ପରଲୋକରେ MDMK ସାଂସଦ, ଟିକେଟ ନମିଳିବାରୁ ପିଇଥିଲେ ବିଷ

ତାମିଲନାଡୁ ୨୮/୦୩: ପରଲୋକରେ ତାମିଲନାଡୁ ଇରୋଡର MDMK ସାଂସଦ ଏ. ଗଣେଶମୂର୍ତ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ଗୁରୁବାର ସକାଳେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ତେବେ ବିଷ ପିଇ ଗୁରୁତର ହେବା ପରେ ତାଙ୍କୁ ହାର୍ଟଆଟାକ ବି ହୋଇଥିଲା । ଲୋକସଭା ନିର୍ବାଚନରେ ଟିକେଟ୍ ନ ପାଇ ସେ ରବିବାର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ସାଂସଦ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କୋଏମ୍ବାଟୁରର ଏକ ଘରୋଇ ଡାକ୍ତରଖାନାକୁ ପଠାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ସୂଚନା ଥାଉକି, ଗଣେଶମୂର୍ତ୍ତି ରବିବାର ଦିନ କୀଟନାଶକ ଔଷଧ ଖାଇଥିଲେ । ଏହି କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ପରେ ତାଙ୍କର ମୃତ୍ୟୁ ହୋଇଛି । ୨୦୧୯ ଲୋକସଭା ନିର୍ବାଚନରେ ଏମଡିଏମକେ ଟିକେଟରେ ସାଂସଦ ନିର୍ବାଚିତ ଗଣେଶ ମୂର୍ତ୍ତି ରବିବାର ପୂର୍ବାହ୍ନ ପାଖାପାଖି ସାଢେ ୯ଟା ବେଳେ ଅସୁସ୍ଥ ଅନୁଭବ କରିଥିଲେ । ଲୋକସଭା ଟିକେଟ୍ କଟିବାରୁ ବିଷ ପିଇଲେ ସାଂସଦ, ଅବସ୍ଥା ଗୁରୁତରପରିବାର ଲୋକେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରିଥିଲେ । ପୋଲିସ ସୂଚନା ଅନୁସାରେ ତାଙ୍କୁ ଯାଞ୍ଚପରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେ ଭେଣ୍ଟିଲେଟରରେ ଥିଲେ । ପରିବାର ସଦସ୍

ପରଲୋକରେ MDMK ସାଂସଦ, ଟିକେଟ ନମିଳିବାରୁ ପିଇଥିଲେ ବିଷ

ତାମିଲନାଡୁ ୨୮/୦୩: ପରଲୋକରେ ତାମିଲନାଡୁ ଇରୋଡର MDMK ସାଂସଦ ଏ. ଗଣେଶମୂର୍ତ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ଗୁରୁବାର ସକାଳେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ତେବେ ବିଷ ପିଇ ଗୁରୁତର ହେବା ପରେ ତାଙ୍କୁ ହାର୍ଟଆଟାକ ବି ହୋଇଥିଲା । 


ଲୋକସଭା ନିର୍ବାଚନରେ ଟିକେଟ୍ ନ ପାଇ ସେ ରବିବାର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ସାଂସଦ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କୋଏମ୍ବାଟୁରର ଏକ ଘରୋଇ ଡାକ୍ତରଖାନାକୁ ପଠାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । 


ସୂଚନା ଥାଉକି, ଗଣେଶମୂର୍ତ୍ତି ରବିବାର ଦିନ କୀଟନାଶକ ଔଷଧ ଖାଇଥିଲେ । ଏହି କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ପରେ ତାଙ୍କର ମୃତ୍ୟୁ ହୋଇଛି । ୨୦୧୯ ଲୋକସଭା ନିର୍ବାଚନରେ ଏମଡିଏମକେ ଟିକେଟରେ ସାଂସଦ ନିର୍ବାଚିତ ଗଣେଶ ମୂର୍ତ୍ତି ରବିବାର ପୂର୍ବାହ୍ନ ପାଖାପାଖି ସାଢେ ୯ଟା ବେଳେ ଅସୁସ୍ଥ ଅନୁଭବ କରିଥିଲେ । 

ଲୋକସଭା ଟିକେଟ୍ କଟିବାରୁ ବିଷ ପିଇଲେ ସାଂସଦ, ଅବସ୍ଥା ଗୁରୁତର


ପରିବାର ଲୋକେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରିଥିଲେ । ପୋଲିସ ସୂଚନା ଅନୁସାରେ ତାଙ୍କୁ ଯାଞ୍ଚପରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେ ଭେଣ୍ଟିଲେଟରରେ ଥିଲେ । ପରିବାର ସଦସ୍ୟଙ୍କ ସୂଚନା ଅନୁସାରେ ସେ ‘ସଲଫାସ୍’ ନାମକ କିଟନାଶକ ମିଶା ପାଣି ପିଇଥିଲେ । ନିର୍ବାଚନରେ ତାଙ୍କୁ ଟିକେଟି ନମିଳିବାରୁ ସେ ଏଭଳି ପଦକ୍ଷେପ ନେଇଥିଲେ ।