ବିଜେପି ମିଡିଆ ଟିମ୍ ପୁର୍ନଗଠିତ:  ଅଭିଜ୍ଞ ଓ ଯୁବବର୍ଗଙ୍କୁ ଗୁରୁତ୍ୱ

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ନିଜର ମିଡିଆ ସେଲ୍ ପୁର୍ନଗଠନ କରିଛି । ନିଜର ୧୯ଜଣ ଯୁବ ଓ ଅଭିଜ୍ଞ ନେତାଙ୍କୁ ମୁଖପାତ୍ର ୧୨ଜଣ ଯୁବ ଚେହେରାଙ୍କୁ ପ୍ୟାନେଲିଷ୍ଟ ଭାବେ ନିଯୁକ୍ତି ଦେଇଛି।

ବିଜେପି ମିଡିଆ ଟିମ୍ ପୁର୍ନଗଠିତ:  ଅଭିଜ୍ଞ ଓ ଯୁବବର୍ଗଙ୍କୁ ଗୁରୁତ୍ୱ

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ନିଜର ମିଡିଆ ସେଲ୍ ପୁର୍ନଗଠନ କରିଛି । ନିଜର ୧୯ଜଣ ଯୁବ ଓ ଅଭିଜ୍ଞ ନେତାଙ୍କୁ ମୁଖପାତ୍ର ୧୨ଜଣ ଯୁବ ଚେହେରାଙ୍କୁ ପ୍ୟାନେଲିଷ୍ଟ ଭାବେ ନିଯୁକ୍ତି ଦେଇଛି । ସୁଜିତ୍ କୁମାର ଦାସଙ୍କୁ ଦଳର ଗଣମାଧ୍ୟମ ସେଲ୍ ସହସଂଯୋଜକରୁ ସଂଯୋଜକକୁ ପଦୋନ୍ନତି ଦେଇଛି । ତେବେ ରାଜ୍ୟ ବିଜେପି ଗଣମାଧ୍ୟମ ସେଲ୍ ମୁଖ୍ୟ ଦିଲ୍ଲୀପ ମଲ୍ଳିକଙ୍କୁ ଏଥର ୧୯ଜଣିଆ ମୁଖପାତ୍ର ଟିମରେ ସ୍ଥାନିତ କରାଯାଇଛି । ବିଭିନ୍ନ ପ୍ରସଙ୍ଗରେ ଦଳ ପାଇଁ ଗଣମାଧ୍ୟମ ଆଗରେ ପକ୍ଷ ରଖୁଥିବା ବରିଷ୍ଠ ନେତା ଗୋଲକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ମିଡିଆ ଟିମରେ ସ୍ଥାନ ମିଳିନଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ବିଜେପି ମୁଖପାତ୍ର ଭାବେ ବରିଷ୍ଠ ନେତା ସଜ୍ଜନ ଶର୍ମା ପୁଣିଥରେ ଦୀର୍ଘଦିନ ପରେ କମବ୍ୟାକ୍ କରିଛନ୍ତି । ସେହିପରି ବରିଷ୍ଠ ଓକିଲ ପୀତାମ୍ବର ଆଚାର୍ଯ୍ୟଙ୍କ ସମେତ ସୁଦୀପ୍ତ ରାୟ, ବଳଭଦ୍ର ମାଝୀ, ବିଧାୟକ ନବଚରଣ ମାଝୀ ଓ ମୁକେଶ ମହାଲିଙ୍ଗ, ରମାରଞ୍ଜନ ବଳିୟାରସିଂହ, ପ୍ରଦୀପ ପୁରୋହିତ, ସତ୍ୟବ୍ରତ ପଣ୍ଡା, ଦିଲ୍ଲୀପ ମହାନ୍ତି, ଉର୍ମିଳା ମହାପାତ୍ର, ଦିଲ୍ଲୀପ ମଲ୍ଲିକ, ଧୀରେନ ସେନାପତି, ଜ୍ଞାନଦେବ ବେହୁରା, ରାଜେନ୍ଦ୍ର ପଣ୍ଡା, ତେଜେଶ୍ୱର ପରିଡ଼ା, ମନୋଜ ମହାପାତ୍ର, ସୋନାଲି ସାହୁ ଓ ଅନୀଲ ବିଶ୍ୱାଳଙ୍କୁ ମୁଖପାତ୍ର ଦାୟିତ୍ୱ ନ୍ୟସ୍ତ ହୋଇଛି।
ସେହିପରି ବିଭିନ୍ନ ଟେଲିଭିଜନ ଆଲୋଚନା ଓ ଅନ୍ୟାନ୍ୟ ଫୋରମରେ ଆଲୋଚନା ପାଇଁ ଦଳ ପକ୍ଷରୁ ପ୍ୟାନେଲିଷ୍ଟ ଭାବେ ସ୍ୱାଧୀନ ଶତପଥୀ, ଲକ୍ଷ୍ମଣ ପଣ୍ଡା, କବି ବିଷ୍ଣୁ ଶତପଥୀ, ପ୍ରକାଶ ରଥ, ହିତେଶ ମହାପାତ୍ର, ପତଞ୍ଜଳୀ କରଶର୍ମା, ମାନସ ରଞ୍ଜନ ବକ୍ସି, ବିଭୂପଦ ଦାସ, ବ୍ରଜକିଶୋର ମିଶ୍ର, ସରୋଜ ସାମଲ, ଶତରୂପା ମିଶ୍ର ଓ ବିରଜା ମିଶ୍ର ରହିଛନ୍ତି । ଗଣମାଧ୍ୟମ ସଂଯୋଜକ ଭାବେ ସୁଜିତ୍ କୁମାର ଦାସଙ୍କୁ ଦାୟିତ୍ୱ ମିଳିଛି।