ଦୁର୍ଘଟଣା ପୂର୍ବରୁ ଘରକୁ ଥିଲା ମଣିପୁର କ୍ରୁ ମେମ୍ୱରଙ୍କ ଶେଷ କଲ, କହିଥିଲେ ଫେରିଲେ କଥା ହେବି...
ନୂଆଦିଲ୍ଲୀ ୧୩/୦୬: ଦିଦି ମୁଁ ଲଣ୍ଡନ ଯାଉଛି, ଦୁଇ ତିନି ଦିନ ଯାଏ କଥା ହୋଇପାରିବିନି । ଜୁନ୍ ୧୫ରେ ଫେରିଲେ ତୋ ସହ କଥା ହେବି । କିଛି ଏମିତି ଥିଲା ୨୧ ବର୍ଷୀୟ ମଣିପୁରୀ କ୍ରୁ ମେମ୍ବରଙ୍କ ତାଙ୍କ ଭଉଣୀ ସହ ଶେଷ ଫୋନ୍ କଲ । ଆସିବାର କଥା ଦେଇ ସବୁ ଦିନ ପାଇଁ ଚିର ନିଦ୍ରାରେ ଶୋଇ ଯାଇଛନ୍ତି । ଆମେ କହୁଛୁ ଅହମ୍ମଦାବାଦରୁ ଲଣ୍ଡନକୁ ସ୍ବପ୍ନର ଉଡ଼ାଣ ଭରିଥିବା ଜଣେ ୨୧ ବର୍ଷୀୟ ମଣିପୁରୀ କ୍ରୁ ମେମ୍ବରଙ୍କ କଥା ।ଯିଏ ଆଉ ଆମ ଗହଣରେ ନାହାନ୍ତି, ଯାହାଙ୍କୁ ଝୁରି ହେଉଛନ୍ତି ପରିବାର, ସମ୍ପର୍କୀୟ ଓ ଆତ୍ମୀୟ। ମାତ୍ର ୧୯ ବର୍ଷ ବୟସରେ ଏୟାର ଇଣ୍ଡିଆ ସହ ଜଣେ ଏୟାର ହଷ୍ଟେସ୍ ଭାବେ କାମ ଆରମ୍ଭ କରିଥିଲେ ନାଙ୍ଗଥୋଇ ଶର୍ମା । ହେଲେ ଏବେ ସେ ଆଉ ଦୁନିଆରେ ନାହାନ୍ତି । ୨୧ ବର୍ଷୀୟ ନାଙ୍ଗଥୋଇ ଶର୍ମା, ମଣିପୁର ଥୌବାଲ୍ ଲାଇକାଇର ବାସିନ୍ଦା ଥିଲେ । ଉଡ଼ାଣ ପୂର୍ବରୁ, ସେ ସକାଳ ୧୧ଟା ୩୮ ମିନିଟରେ ବଡ଼ ଭଉଣୀଙ୍କୁ କଲ୍ କରିଥିଲେ ଯାହା ଶେଷ କଲ୍ ହୋଇ ରହିଯାଇଛି । ଅହମ୍ମଦାବାଦରେ ବିମାନ ଅଘଟଣ ଖବର ପରେ ଥୌବାଲ୍ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ । ମାଆ ଧୈର୍ଯ୍ୟହରା, ବାପ୍ ହତ୍ବାକ୍ । ଭଉଣୀ ଫଟୋ ଧରି କାନ୍ଦୁଛି । ଦୁର୍ଘଟଣାରେ କେବଳ ଥୌବାଲ ନୁହେଁ ବରଂ ସମଗ୍ର ମଣିପୁର ମର୍ମାହତ।ସୂଚନାଥାଉକି, ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଜଣଙ୍କୁ ଛାଡି ଅନ୍ୟ ସମସ୍ତକର ମୃତ୍ୟୁ ଘଟିଛି । ବିମାନରେ ଥିବା
ନୂଆଦିଲ୍ଲୀ ୧୩/୦୬: ଦିଦି ମୁଁ ଲଣ୍ଡନ ଯାଉଛି, ଦୁଇ ତିନି ଦିନ ଯାଏ କଥା ହୋଇପାରିବିନି । ଜୁନ୍ ୧୫ରେ ଫେରିଲେ ତୋ ସହ କଥା ହେବି । କିଛି ଏମିତି ଥିଲା ୨୧ ବର୍ଷୀୟ ମଣିପୁରୀ କ୍ରୁ ମେମ୍ବରଙ୍କ ତାଙ୍କ ଭଉଣୀ ସହ ଶେଷ ଫୋନ୍ କଲ । ଆସିବାର କଥା ଦେଇ ସବୁ ଦିନ ପାଇଁ ଚିର ନିଦ୍ରାରେ ଶୋଇ ଯାଇଛନ୍ତି । ଆମେ କହୁଛୁ ଅହମ୍ମଦାବାଦରୁ ଲଣ୍ଡନକୁ ସ୍ବପ୍ନର ଉଡ଼ାଣ ଭରିଥିବା ଜଣେ ୨୧ ବର୍ଷୀୟ ମଣିପୁରୀ କ୍ରୁ ମେମ୍ବରଙ୍କ କଥା ।
ଯିଏ ଆଉ ଆମ ଗହଣରେ ନାହାନ୍ତି, ଯାହାଙ୍କୁ ଝୁରି ହେଉଛନ୍ତି ପରିବାର, ସମ୍ପର୍କୀୟ ଓ ଆତ୍ମୀୟ। ମାତ୍ର ୧୯ ବର୍ଷ ବୟସରେ ଏୟାର ଇଣ୍ଡିଆ ସହ ଜଣେ ଏୟାର ହଷ୍ଟେସ୍ ଭାବେ କାମ ଆରମ୍ଭ କରିଥିଲେ ନାଙ୍ଗଥୋଇ ଶର୍ମା । ହେଲେ ଏବେ ସେ ଆଉ ଦୁନିଆରେ ନାହାନ୍ତି । ୨୧ ବର୍ଷୀୟ ନାଙ୍ଗଥୋଇ ଶର୍ମା, ମଣିପୁର ଥୌବାଲ୍ ଲାଇକାଇର ବାସିନ୍ଦା ଥିଲେ । ଉଡ଼ାଣ ପୂର୍ବରୁ, ସେ ସକାଳ ୧୧ଟା ୩୮ ମିନିଟରେ ବଡ଼ ଭଉଣୀଙ୍କୁ କଲ୍ କରିଥିଲେ ଯାହା ଶେଷ କଲ୍ ହୋଇ ରହିଯାଇଛି ।
ଅହମ୍ମଦାବାଦରେ ବିମାନ ଅଘଟଣ ଖବର ପରେ ଥୌବାଲ୍ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ । ମାଆ ଧୈର୍ଯ୍ୟହରା, ବାପ୍ ହତ୍ବାକ୍ । ଭଉଣୀ ଫଟୋ ଧରି କାନ୍ଦୁଛି । ଦୁର୍ଘଟଣାରେ କେବଳ ଥୌବାଲ ନୁହେଁ ବରଂ ସମଗ୍ର ମଣିପୁର ମର୍ମାହତ।
ସୂଚନାଥାଉକି, ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଜଣଙ୍କୁ ଛାଡି ଅନ୍ୟ ସମସ୍ତକର ମୃତ୍ୟୁ ଘଟିଛି । ବିମାନରେ ଥିବା ୨୪୧ ଜଣଙ୍କ ମୃତ୍ୟୁ ହୋଇଥିବା ଏୟାର ଇଣ୍ଡିଆ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସୌଭାଗ୍ୟବଶତଃ ଦୁର୍ଘଟଣାରୁ ବର୍ତ୍ତିଥିବା ରମେଶ ବିଶ୍ବାସ କୁମାରଙ୍କ ହସପିଟାଲରେ ଚିକିତ୍ସା ଜାରି ରହିଛି । ଭୟଙ୍କର ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ମୃତ୍ୟୁ ହୋଇଛି।
ଅନ୍ୟପକ୍ଷରେ କାହିଁକି ଓ କେଉଁ ପରିସ୍ଥିତିରେ ଏତେ ବଡ ଦୁର୍ଘଟଣା ଘଟିଲା । ତାର ତଦନ୍ତ ଆରମ୍ଭ ହୋଇଛି। ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ ପକ୍ଷରୁ ତଦନ୍ତ କରାଯାଉଛି। ଏଥିସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ବିଭିନ୍ନ ବିଭାଗର ଏକ୍ସପର୍ଟଙ୍କୁ ନେଇ ଗଠନ ହୋଇଥିବା ଏହି କମିଟି ଦୁର୍ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବ।