ରକ୍ଷା ବନ୍ଧନରେ କଂଗ୍ରେସର Tax ଟ୍ୱିଟ୍, ଘେରିଲା ବିଜେପି

ନୂଆଦିଲ୍ଲୀ:  ଆସୁଛି ରକ୍ଷା ବନ୍ଧନ, ଏଥି ପାଇଁ ସୋସିଆଲ ମିଡିଆରେ ଏବେ ରାଖୀକୁ ନେଇ ପୋଷ୍ଟିଂ ଆରମ୍ଭ ହୋଇଯାଇଛି। ଏଥିରେ କଂଗ୍ରେସ ପାର୍ଟି ଏକ ପୋଷ୍ଟ କରିଛି। ଯାହାକୁ ନେଇ ବିଜେପି ଟାର୍ଗେଟ କରିଛି। କଂଗ୍ରେସ ପାର୍ଟି ପକ୍ଷରୁ ଏକ୍ସ ରେ କରାଯାଇଥିବା ପୋଷ୍ଟରେ  ରକ୍ଷା ବନ୍ଧନକୁ ‘ଟ୍ୟାକ୍ସ ବନ୍ଧନ’ ଲେଖାଯାଇଛି। ଏଥିରେ କଣ ପାଇଁ ଏବେ କେତେ ସେବା ଓ ସାମଗ୍ରୀ କର (ଜିଏସଟି) ଦେବାକୁ ପଡୁଛି ତାହା ଉଲ୍ଲେଖ କରାଯାଇଛି। Tax Bandhan pic.twitter.com/i1pC2LBTBf— Congress (@INCIndia) August 18, 2024ସେହିପରି ଦେଶରେ ୟୁପିଏ ସରକାର କାଳରେ ମିଠା ଦର ଓ ଏବେକା ମିଠା ଦରର ଏକ ତୁଳନାତ୍ମକ ପୋଷ୍ଟ ମଧ୍ୟ ଦେଖାଯାଇଛି। ଯାହାକୁ ନେଇ ବିଜେପି ଏବେ କଂଗ୍ରେସକୁ ଘେରିଛି। କଂଗ୍ରେସ ପାର୍ଟି ରକ୍ଷା ବନ୍ଧନକୁ ନେଇ ଯେଉଁ ପୋଷ୍ଟ କରାଯାଇଛି ସେଥିରେ ମିଠେଇ ଉପରେ ୫ ପ୍ରତିଶତ, ଉପହାର ଉପରେ ୧୨ରୁ ୧୮ ପ୍ରତିଶତ, ଶୁଭ ଲଫାପା ଉପରେ ୧୨ ପ୍ରତିଶତ, ଜରି ସୂତା ଉପରେ ୫ ପ୍ରତିଶତ ଓ କଟନ ସୂତା ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେଉଥିବା ଦର୍ଶାଇଛି। ଏଣୁ ରକ୍ଷା ବନ୍ଧନକୁ କଂଗ୍ରେସ ଟ୍ୟାକ୍ସ ବନ୍ଧନ ବୋଲି କହିଥିବା ବେଳେ ଭାଇ ଓ ଭଉଣୀ କହି ସରକାର କିପରି ଜନତାଙ୍କୁ ଲୁଟୁଛନ୍ତି ତାହା ଦର୍ଶାଇବାକୁ ଚେଷ୍ଟା କରିଛି। ସେହିପରି ଆଉ ଗୋଟିଏ ପୋଷ୍ଟ କରିଛି, ଯାହାର କ୍ୟାପସନ ରଖିଛି ‘କୁଛ ମିଠା ହୋଇଯାଏ’। ଏଥିରେ ଏଥିରେ ୨୧୦୩ ମସିହାରେ କଂଗ୍ରେସ

ରକ୍ଷା ବନ୍ଧନରେ କଂଗ୍ରେସର Tax ଟ୍ୱିଟ୍, ଘେରିଲା ବିଜେପି

ନୂଆଦିଲ୍ଲୀ:  ଆସୁଛି ରକ୍ଷା ବନ୍ଧନ, ଏଥି ପାଇଁ ସୋସିଆଲ ମିଡିଆରେ ଏବେ ରାଖୀକୁ ନେଇ ପୋଷ୍ଟିଂ ଆରମ୍ଭ ହୋଇଯାଇଛି। ଏଥିରେ କଂଗ୍ରେସ ପାର୍ଟି ଏକ ପୋଷ୍ଟ କରିଛି। ଯାହାକୁ ନେଇ ବିଜେପି ଟାର୍ଗେଟ କରିଛି। କଂଗ୍ରେସ ପାର୍ଟି ପକ୍ଷରୁ ଏକ୍ସ ରେ କରାଯାଇଥିବା ପୋଷ୍ଟରେ  ରକ୍ଷା ବନ୍ଧନକୁ ‘ଟ୍ୟାକ୍ସ ବନ୍ଧନ’ ଲେଖାଯାଇଛି। ଏଥିରେ କଣ ପାଇଁ ଏବେ କେତେ ସେବା ଓ ସାମଗ୍ରୀ କର (ଜିଏସଟି) ଦେବାକୁ ପଡୁଛି ତାହା ଉଲ୍ଲେଖ କରାଯାଇଛି। 


ସେହିପରି ଦେଶରେ ୟୁପିଏ ସରକାର କାଳରେ ମିଠା ଦର ଓ ଏବେକା ମିଠା ଦରର ଏକ ତୁଳନାତ୍ମକ ପୋଷ୍ଟ ମଧ୍ୟ ଦେଖାଯାଇଛି। ଯାହାକୁ ନେଇ ବିଜେପି ଏବେ କଂଗ୍ରେସକୁ ଘେରିଛି। କଂଗ୍ରେସ ପାର୍ଟି ରକ୍ଷା ବନ୍ଧନକୁ ନେଇ ଯେଉଁ ପୋଷ୍ଟ କରାଯାଇଛି ସେଥିରେ ମିଠେଇ ଉପରେ ୫ ପ୍ରତିଶତ, ଉପହାର ଉପରେ ୧୨ରୁ ୧୮ ପ୍ରତିଶତ, ଶୁଭ ଲଫାପା ଉପରେ ୧୨ ପ୍ରତିଶତ, ଜରି ସୂତା ଉପରେ ୫ ପ୍ରତିଶତ ଓ କଟନ ସୂତା ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେଉଥିବା ଦର୍ଶାଇଛି। ଏଣୁ ରକ୍ଷା ବନ୍ଧନକୁ କଂଗ୍ରେସ ଟ୍ୟାକ୍ସ ବନ୍ଧନ ବୋଲି କହିଥିବା ବେଳେ ଭାଇ ଓ ଭଉଣୀ କହି ସରକାର କିପରି ଜନତାଙ୍କୁ ଲୁଟୁଛନ୍ତି ତାହା ଦର୍ଶାଇବାକୁ ଚେଷ୍ଟା କରିଛି। 


ସେହିପରି ଆଉ ଗୋଟିଏ ପୋଷ୍ଟ କରିଛି, ଯାହାର କ୍ୟାପସନ ରଖିଛି ‘କୁଛ ମିଠା ହୋଇଯାଏ’। ଏଥିରେ ଏଥିରେ ୨୧୦୩ ମସିହାରେ କଂଗ୍ରେସ ସରକାର କାଳରେ ଦେଶରେ ମିଠାଦର କେତେ ଥିଲା ତାହା ଏବେକା ସରକାର ସହ ତୁଳନା କରିଛି। ଏଥିରେ ୨୦୧୩ରେ ଗୋଲାପ ଜାମ ୨୦୧୩ ମସିହାରେ କେଜି ପିଛା ୧୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୩୦୦ ଟଙ୍କାରେ ବିକ୍ରି ହେଉଥିବା ବର୍ଫି କେଜି ପିଛା ୨୪୩ ଟଙ୍କା ସ୍ଥାନରେ  ୬୦୦ ଟଙ୍କାରେ ବିକ୍ରି ହେଉଥିବା, ଲଡୁ ୨୫୦ ଟଙ୍କା ସ୍ଥାନରେ ୬୩୦ ଟଙ୍କାରେ ଓ ସୁନପାମ୍ପୁଡି କେଜି ପିଛା ୧୬୦ ଟଙ୍କା ସ୍ଥାନରେ ୪୧୦ ଟଙ୍କାରେ ବିକ୍ରି ହେଉଥିବା ଦର୍ଶାଇଛି। 


ତେବେ କଂଗ୍ରେସର ଏହି ପୋଷ୍ଟକୁ ବିଜେପି ନକରାତ୍ମକ ଚିନ୍ତାଧରା ବୋଲି ଉଲ୍ଲେଖ କରିଛି। ବିଜେପି ସମର୍ଥକ ଏହାକୁ ଧାର୍ମିକ ଆଧାରରେ ଭେଦଭାବ ବୋଲି କହୁଛନ୍ତି। ସେମାନେ କହିଛନ୍ତି କଂଗ୍ରେସ ଇଦ ଓ ଅନ୍ୟଧର୍ମର ଉତ୍ସବ କାଳରେ ବଢିଆବଢିଆ କଥା କହି ବଧାଇ ଜଣାଉଛି, ତେବେ ହିନ୍ଦୁ ପର୍ବ ଆସିଲେ ଏପରି ନକରାତ୍ମକ ପୋଷ୍ଟ କାହିଁକି କରୁଛି?ସେମାନେ ରକ୍ଷାବନ୍ଧନ, ହୋଲି ଓ ଦୀପାବଳିକୁ ନେଇ ରାଜନୀତି କରିବା ଅନୁଚିତ ବୋଲି ଉଲ୍ଲେଖ କରିଛନ୍ତି।