଟମେଣ୍ଟରେ ଫ୍ଲାଟ୍, ରଙ୍ଗମାଟିଆ ହରପ୍ରିୟା ଏନକ୍ଲେଭରେ ଫ୍ଲାଟ ଠାବ ହୋଇଛି। ବେଙ୍ଗାଲୁରୁରେ ମଧ୍ୟ ତାଙ୍କର ଫ୍ଲାଟ ରହିଛି। ସେ ଓଜୋନ୍ ଏଲିଗାଣ୍ଟରେ ଫ୍ଲାଟ ପାଇଁ ୮୮ଲକ୍ଷ ଟଙ୍କା ଅଗ୍ରିମ ଦେଇଥିବା ଜଣାପଡ଼ିଛି। ତାଙ୍କର ବିଭିନ୍ନ ବ୍ୟାଙ୍କରେ ୩କୋଟିରୁ ଅଧିକ ଟଙ୍କା ଜମାଥିବା ଭିଜିଲାନ୍ସ ହାତରେ ତଥ୍ୟ ଲାଗିଛି। 

ଭୁବନେଶ୍ୱର ଆକ୍ସିସ ବ୍ୟାଙ୍କରେ ସର୍ବାଧିକ ୨ କୋଟି ୧୧ଲକ୍ଷ ୭୯ ହଜାର ଟଙ୍କା ଥିବା ବେଳେ ICICI ବ୍ୟାଙ୍କରେ ୪୪ ଲକ୍ଷ ୩୫ ହଜାର ଟଙ୍କା ଓ SBIରେ ୩୯ ଲକ୍ଷ ୫୫ ହଜାର ଟଙ୍କା ରହିଛି। ଇନସ୍ୟୁରାନ୍ସ ଓ ବଣ୍ଡ୍ ଜମାକୁ ଠାବ କରାଯାଇଛି। ଏନଏଚଏଆଇ କ୍ୟାପିଟାଲ୍ ଗେନ୍ ବଣ୍ଡରେ ୪୮ଲକ୍ଷ ଟଙ୍କା ଓ ମ୍ୟାକ୍ସ ଲାଇଫରେ ୩୧ ଲକ୍ଷ ୯୦ ହଜାର ଟଙ୍କା ରହିଛି। ଘରୁ ନଗଦ ୧ଲକ୍ଷ ୧୬ହଜାର ୭୦୦ ଟଙ୍କା, ୬୦୦ ଗ୍ରାମର ସୁନା ଗହଣା ୩୧୮ ଗ୍ରାମର ରୁପା, ୯ ଲକ୍ଷ ଟଙ୍କାର ଆସବାବପତ୍ର ମଧ୍ୟ ଜବତ କରାଯାଇଛି। ଠାବ ହୋଇଥିବା ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।