ସରକାରୀ ନିର୍ଦ୍ଦେଶକୁ ଫୁ: ଗଢ଼ିଉଠିଛି ଶତାଧିକ ଇଟାଭାଟି
ଆଳି,୩୦ା୩ (ବନମାଳୀ ସେନାପତି): ସମସ୍ତ ପ୍ରକାର ସରକାରୀ ନିର୍ଦ୍ଦେଶନାମାକୁ ବେଖାତିର କରି ଆଳି ଅଞ୍ଚଳର ବିଭିନ୍ନ ନଦୀ କୂଳବର୍ତ୍ତୀ ସ୍ଥାନ ଓ ରାସ୍ତାର ଦୁଇପାର୍ଶ୍ୱରେ ମାଲିକମାନେ ଇଟାଭାଟିମାନ ଗଢ଼ିଚାଲିଛନ୍ତି। ଏକ ସମୟରେ ଶତାଧିକ ଇଟାଭାଟିରେ ଅଗ୍ନି ସଂଯୋଗ ଯୋଗୁ ନିକଟରେ ବାସ କରୁଥିବା ଲୋକମାନେ ଧୂଅଁା ଯୋଗୁ ବ୍ୟତିବ୍ୟସ୍ତ ହୋଇପଡ଼ୁଛନ୍ତି। କେବଳ ଭାଟି ନିକଟସ୍ଥ ଗ୍ରାମ ନୁହେଁ, ଅନ୍ୟ ଗଁାରେ ମଧ୍ୟ ଏହାର ପ୍ରଭାବ ପରିଲକ୍ଷିତ ହେଉଛି। ପ୍ରତିବର୍ଷ ଶତାଧିକ ସଂଖ୍ୟାରେ ଇଟା ତିଆରି ହେଉଥିବା ଯୋଗୁ […] The post ସରକାରୀ ନିର୍ଦ୍ଦେଶକୁ ଫୁ: ଗଢ଼ିଉଠିଛି ଶତାଧିକ ଇଟାଭାଟି appeared first on Dharitri Odia News.
ଆଳି,୩୦ା୩ (ବନମାଳୀ ସେନାପତି): ସମସ୍ତ ପ୍ରକାର ସରକାରୀ ନିର୍ଦ୍ଦେଶନାମାକୁ ବେଖାତିର କରି ଆଳି ଅଞ୍ଚଳର ବିଭିନ୍ନ ନଦୀ କୂଳବର୍ତ୍ତୀ ସ୍ଥାନ ଓ ରାସ୍ତାର ଦୁଇପାର୍ଶ୍ୱରେ ମାଲିକମାନେ ଇଟାଭାଟିମାନ ଗଢ଼ିଚାଲିଛନ୍ତି। ଏକ ସମୟରେ ଶତାଧିକ ଇଟାଭାଟିରେ ଅଗ୍ନି ସଂଯୋଗ ଯୋଗୁ ନିକଟରେ ବାସ କରୁଥିବା ଲୋକମାନେ ଧୂଅଁା ଯୋଗୁ ବ୍ୟତିବ୍ୟସ୍ତ ହୋଇପଡ଼ୁଛନ୍ତି। କେବଳ ଭାଟି ନିକଟସ୍ଥ ଗ୍ରାମ ନୁହେଁ, ଅନ୍ୟ ଗଁାରେ ମଧ୍ୟ ଏହାର ପ୍ରଭାବ ପରିଲକ୍ଷିତ ହେଉଛି। ପ୍ରତିବର୍ଷ ଶତାଧିକ ସଂଖ୍ୟାରେ ଇଟା ତିଆରି ହେଉଥିବା ଯୋଗୁ ଯେତିକି ମୃତ୍ତିକା ଆଳି ଅଞ୍ଚଳରୁ କ୍ଷୟ ହେଲାଣି ଆଗାମୀ ଶହେବର୍ଷ ମଧ୍ୟରେ ଏହା ପୂରଣ ହୋଇପାରିବ ନାହିଁ ବୋଲି ବୁଦ୍ଧିଜୀବୀମାନେ ଆଶଙ୍କା କରିଛନ୍ତି। ଗତ ୨୦ ତାରିଖରେ ଆଳି ତହସିଲ କାର୍ଯ୍ୟାଳୟ ପକ୍ଷରୁ ସର୍ବସାଧାରଣଙ୍କ ନିମନ୍ତେ ଧୂଅଁାଯୁକ୍ତ ନାଲିଇଟା ପ୍ରସ୍ତୁତ ବେଆଇନ ବୋଲି ଏକ ନୋଟିସ ଜାରି କରାଯାଇଛି। ସେଥିରେ ଉଲ୍ଲେଖ କରାଯାଇଛି, ଏନ୍ଜିଟି ଓ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଧୂଅଁାଯୁକ୍ତ ଭାଟି ନିର୍ମାଣକରି ନାଲିଇଟା ପ୍ରସ୍ତୁତ କରିବା ବେଆଇନ କାର୍ଯ୍ୟ। ତେଣୁ ଇଟାଭାଟିଗୁଡିକ ତୁରନ୍ତ ବନ୍ଦ ହେବା ଉଚିତ ବୋଲି କୁହାଯାଇଛି। ଏହା ମଧ୍ୟରେ ଗୋଟିଏ ସପ୍ତାହ ଯାଇ ଆଉ ଏକ ସପ୍ତାହ ଆରମ୍ଭ ହେଲାଣି। କିନ୍ତୁ ଇଟାଭାଟିଗୁଡ଼ିକ ଯେମିତି ପୂର୍ବରୁ ଚାଲିଥିଲା ସେହିଭଳି ଚାଲିଛି। ଯେମିତି ଜଣାପଡ଼ୁଛି ସରକାରୀ ନିର୍ଦ୍ଦେଶନାମା ଧର୍ମକୁ ଆଖିଠାର ନ୍ୟାୟରେ ଦିଆଯାଇଛି। ନିୟୋଜିତ ପ୍ରଶାସନିକ ଅଧିକାରୀମାନେ ଏହା ଜାଣି ମଧ୍ୟ ଆଖି ବୁଜିଦେଲା ଭଳି ଲାଗୁଛି ବୋଲି ସାଧାରଣରେ ଆଲୋଚନା ହେଉଛି।
ବର୍ଷଗୁଡ଼ିକରେ ଭାଟି ମାଲିକମାନେ ନିଜ ଇଚ୍ଛା ଅନୁଯାୟୀ ନଭେମ୍ବରରୁ ଜୁଲାଇ ପର୍ଯ୍ୟନ୍ତ ଇଟା ଗଢ଼ିଚାଲନ୍ତି। ଏହି କାର୍ଯ୍ୟରେ ତାଙ୍କୁ କେହି ବାଧାଦେବା ପରି ଜଣାପଡ଼େନାହିଁ। ସେହି ଅଭ୍ୟାସରେ ଏ ବର୍ଷ ବି ଚାଲିଛି। ଆଉ ଦେଖିବାକୁ ବାକି ରହିଲା ପ୍ରଶାସନ ନିୟମ ଉଲ୍ଲଂଘନକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କିପରି ହେଉଛି। ଏହି ଇଟାଭାଟିଗୁଡ଼ିକ ପରିବେଶ ଦୂଷିତ କରୁଛି। ସେହିପରି ଭାଟିରୁ ଇଟା ନେବା ପାଇଁ ଆଳି ରିଙ୍ଗ୍ବନ୍ଧ ପାର୍ଶ୍ୱକୁ କାଟି ରାସ୍ତା ତିଆରି କରିବା ଯୋଗୁ ଏହା ଅଞ୍ଚଳ ପାଇଁ ବନ୍ୟା ବିପତ୍ତି ଆଣିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ତୁରନ୍ତ ଇଟାଭାଟି ବନ୍ଦ ହେବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏ ସମ୍ପର୍କରେ ଆଳି ତହସିଲଦାର ଶାନ୍ତିସ୍ବରୂପ ମିଶ୍ରଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନାହିଁ।
The post ସରକାରୀ ନିର୍ଦ୍ଦେଶକୁ ଫୁ: ଗଢ଼ିଉଠିଛି ଶତାଧିକ ଇଟାଭାଟି appeared first on Dharitri Odia News.