ମୁଖ୍ୟ ବାଡଗ୍ରାହୀ ବଡ଼ ପ୍ରତିକ୍ରିୟା: ବଡ଼ଠାକୁର ପଡ଼ିଯିବା ଅଶୁଭ ସଙ୍କେତ, ଯଦି ବାହୁଡ଼ାରେ…

ଭୁବନେଶ୍ୱର,୧୩।୭: ତାଳଧଜ ରଥର ମୁଖ୍ୟ ବାଡଗ୍ରାହୀ ହଳଧର ଦାସ ମହାପାତ୍ର ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଚଳିତ ରଥଯାତ୍ରାରେ ବଡ଼ଠାକୁରଙ୍କ ନୀତିରେ ବଡ଼ ବିଭ୍ରାଟ ହୋଇଛି। ବଡ଼ଠାକୁର ପଡ଼ିଯିବା ମୋ ଜୀବନକାଳ ଭିତରେ ଦେଖିନି। ବଡ଼ଠାକୁର ପଡ଼ିଯିବା ଅଶୁଭ ସଙ୍କେତ ଦେଉଛି। ରଥ ଉପରେ ଅଧିକ ସେବାୟତ ଥିବାରୁ ଏଭଳି ଅଘଟଣ ଘଟିଛି। ହେଲେ ବାହୁଡ଼ାରେ ସଚେତନ ନ ହେଲେ ବଡ଼ ଅଘଟଣ ହୋଇପାରେ ବୋଲି ମୁଖ୍ୟ ବାଡଗ୍ରାହୀ କହିଛନ୍ତି। ପହଣ୍ଡି ଅଘଟଣକୁ ନେଇ ସେ […] The post ମୁଖ୍ୟ ବାଡଗ୍ରାହୀ ବଡ଼ ପ୍ରତିକ୍ରିୟା: ବଡ଼ଠାକୁର ପଡ଼ିଯିବା ଅଶୁଭ ସଙ୍କେତ, ଯଦି ବାହୁଡ଼ାରେ… appeared first on Dharitri Odia News.

ମୁଖ୍ୟ ବାଡଗ୍ରାହୀ ବଡ଼ ପ୍ରତିକ୍ରିୟା: ବଡ଼ଠାକୁର ପଡ଼ିଯିବା ଅଶୁଭ ସଙ୍କେତ, ଯଦି ବାହୁଡ଼ାରେ…

ଭୁବନେଶ୍ୱର,୧୩।୭: ତାଳଧଜ ରଥର ମୁଖ୍ୟ ବାଡଗ୍ରାହୀ ହଳଧର ଦାସ ମହାପାତ୍ର ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଚଳିତ ରଥଯାତ୍ରାରେ ବଡ଼ଠାକୁରଙ୍କ ନୀତିରେ ବଡ଼ ବିଭ୍ରାଟ ହୋଇଛି। ବଡ଼ଠାକୁର ପଡ଼ିଯିବା ମୋ ଜୀବନକାଳ ଭିତରେ ଦେଖିନି। ବଡ଼ଠାକୁର ପଡ଼ିଯିବା ଅଶୁଭ ସଙ୍କେତ ଦେଉଛି। ରଥ ଉପରେ ଅଧିକ ସେବାୟତ ଥିବାରୁ ଏଭଳି ଅଘଟଣ ଘଟିଛି। ହେଲେ ବାହୁଡ଼ାରେ ସଚେତନ ନ ହେଲେ ବଡ଼ ଅଘଟଣ ହୋଇପାରେ ବୋଲି ମୁଖ୍ୟ ବାଡଗ୍ରାହୀ କହିଛନ୍ତି।

ପହଣ୍ଡି ଅଘଟଣକୁ ନେଇ ସେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କୁ ଦାୟୀ କରିଛନ୍ତି । ଏହା ସହ ସେ କହିଛନ୍ତି, ବାରମ୍ବାର କହିବା ପରେ ବି ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା କମିଟିଙ୍କ ଜିଦ କାରଣରୁ ଏଭଳି ବଡ଼ ଅଘଟଣ ଘଟିଲା। ଯେଉଁମାନେ ଏହି ଅଘଟଣ ପଛରେ ଦାୟୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁୁଷ୍ଠାନ ପାଇଁ ସେ ଦାବି କରିଛନ୍ତି ।

The post ମୁଖ୍ୟ ବାଡଗ୍ରାହୀ ବଡ଼ ପ୍ରତିକ୍ରିୟା: ବଡ଼ଠାକୁର ପଡ଼ିଯିବା ଅଶୁଭ ସଙ୍କେତ, ଯଦି ବାହୁଡ଼ାରେ… appeared first on Dharitri Odia News.