‘ଜନଧନ’ ଯୋଜନାକୁ ପୁରିଲା ୧୦ ବର୍ଷ, ଜାଣନ୍ତୁ ପ୍ରଧାନମନ୍ତ୍ରୀ କହିଲେ କ’ଣ?
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦେଶରେ ‘ଜନଧନ ଯୋଜନା’କୁ ସଫଳ କରିବାରେ କାମକରିଥିବା ଲୋକଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଆର୍ଥିକ ସମାବେଶନକୁ ଉତ୍ସାହିତ କରିବାରେ ଏହି ଯୋଜନା ସଫଳ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଆମେ ଏକ ଗୁରୁତ୍ୱପୂର୍ଣ୍ଣ ଅବସର ପାଳନ କରୁଛେ। ଜନଧନର ୧୦ ବର୍ଷ ପାଇଁ ସବୁ ହିତାଧିକାରୀଙ୍କୁ ବଧେଇ ଏହା ସହ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଯେଉଁମାନେ ଏହି ଯୋଜନାକୁ ସଫଳ କରିଛନ୍ତି। आज देश के लिए एक ऐतिहासिक दिन है- #10YearsOfJanDhan. इस अवसर पर मैं सभी लाभार्थियों को शुभकामनाएं देता हूं। इस योजना को सफल बनाने के लिए दिन-रात एक करने वाले सभी लोगों को भी बहुत-बहुत बधाई। जन धन योजना करोड़ों देशवासियों, विशेषकर हमारे गरीब भाई-बहनों को आर्थिक रूप से सशक्त बनाने… pic.twitter.com/e0vwfaQwkX— Narendra Modi (@narendramodi) August 28, 2024ଏ ନେଇ ପ୍ରଧାନମନ୍ତ୍ରୀ ତାଙ୍କ ଏକ୍ସ ହ୍ୟାଣ୍ଡଲରେ ଏକ ଟ୍ୱିଟ୍ କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ‘ଦେଶ ଲାଗି ଏହା ଏକ ଐତିହାସିକ ଦିନ। ଜନଧନର ୧୦ ବର୍ଷ ଅବସରରେ ସବୁ ହିତାଧିକାରୀଙ୍କୁ ଶୁଭ କାମନା ଜଣାଉଛି’। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜନଧନ ଯୋଜନା କୋଟି କୋଟି ଦେଶବାସୀ, ବିଶେଷ କରି ଆମର ଗରିବ ଭାଇଭଉଣୀଙ୍କୁ ଆର୍ଥିକ ରୂପେ ସଶ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦେଶରେ ‘ଜନଧନ ଯୋଜନା’କୁ ସଫଳ କରିବାରେ କାମକରିଥିବା ଲୋକଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଆର୍ଥିକ ସମାବେଶନକୁ ଉତ୍ସାହିତ କରିବାରେ ଏହି ଯୋଜନା ସଫଳ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଆମେ ଏକ ଗୁରୁତ୍ୱପୂର୍ଣ୍ଣ ଅବସର ପାଳନ କରୁଛେ। ଜନଧନର ୧୦ ବର୍ଷ ପାଇଁ ସବୁ ହିତାଧିକାରୀଙ୍କୁ ବଧେଇ ଏହା ସହ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଯେଉଁମାନେ ଏହି ଯୋଜନାକୁ ସଫଳ କରିଛନ୍ତି।
आज देश के लिए एक ऐतिहासिक दिन है- #10YearsOfJanDhan. इस अवसर पर मैं सभी लाभार्थियों को शुभकामनाएं देता हूं। इस योजना को सफल बनाने के लिए दिन-रात एक करने वाले सभी लोगों को भी बहुत-बहुत बधाई। जन धन योजना करोड़ों देशवासियों, विशेषकर हमारे गरीब भाई-बहनों को आर्थिक रूप से सशक्त बनाने… pic.twitter.com/e0vwfaQwkX— Narendra Modi (@narendramodi) August 28, 2024
ଏ ନେଇ ପ୍ରଧାନମନ୍ତ୍ରୀ ତାଙ୍କ ଏକ୍ସ ହ୍ୟାଣ୍ଡଲରେ ଏକ ଟ୍ୱିଟ୍ କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ‘ଦେଶ ଲାଗି ଏହା ଏକ ଐତିହାସିକ ଦିନ। ଜନଧନର ୧୦ ବର୍ଷ ଅବସରରେ ସବୁ ହିତାଧିକାରୀଙ୍କୁ ଶୁଭ କାମନା ଜଣାଉଛି’। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜନଧନ ଯୋଜନା କୋଟି କୋଟି ଦେଶବାସୀ, ବିଶେଷ କରି ଆମର ଗରିବ ଭାଇଭଉଣୀଙ୍କୁ ଆର୍ଥିକ ରୂପେ ସଶକ୍ତ କରିବା ଓ ସମ୍ମାନଜନକ ଜୀବନଯାପନର ଅବସର ଦେବାକୁ ସଫଳ ହୋଇଛି।
A glimpse of the success of Jan Dhan Yojana, presented creatively in this thread. #10YearsOfJanDhan https://t.co/ykndIcpSo3— Narendra Modi (@narendramodi) August 28, 2024
ଉଲ୍ଲେଖଯୋଗ୍ୟ ଯେ ୨୦୧୪ ମସିହା ଅଗଷ୍ଟ ୨୮ ତାରିଖରେ ଦେଶରେ ଜନଧନ ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନାରେ ସବୁ ପରିବାର ଲାଗି ବ୍ୟାଙ୍କ ଖାତା, ଆର୍ଥିକ ସାକ୍ଷରତା, ଋଣ, ବୀମା ଓ ପେନସନ ସୁବିଧା ପର୍ଯ୍ୟନ୍ତ ପହଞ୍ଚ ସମେତ ବ୍ୟାଙ୍କିଙ୍ଗ ସୁବିଧାର ସାର୍ବଭୌମ ପହଞ୍ଚ ପରିକଳ୍ପନା କରାଯାଇଥିଲା। ଦେଶରେ ଏବେ ୫୩.୧୩ କୋଟି ଜନଧନ ଆକାଉଣ୍ଟ ରହିଛି। ଏଥିରୁ ୮୦ ପ୍ରତିଶତ ଆକାଉଣ୍ଟ ସଚଳ ଥିବା ବେଳେ ଏହିସବୁ ଆକାଉଣ୍ଟରେ ପାଖାପାଖି ୨.୩ ଟ୍ରିଲିୟନ ଟଙ୍କା ଜମା ରହିଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆକାଉଣ୍ଟରେ ୧୧ କୋଟି ଚାଷୀଙ୍କ ଖାତାକୁ କୃଷକ ସମ୍ମାନ ନିଧି ପଠାଯାଉଛି।