ଡାକସେବାରେ ବିଭିନ୍ନ ସ୍କିମ୍‌ର ଲାଭ ଉଠାନ୍ତୁ

ଅମରପାଲି,୨୬।୯(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ସ୍ଥିତ ରବୀନ୍ଦ୍ର ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଣ୍ଡଳ ସ୍ତରୀୟ ଡାକମେଳା ୨୦୨୪-୨୫ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ଜଗବନ୍ଧୁ ବେରିହାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ବଲାଙ୍ଗୀର ମଣ୍ଡଳ ଡାକ ଅଧୀକ୍ଷକ ଦେବୀ ପ୍ରସାଦ ସତପଥି ମୁଖ୍ୟ ଅତିଥି ଏବଂ ସୋନପୁର ଡାକ ନୀରିକ୍ଷକ ପୁରୁଷୋତ୍ତମ ନାଏକ,ବଲାଙ୍ଗୀର ଡିଓପିଏଲଆଇ ଅଭିଳାଶ ପଣ୍ଡା,ସୋନପୁର ଆଇପିପିବି ମେନେଜର ସତ୍ୟବ୍ରତ ପ୍ରଧାନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ […] The post ଡାକସେବାରେ ବିଭିନ୍ନ ସ୍କିମ୍‌ର ଲାଭ ଉଠାନ୍ତୁ appeared first on Dharitri Odia News.

ଡାକସେବାରେ ବିଭିନ୍ନ ସ୍କିମ୍‌ର ଲାଭ ଉଠାନ୍ତୁ

ଅମରପାଲି,୨୬।୯(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ସ୍ଥିତ ରବୀନ୍ଦ୍ର ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଣ୍ଡଳ ସ୍ତରୀୟ ଡାକମେଳା ୨୦୨୪-୨୫ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ଜଗବନ୍ଧୁ ବେରିହାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ବଲାଙ୍ଗୀର ମଣ୍ଡଳ ଡାକ ଅଧୀକ୍ଷକ ଦେବୀ ପ୍ରସାଦ ସତପଥି ମୁଖ୍ୟ ଅତିଥି ଏବଂ ସୋନପୁର ଡାକ ନୀରିକ୍ଷକ ପୁରୁଷୋତ୍ତମ ନାଏକ,ବଲାଙ୍ଗୀର ଡିଓପିଏଲଆଇ ଅଭିଳାଶ ପଣ୍ଡା,ସୋନପୁର ଆଇପିପିବି ମେନେଜର ସତ୍ୟବ୍ରତ ପ୍ରଧାନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ।

ଡାକସେବାରୁ କିପରି ଲୋକେ ଲାଭ ଉଠାଇ ପାରିବେ, ଡାକଘରେ ସଞ୍ଚୟର ବିଭିନ୍ନ ସ୍କିମ ଆଦି ଉପରେ ଉପସ୍ଥିତ ଡାକଘର ହିତାଧିକାରୀ,ସାଧାରଣ ଲୋକ ଓ ଛାତ୍ରୀଛାତ୍ରଙ୍କୁ କହିଥିଲେ। ଖଣ୍ଡହତା ଡାକଘରେ ନୂତନ ଭାବେ ସଞ୍ଚୟ ଖାତା ଖୋଲିଥିବା ହିତାଧିକାରୀଙ୍କୁ ପାସବୁକ ପ୍ରଦାନ କରାଯାଇଥିଲା।

ସଭାପ୍ରାରମ୍ଭରେ ଶିକ୍ଷାନୁଷ୍ଠାନର ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା। ସୋନପୁର ସବଡିଭିଜନ ଓଏସମେଲ ସଞ୍ଜୟ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପିକା ଜ୍ୟୋତ୍ସ୍ନାମୟୀ ଶଙ୍ଖୁଆ ସଭା ସଂଯୋଜନା କରିଥିଲେ। ଖଣ୍ଡହତା ଶାଖା ଡାକପାଳ ଶରତ କୁମାର ଭୋଇ ଅତିଥି ପରିଚୟ ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

The post ଡାକସେବାରେ ବିଭିନ୍ନ ସ୍କିମ୍‌ର ଲାଭ ଉଠାନ୍ତୁ appeared first on Dharitri Odia News.