ନାଗାର୍ଜୁନଙ୍କ କନ୍ଭେନସନ୍ ସେଣ୍ଟର ଉପରେ ବୁଲିଲା ବୁଲଡୋଜର, ବେଆଇନ ନିର୍ମାଣ ଥିବା ଅଭିଯୋଗ
ନୂଆଦିଲ୍ଲୀ: ସାଉଥ୍ ସିନେମାର ସୁପରଷ୍ଟାର ନାଗାର୍ଜୁନଙ୍କ ହାଇଦ୍ରାବାଦ ସ୍ଥିତ କନଭେନସନ ସେଣ୍ଟର ଉପରେ ଶନିବାର ପ୍ରଶାସନର ବୁଲଡୋଜର ବୁଲିଛି । ଅଭିନେତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ଯେ ହ୍ରଦ ମାଟିରେ ବେଆଇନ ଭାବେ ଏହି ନିର୍ମାଣ କରିଥିଲେ । ଏଥିପାଇଁ ହାଇଦ୍ରାବାଦ ବିପର୍ଯୟ ମୁକାବିଲା ଏବଂ ସମ୍ପତ୍ତି ସଂରକ୍ଷଣ ଏଜେନ୍ସି (HYDRA) ଟିମ୍ ଶନିବାର ସକାଳେ ଅଭିନେତାଙ୍କ କନଭେନସନ୍ ସେଣ୍ଟରକୁ ବୁଲଡୋଜର ବୁଲାଇଛି । ଅନ୍ୟପଟେ ଅଭିନେତା ନାଗାର୍ଜୁନ HYDRAର ଏହି ଆକ୍ସନ ଉପରେ ଆପତ୍ତି ଉଠାଇଛନ୍ତି । ରିପୋର୍ଟ ଅନୁସାରେ, ରଙ୍ଗାରେଡ୍ଡି ଜିଲ୍ଲାର ଶିଳ୍ପରାମମ ନିକଟରେ ମାଧାପୁରରେ ଏକ ହାଇଟେକ୍ ସିଟି ପାଖରେ N-କନଭେନସନ୍ ସେଣ୍ଟର ନିର୍ମାଣ କରିଥିଲେ । କନଭେନସନ ସେଣ୍ଟର ୬.୬୯ ଏକର ଭୂମିରେ ନିର୍ମାଣ ହୋଇଥିଲା । ଅଭିଯୋଗ ରହିଥିଲା ଯେ କନଭେନସନ୍ ସେଣ୍ଟର ପାଇଁ ଥମ୍ମିଡି କୁଣ୍ଟା ହ୍ରଦର ୩.୩୦-୩.୪୦ ଏକର ଜମି ବେଆଇନ ଭାବେ ଅଧିଗ୍ରହଣ କରାଯାଇଥିଲା । ଥମ୍ମିଡି କୁଣ୍ଟା ହ୍ରଦ ୨୯ ଏକର ବ୍ୟାପ୍ତ ଥିଲା । ତେବେ ଅଭିନେତା ନାଗାର୍ଜୁନ ଏହାକୁ ଅସ୍ୱୀକାର କରିଛନ୍ତି ।HYDRAର ଆକ୍ସନ ପରେ ନାଗାର୍ଜୁନ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, 'କୋର୍ଟ କେସ୍ ଏବଂ ଷ୍ଟେ’ ଅର୍ଡର ନେବା ସତ୍ତ୍ୱେ ବେଆଇନ ଭାବେ କନଭେନସନ୍ ସେଣ୍ଟରଙ୍କୁ ଭଙ୍ଗା ଯାଇଛି । ଆମେ ବେଆଇନ ନିର୍ମାଣ କରିନୁ । ଏହି ସ୍ଥାନ ପଟ୍ଟା ଭୂମି
ନୂଆଦିଲ୍ଲୀ: ସାଉଥ୍ ସିନେମାର ସୁପରଷ୍ଟାର ନାଗାର୍ଜୁନଙ୍କ ହାଇଦ୍ରାବାଦ ସ୍ଥିତ କନଭେନସନ ସେଣ୍ଟର ଉପରେ ଶନିବାର ପ୍ରଶାସନର ବୁଲଡୋଜର ବୁଲିଛି । ଅଭିନେତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ଯେ ହ୍ରଦ ମାଟିରେ ବେଆଇନ ଭାବେ ଏହି ନିର୍ମାଣ କରିଥିଲେ । ଏଥିପାଇଁ ହାଇଦ୍ରାବାଦ ବିପର୍ଯୟ ମୁକାବିଲା ଏବଂ ସମ୍ପତ୍ତି ସଂରକ୍ଷଣ ଏଜେନ୍ସି (HYDRA) ଟିମ୍ ଶନିବାର ସକାଳେ ଅଭିନେତାଙ୍କ କନଭେନସନ୍ ସେଣ୍ଟରକୁ ବୁଲଡୋଜର ବୁଲାଇଛି । ଅନ୍ୟପଟେ ଅଭିନେତା ନାଗାର୍ଜୁନ HYDRAର ଏହି ଆକ୍ସନ ଉପରେ ଆପତ୍ତି ଉଠାଇଛନ୍ତି ।
ରିପୋର୍ଟ ଅନୁସାରେ, ରଙ୍ଗାରେଡ୍ଡି ଜିଲ୍ଲାର ଶିଳ୍ପରାମମ ନିକଟରେ ମାଧାପୁରରେ ଏକ ହାଇଟେକ୍ ସିଟି ପାଖରେ N-କନଭେନସନ୍ ସେଣ୍ଟର ନିର୍ମାଣ କରିଥିଲେ । କନଭେନସନ ସେଣ୍ଟର ୬.୬୯ ଏକର ଭୂମିରେ ନିର୍ମାଣ ହୋଇଥିଲା । ଅଭିଯୋଗ ରହିଥିଲା ଯେ କନଭେନସନ୍ ସେଣ୍ଟର ପାଇଁ ଥମ୍ମିଡି କୁଣ୍ଟା ହ୍ରଦର ୩.୩୦-୩.୪୦ ଏକର ଜମି ବେଆଇନ ଭାବେ ଅଧିଗ୍ରହଣ କରାଯାଇଥିଲା । ଥମ୍ମିଡି କୁଣ୍ଟା ହ୍ରଦ ୨୯ ଏକର ବ୍ୟାପ୍ତ ଥିଲା । ତେବେ ଅଭିନେତା ନାଗାର୍ଜୁନ ଏହାକୁ ଅସ୍ୱୀକାର କରିଛନ୍ତି ।
HYDRAର ଆକ୍ସନ ପରେ ନାଗାର୍ଜୁନ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, 'କୋର୍ଟ କେସ୍ ଏବଂ ଷ୍ଟେ’ ଅର୍ଡର ନେବା ସତ୍ତ୍ୱେ ବେଆଇନ ଭାବେ କନଭେନସନ୍ ସେଣ୍ଟରଙ୍କୁ ଭଙ୍ଗା ଯାଇଛି । ଆମେ ବେଆଇନ ନିର୍ମାଣ କରିନୁ । ଏହି ସ୍ଥାନ ପଟ୍ଟା ଭୂମି । ହ୍ରଦର ଗୋଟିଏ ଇଞ୍ଚ୍ ଭୂମିକୁ ବ୍ୟବହାର କରାଯାଇ ନାହିଁ । ଏହି ସେଣ୍ଟର ସହ ଜଡ଼ିତ ସମସ୍ତ ଅଭିଯୋଗ ଉପରେ ଷ୍ଟେ ଅର୍ଡର ନିଆଯାଇଥିଲା । ଆଜି ଭୂଲ ସୂଚନା ଅଧାରରେ ଏହାକୁ ଭଙ୍ଗା ଯାଇଛି । ସେଣ୍ଟରକୁ ଭଙ୍ଗାଯିବା ପୂର୍ବରୁ ଆମକୁ କୌଣସି ନୋଟିସ ଦିଆଯାଇ ନାହିଁ ।'
Pained by the unlawful manner of demolition carried out in respect of N Convention, contrary to existing stay orders and Court cases.
I thought it fit to issue this statement to place on record certain facts for protecting my reputation and to indicate that we have not done any…— Nagarjuna Akkineni (@iamnagarjuna) August 24, 2024
ରିପୋର୍ଟ ଅନୁସାରେ, ନାଗାର୍ଜୁନ କନଭେନସନ୍ ସେଣ୍ଟରରେ ୩ଟି ହଲ୍ ଥିଲା । ଏହାକୁ ବଡ଼ ବଡ଼ ଇଭେଣ୍ଟ ପାଇଁ ବ୍ୟବହାର କରାଯାଉଥିଲା । କନଭେନସନ ସେଣ୍ଟରରେ ଅନେକ ରାଜନୈତିକ କାର୍ଯ୍ୟକ୍ରମ, ମିଟିଂ ଏବଂ ବିବାହ କାର୍ଯ୍ୟକ୍ରମ ହୋଇସାରିଛି ।