ସ୍ତ୍ରୀଙ୍କ ନିର୍ଯାତନାରୁ ଆତ୍ମହତ୍ୟା କଲେ ସଫ୍ଟଓ୍ବେର ଇଞ୍ଜିନିୟର

ନୂଆଦିଲ୍ଲୀ,୨ା୧:ସ୍ତ୍ରୀ ଓ ଶ୍ୱଶୁର ଘର ନିର୍ଯାତନା ସହି ନ ପାରି ବେଙ୍ଗାଲୁରୁରେ ୩୪ ବର୍ଷୀୟ ସଫ୍ଟଓ୍ବେର ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା କରିବା ଘଟଣା ଲୋକଙ୍କ ମନରୁ ଲିଭି ନ ଥିବାବେଳେ ଦିଲ୍ଲୀରେ ମଙ୍ଗଳବାର ରାତିରେ ଏକ ଅନୁରୂପ ଘଟଣା ଘଟିଛି। ଜାତୀୟ ରାଜଧାନୀର କଲ୍ୟାଣ ବିହାର ଅଞ୍ଚଳ ମଡେଲ ଟାଉନ୍‌ ବାସଭବନରେ ଜଣେ ୪୦ ବର୍ଷୀୟ କାଫେ ମାଲିକ ଆମତ୍ହତ୍ୟା କରିଛନ୍ତି। ପୋଲିସ ଜଣାଶୁଣା ଉଡ୍‌ବକ୍ସ କାଫେର ସହପ୍ରତିଷ୍ଠାତା ପୁନିତ୍‌ ଖୁରାନାଙ୍କ ଝୁଲନ୍ତା ମୃତଦେହ ତାଙ୍କ […] The post ସ୍ତ୍ରୀଙ୍କ ନିର୍ଯାତନାରୁ ଆତ୍ମହତ୍ୟା କଲେ ସଫ୍ଟଓ୍ବେର ଇଞ୍ଜିନିୟର appeared first on Dharitri Odia News.

ସ୍ତ୍ରୀଙ୍କ ନିର୍ଯାତନାରୁ ଆତ୍ମହତ୍ୟା କଲେ ସଫ୍ଟଓ୍ବେର ଇଞ୍ଜିନିୟର

ନୂଆଦିଲ୍ଲୀ,୨ା୧:ସ୍ତ୍ରୀ ଓ ଶ୍ୱଶୁର ଘର ନିର୍ଯାତନା ସହି ନ ପାରି ବେଙ୍ଗାଲୁରୁରେ ୩୪ ବର୍ଷୀୟ ସଫ୍ଟଓ୍ବେର ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା କରିବା ଘଟଣା ଲୋକଙ୍କ ମନରୁ ଲିଭି ନ ଥିବାବେଳେ ଦିଲ୍ଲୀରେ ମଙ୍ଗଳବାର ରାତିରେ ଏକ ଅନୁରୂପ ଘଟଣା ଘଟିଛି। ଜାତୀୟ ରାଜଧାନୀର କଲ୍ୟାଣ ବିହାର ଅଞ୍ଚଳ ମଡେଲ ଟାଉନ୍‌ ବାସଭବନରେ ଜଣେ ୪୦ ବର୍ଷୀୟ କାଫେ ମାଲିକ ଆମତ୍ହତ୍ୟା କରିଛନ୍ତି। ପୋଲିସ ଜଣାଶୁଣା ଉଡ୍‌ବକ୍ସ କାଫେର ସହପ୍ରତିଷ୍ଠାତା ପୁନିତ୍‌ ଖୁରାନାଙ୍କ ଝୁଲନ୍ତା ମୃତଦେହ ତାଙ୍କ ରୁମ୍‌ରୁ ଜବତକରି ତଦନ୍ତ ଚଳାଇଛି।
ମିଳିଥିବା ସୂଚନାନୁସାରେ ୨୦୧୬ରେ ବିବାହିତ ପୁନିତ୍‌ ଓ ତାଙ୍କ ସ୍ତ୍ରୀ ମନିକା ଜଗଦୀଶ ପହ୍ବାଙ୍କ ମଧ୍ୟରେ କାଫେ ବ୍ୟବସାୟକୁ ନେଇ ଝଗଡ଼ା ଲାଗିରହିଥିଲା। ଏଥିଯୋଗୁ ୨ ବର୍ଷ ହେଲା ସେମାନେ ଅଲଗା ରହୁଥିଲେ। ଉଭୟେ ପରସ୍ପରକୁ ଛାଡ଼ପତ୍ର ଦେବା ପାଇଁ କୋର୍ଟରେ ଆବେଦନ କରିଥିଲେ। ପୁନିତ୍‌ଙ୍କ ବ୍ୟବସାୟରେ ମନିକା ପାର୍ଟନର ଥିଲେ। ସେ ପୁନିତ୍‌ଙ୍କଠାରୁ ବକେୟା ଟଙ୍କା ମାଗୁଥିଲେ। ଏତିକି ନୁହେଁ, ପୁନିତଙ୍କୁ ତାଙ୍କ ସ୍ତ୍ରୀ ଓ ଶ୍ୱଶୁର ଘର ଲୋକେ ମାନସିକ ନିର୍ଯାତନା ଦେଉଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି। ପୁନିତ୍‌ଙ୍କ ଭଉଣୀ କହିଛନ୍ତି, ମନିକା ଓ ତାଙ୍କ ବାପଘର ଲୋକେ ପୁନିତ୍‌ଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଉଥିଲେ। ତୁମେ କିଛି କରିପାରିବ ନାହିଁ। ସାହସ ଥିଲେ ଆମତ୍ହତ୍ୟା କର ବୋଲି ସବୁବେଳେ କହୁଥିଲେ। ଏଥିରେ ଅତିଷ୍ଠ ହୋଇ ସେ ନିଜ ଜୀବନ ନେବା ଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି। ପୁନିତ୍‌ ମୃତ୍ୟୁ ପୂର୍ବରୁ ନିଜ ମୋବାଇଲ ଫୋନ୍‌ରେ ଭିଡିଓ ଶୁଟିଂକରି ସବୁକଥା କହିଛନ୍ତି। ମନିକା ଓ ତାଙ୍କ ମା’ବାପା କିପରି ତାଙ୍କ ଉପରେ ମାନସିକ ଚାପ ପକାଉଥିଲେ ତାହା ମଧ୍ୟ ଏଥିରେ କହିଛନ୍ତି। ପୁନିତ୍‌ ଓ ମନିକାଙ୍କ ବ୍ୟବସାୟିକ ବିବାଦ ଉପରେ ଭଉଣୀ କହିଛନ୍ତି, ପୂର୍ବରୁ ଉଭୟେ ସହଭାଗିତାରେ ବେକେରି ବିଜ୍‌ନେସ କରୁଥିଲେ। କିନ୍ତୁ ଛାଡ଼ପତ୍ର ପାଇଁ ପ୍ରସ୍ତୁତି ଆରମ୍ଭ ହେବା ପରେ ନିଷ୍ପତ୍ତି ନିଆଗଲା ଯେ, ପୁନିତ୍‌ ଫର୍‌ ଗଡ୍ସ ବେକେରି ଚଳାଇବେ ଏବଂ ମନିକା ଉଡ୍‌ବକ୍ସ କାଫେ ପରିଚାଳନା କରିବେ। ଏନେଇ ଚୁକ୍ତିନାମାରେ ସ୍ବାକ୍ଷର କରାଯାଇଥିଲା। ଏହା ପରେ ମଧ୍ୟ ମନିକା ନିଜ ଶେୟାର
ଛାଡ଼ିବେ ନାହିଁ ବୋଲି ଜିଦ୍‌ କରୁଥିଲେ। କୋର୍ଟରେ ଉକ୍ତ ବିଷୟରେ ନିଷ୍ପତ୍ତି ନିଆଯାଇଥିବାରୁ ତୁମେ ସେଠାକୁ ଯାଇ ଏହି କଥା ଉଠାଇବାକୁ ମନିକା ତାଙ୍କୁ ତାଗିଦ୍‌ କରୁଥିଲେ।
ମନିକା ପୁନିତ୍‌ଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟକୁ ହ୍ୟାକ୍‌ କରିଥିଲେ। ସେ ତାଙ୍କ ଆକାଉଣ୍ଟ ଜରିଆରେ ଲୋକଙ୍କୁ ଦୁର୍ବ୍ୟବହାର କରୁଥିଲେ। ଏହି କାରଣରୁ ପୁନିତ୍‌ଙ୍କୁ ତାଙ୍କୁ ରାତି ୩ଟାରେ କଲ୍‌ କରିବାକୁ ପଡ଼ୁଥିଲା। କଲ୍‌ ରେକର୍ଡିଂ ମହଜୁଦ ଥିବା ସେ କହିଛନ୍ତି। ପୁନିତ୍‌ଙ୍କ ମା’ କହିଛନ୍ତି, ବିଚ୍ଛେଦ ପରେ ଉଭୟେ ଭଲରେ ରହିବେ। କିନ୍ତୁ ପୁଅଙ୍କୁ ସେମାନେ ନିର୍ଯାତନା ଦେଇଚାଲିଥିଲେ। ଶେଷରେ ପୁଅ ଏଭଳି ଚରମ ନିଷ୍ପତ୍ତି ନେଇଛି। ମୁଁ ମୋ ପୁଅକୁ ହରାଇଛି। ତାକୁ ନ୍ୟାୟ ମିଳିଲେ ଆମତ୍ାକୁ ଶାନ୍ତି ମିଳିବ।

The post ସ୍ତ୍ରୀଙ୍କ ନିର୍ଯାତନାରୁ ଆତ୍ମହତ୍ୟା କଲେ ସଫ୍ଟଓ୍ବେର ଇଞ୍ଜିନିୟର appeared first on Dharitri Odia News.