ରାଜଧାନୀ ଭୁବନେଶ୍ୱର କାହିଁକି ଉତ୍ତପ୍ତ, କ’ଣ ଏହାର କାରଣ…

ଭୁବନେଶ୍ୱର,୬।୪: ରାଜଧାନୀ ଭୁବନେଶ୍ବରର ତାପମାତ୍ରା ଚଳିତ ବର୍ଷର ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ଶୁକ୍ରବାର ରାଜଧାନୀର ତାପମାତ୍ରା ୪୩.୫ ଡିଗ୍ରୀ ଛୁଇଁଥିଲା। ଫଳରେ ସହରରେ ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ଭୁବନେଶ୍ୱର କାହିଁକି ଅଧିକ ଉତ୍ତପ୍ତ ହେଲା, ସମସ୍ତଙ୍କ ମନରେ ପ୍ରଶ୍ନ ଉଠିବା ସ୍ବଭାବିକ। ଗତ କିଛି ଦିନ ଧରି ନୟାଗଡ଼ ସହରରେ ତାପମାତ୍ରା ୪୧ଡିଗ୍ରୀ କିମ୍ବା ଅଧିକ ରେକର୍ଡ ହେଉଥିବା ବେଳେ କଟକରେ ଗତ ଦୁଇ ଦିନ ହେଲା ଭୁବନେଶ୍ୱରଠାରୁ ଅଧିକ ତାତି ରେକର୍ଡ […] The post ରାଜଧାନୀ ଭୁବନେଶ୍ୱର କାହିଁକି ଉତ୍ତପ୍ତ, କ’ଣ ଏହାର କାରଣ… appeared first on Dharitri Odia News.

ରାଜଧାନୀ ଭୁବନେଶ୍ୱର କାହିଁକି ଉତ୍ତପ୍ତ, କ’ଣ ଏହାର କାରଣ…

ଭୁବନେଶ୍ୱର,୬।୪: ରାଜଧାନୀ ଭୁବନେଶ୍ବରର ତାପମାତ୍ରା ଚଳିତ ବର୍ଷର ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ଶୁକ୍ରବାର ରାଜଧାନୀର ତାପମାତ୍ରା ୪୩.୫ ଡିଗ୍ରୀ ଛୁଇଁଥିଲା। ଫଳରେ ସହରରେ ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ଭୁବନେଶ୍ୱର କାହିଁକି ଅଧିକ ଉତ୍ତପ୍ତ ହେଲା, ସମସ୍ତଙ୍କ ମନରେ ପ୍ରଶ୍ନ ଉଠିବା ସ୍ବଭାବିକ। ଗତ କିଛି ଦିନ ଧରି ନୟାଗଡ଼ ସହରରେ ତାପମାତ୍ରା ୪୧ଡିଗ୍ରୀ କିମ୍ବା ଅଧିକ ରେକର୍ଡ ହେଉଥିବା ବେଳେ କଟକରେ ଗତ ଦୁଇ ଦିନ ହେଲା ଭୁବନେଶ୍ୱରଠାରୁ ଅଧିକ ତାତି ରେକର୍ଡ କରାଯାଉଥିଲା। ଏପରିକି ଜଗତସିଂହପୁର ଏବଂ କନ୍ଧମାଳରେ ମଧ୍ୟ ଅଧିକ ତାପମାତ୍ରା ରେକର୍ଡ କରାଯାଇଥିଲା। ହଠାତ ଭୁବନେଶ୍ୱରରେ ତାପମାତ୍ରା ବଢ଼ିଯିବା ଅସ୍ବାଭାବିକ ନୁହେଁ କି।

ଏହାର କାରଣ ଭୁବନେଶ୍ୱରର ପାଶ୍ୱବର୍ତ୍ତୀ ଅଞ୍ଚଳ ତୁଳନାରେ ସହରୀ କରଣରେ ବହୁତ ଆଗରେ। ଏଠାରେ ଅନେକ କଂକ୍ରିଟ ଜଙ୍ଗଲ, ଆଦ୍ରଭୂମି ହ୍ରାସ ତଥା ଜଳ ଉତ୍ସ ନଷ୍ଟ, ସୁଉଚ୍ଚ ଅଟ୍ଟାଳିକା ସଂଖ୍ୟା ବୃଦ୍ଧି, ପେଟ୍ରୋଲ ଏବଂ ଡିଜେଲ ଚାଳିତ ଯାନ ସଂଖ୍ୟା ସବୁ ଅଧିକ। କିନ୍ତୁ ଏସବୁ ତ ଆଗରୁ ବି ଥିଲା ଗତ କାଲି କାହିଁକି ତାପମାତା ବୃଦ୍ଧି ହେଲା ବୋଲି ମନରେ ପ୍ରଶ୍ନ ଉଠୁଛି।

ଯେତେବେଳେ ତାପମାତ୍ରା ବୃଦ୍ଧି ପାଇଁ ପାଣିପାଗ ଅନୁକୂଳ ହୁଏ। ଏହି ସ୍ଥାନୀୟ କାରକଗୁଡିକର ଉପସ୍ଥିତି ତାପମାତ୍ରା ବୃଦ୍ଧି ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ବିତ କରିଥାଏ। ଯାହା ପାଶ୍ୱବର୍ତ୍ତୀ ଅଞ୍ଚଳରେ ଦେଖା ଦେଇ ନ ଥାଏ। କହିବାକୁ ଗଲେ ଭୁବନେଶ୍ୱର ସହରୀକରଣ ପ୍ରକ୍ରିୟା ହେତୁ ଏକ ପ୍ରକାର ଉଷ୍ମଦ୍ୱୀପ ପାଲଟିଛି। ଯାହା ନିଜ ଚତୁରପାର୍ଶ୍ୱ ସମାନ ନିୟାମକରେ ଅଧିକ ଉତ୍ତପ୍ତ ହେଉଛି ।

ଭୁବନେଶ୍ୱରରେ ପବନର ଦିଗ ଗତକାଲି ମୁଖ୍ୟତଃ ଦକ୍ଷିଣ ପଶ୍ଚିମ ତଥା ପଶ୍ଚିମ ଦିଗରୁ ରହିଥିଲା, ଯାହାକି ଶୁଷ୍କ ପବନ। ଶୁଷ୍କ ପବନ ସୂର୍ଯ୍ୟ ରଶ୍ମୀର ତୀବ୍ରତା ବୃଦ୍ଧି ତଥା ସ୍ଥାନୀୟ କାରକକୁ ବୃଦ୍ଧି ପାଇଁ ସହାୟକ ହୋଇଥିଲା।

ଅନ୍ୟପକ୍ଷେ ନୟାଗଡ଼ରେ ତାପମାତ୍ରା ବୃଦ୍ଧି ପାଇଁ ପବନର ଦିଗ ଅତ୍ୟନ୍ତ ସହାୟକ ଥିଲା। ସକାଳ ସାଢେ ୮ଟା ପରେ ପଶ୍ଚିମ ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେଉଥିଲା। କିନ୍ତୁ ୨ରୁ ୩ ଦିନ ଧରି ରାଜଧାନୀରୁ ନୟାଗଡ଼ରେ ଅଧିକ ରେକର୍ଡ କରୁଥିବା ତାପମାତ୍ରା କିନ୍ତୁ ୫ ତାରିଖରେ କମ୍‌ ରହିଥିଲା।

ସେହିପରି କଟକରେ ମଧ୍ୟ ଦିନ ତମାମ ଦକ୍ଷିଣ-ପଶ୍ଚିମ, ପଶ୍ଚିମ ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହୋଇଥିଲା, ଯାହାକି ତାପମାତ୍ରା ବୃଦ୍ଧି ପାଇଁ ଅତ୍ୟନ୍ତ ସହାୟକ ହୋଇଥିଲା। ତାହା ସତ୍ତ୍ୱେ ଭୁବନେଶ୍ୱରଠାରୁ କଟକର ତାପମାତ୍ରା କମ୍‌ ରହିଥିଲା l

The post ରାଜଧାନୀ ଭୁବନେଶ୍ୱର କାହିଁକି ଉତ୍ତପ୍ତ, କ’ଣ ଏହାର କାରଣ… appeared first on Dharitri Odia News.