ଖୋଲା ଚ୍ୟାଲେଞ୍ଜ ଦେଲା ବିଜେଡି

ଭୁବନେଶ୍ୱର,୨୨ା୩(ଅନିଲ ଦାସ)- ଭର୍ତ୍ତୃହରି ମହତାବଙ୍କୁ ୬ ଥର ବିଜେଡିରୁ ସାଂସଦ ଟିକେଟ ଦିଆଯାଇ ଦିଲ୍ଲୀ ପଠାଯାଇଥିଲା। ୨୦୧୪ ଓ ୨୦୧୯ରେ ଶେଷ ମୁହୂର୍ତ୍ତରେ ଟିକେଟ ଦିଆଯାଇଥିଲା। କାରଣ ତାଙ୍କ ସ୍ଥିତି କଟକରେ ଭଲ ନ ଥିଲା । ସେ ଦିନକୁ ଦିନ ଲୋକଙ୍କଠାରୁ ଦୂରେଇ ଯାଇଥିଲେ । ସେ ଜାଣିସାରିଥିଲେ ଯେ ଏଥର ସେ ଟିକେଟ ପାଇବେ ନାହିଁ । ଏ ସମ୍ପର୍କରେ ସେ ଦଳରୁ ବି ଇସାରା ପାଇଥିଲେ । ସେ ବହୁଦିନରୁ ଭାଜପା ସହ […] The post ଖୋଲା ଚ୍ୟାଲେଞ୍ଜ ଦେଲା ବିଜେଡି appeared first on Dharitri Odia News.

ଖୋଲା ଚ୍ୟାଲେଞ୍ଜ ଦେଲା ବିଜେଡି

ଭୁବନେଶ୍ୱର,୨୨ା୩(ଅନିଲ ଦାସ)- ଭର୍ତ୍ତୃହରି ମହତାବଙ୍କୁ ୬ ଥର ବିଜେଡିରୁ ସାଂସଦ ଟିକେଟ ଦିଆଯାଇ ଦିଲ୍ଲୀ ପଠାଯାଇଥିଲା। ୨୦୧୪ ଓ ୨୦୧୯ରେ ଶେଷ ମୁହୂର୍ତ୍ତରେ ଟିକେଟ ଦିଆଯାଇଥିଲା। କାରଣ ତାଙ୍କ ସ୍ଥିତି କଟକରେ ଭଲ ନ ଥିଲା । ସେ ଦିନକୁ ଦିନ ଲୋକଙ୍କଠାରୁ ଦୂରେଇ ଯାଇଥିଲେ । ସେ ଜାଣିସାରିଥିଲେ ଯେ ଏଥର ସେ ଟିକେଟ ପାଇବେ ନାହିଁ । ଏ ସମ୍ପର୍କରେ ସେ ଦଳରୁ ବି ଇସାରା ପାଇଥିଲେ । ସେ ବହୁଦିନରୁ ଭାଜପା ସହ ସମ୍ପର୍କରେ ଥିଲେ । ଟିକେଟ ଓ ପଦପଦବୀ ପାଇବା ଲୋଭରେ ସେ ଭାଜପାକୁ ଯାଉଛନ୍ତି ବୋଲି ଶୁକ୍ରବାର ଶଙ୍ଖଭବନରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ମାହାଙ୍ଗା ବିଧାୟକ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରତାପ ଜେନା କହିଛନ୍ତି।

The post ଖୋଲା ଚ୍ୟାଲେଞ୍ଜ ଦେଲା ବିଜେଡି appeared first on Dharitri Odia News.