ଅଗ୍ରାଧିକାର ଭିତ୍ତିରେ ଲୋଡିଂ ପାଇଁ ଦାବିପତ୍ର ପ୍ରଦାନ କଲେ ଟ୍ରକ୍‌ମାଲିକ

କେନ୍ଦୁଝର,୧୩ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଖଣି ପ୍ରଭାବିତ ଅଞ୍ଚଳ ଭାବେ କେନ୍ଦୁଝର ସହର ରହିଛି। ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଖଣି ମଧ୍ୟ ଭାଗରୁ ୧୦ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳକୁ ବଫର ଜୋନ୍‌ ବିବେଚନା କରାଯାଇଛି। କେନ୍ଦୁଝର ସହର ଏହି ଜୋନ୍‌ରେ ରହିଛି। ଏଥିପାଇଁ କେନ୍ଦୁଝର ଅଞ୍ଚଳର ଟ୍ରକ୍‌ ମାଲିକମାନଙ୍କୁ ଅଗ୍ରାଧିକାର ଭିଭିରେ ଟ୍ରକ୍‌ ଲୋଡିଂ ଦେବା ପାଇଁ ଗନ୍ଧମାର୍ଦ୍ଦନ ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ଦେବା ସହ ଏହାର କପି […] The post ଅଗ୍ରାଧିକାର ଭିତ୍ତିରେ ଲୋଡିଂ ପାଇଁ ଦାବିପତ୍ର ପ୍ରଦାନ କଲେ ଟ୍ରକ୍‌ମାଲିକ appeared first on Dharitri Odia News.

ଅଗ୍ରାଧିକାର ଭିତ୍ତିରେ ଲୋଡିଂ ପାଇଁ ଦାବିପତ୍ର ପ୍ରଦାନ କଲେ ଟ୍ରକ୍‌ମାଲିକ

କେନ୍ଦୁଝର,୧୩ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଖଣି ପ୍ରଭାବିତ ଅଞ୍ଚଳ ଭାବେ କେନ୍ଦୁଝର ସହର ରହିଛି। ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଖଣି ମଧ୍ୟ ଭାଗରୁ ୧୦ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳକୁ ବଫର ଜୋନ୍‌ ବିବେଚନା କରାଯାଇଛି। କେନ୍ଦୁଝର ସହର ଏହି ଜୋନ୍‌ରେ ରହିଛି। ଏଥିପାଇଁ କେନ୍ଦୁଝର ଅଞ୍ଚଳର ଟ୍ରକ୍‌ ମାଲିକମାନଙ୍କୁ ଅଗ୍ରାଧିକାର ଭିଭିରେ ଟ୍ରକ୍‌ ଲୋଡିଂ ଦେବା ପାଇଁ ଗନ୍ଧମାର୍ଦ୍ଦନ ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ଦେବା ସହ ଏହାର କପି ଏସ୍‌ପି ଓ କେନ୍ଦୁଝର ଜିଲା ଟ୍ରକ୍‌ ମାଲିକ ସଂଘଙ୍କୁ ଦେଇଛନ୍ତି। ଏହି ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କର ଜୀବନ ପ୍ରତିମୁହୂର୍ତ୍ତରେ ବିପଦ ଘନେଇ ରହୁଛି। ଧୂଳିଧୂଆଁ ପ୍ରଦୂଷଣ ସାଙ୍ଗକୁ ଦୁର୍ଘଟଣା ତଥା ଯାତାୟାତର ସମସ୍ୟା ଭୋଗୁଛନ୍ତି। ସ୍କୁଲ ପିଲାମାନଙ୍କର ପାଠପଢ଼ାରେ ବ୍ୟାହତ, ରୋଗୀ ହସ୍ପିଟାଲ ଯିବାରେ ବ୍ୟାହତ ହେଉଥିବା ଟ୍ରକ୍‌ମାଲିକ ଦିଲ୍ଲୀପ ପଣ୍ଡା କହିଛନ୍ତି। ସରକାରଙ୍କର ଏମ୍‌ଏମ୍‌ଡିଆର୍‌ ଆକ୍ଟ ଅନୁଯାୟୀ ଯାହା ସୁବିଧା ସୁଯୋଗ ମିଳିବା କଥା ତାହା ପାଇବାରୁ ବଞ୍ଚିତ ଏହି ଅଞ୍ଚଳର ବାସିନ୍ଦା ବୋଲି ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ଏପଟେ ଚାଷବାସ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିବାବେଳେ ଅନ୍ୟ କୌଣସି ରୋଜଗାର ପନ୍ଥା ମଧ୍ୟ ନାହିଁ । ଏଣୁ ଏହି ଅଞ୍ଚଳରେ ଲୋକମାନେ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଟ୍ରକ୍‌ ବ୍ୟାପାର କରି ପରିବାର ପ୍ରତିପୋଷଣ କରୁଛନ୍ତି। ଏହି ଟ୍ରକ୍‌ ବ୍ୟବସାୟ ଦ୍ବାରା କେନ୍ଦୁଝର ଟାଉନର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଲକ୍ଷାଧିକ ଲୋକ ନିର୍ଭର କରୁଥିବାରୁ ସେମାନଙ୍କୁ ନ୍ୟାୟ ପ୍ରଦାନ କରାଯାଇ ପଦକ୍ଷେପ ନେବାକୁ ଗିଟୁ ପଟ୍ଟନାୟକଙ୍କ ସମେତ ଅନ୍ୟମାନେ ଦାବି କରିଛନ୍ତି।

The post ଅଗ୍ରାଧିକାର ଭିତ୍ତିରେ ଲୋଡିଂ ପାଇଁ ଦାବିପତ୍ର ପ୍ରଦାନ କଲେ ଟ୍ରକ୍‌ମାଲିକ appeared first on Dharitri Odia News.