ମାଇକ୍ରସଫ୍ଟ ଡାଉନ: ପ୍ରଭାବିତ ହୋଇଥିଲେ ୮.୫ ମିଲିଅନ ଡିଭାଇସ୍
ନୂଆଦିଲ୍ଲୀ: ଗତକାଲି ସାରା ବିଶ୍ୱରେ ମାଇକ୍ରୋସଫ୍ଟ ଆଉଟେଜ ଘଟଣାରେ ୮.୫ ମିଲିଅନ ମାଇକ୍ରୋସଫ୍ଟ ଡିଭାଇସ୍ ପ୍ରଭାବିତ ହୋଇଛନ୍ତି। ଏନେଇ ଶନିବାର କମ୍ପାନୀ ପକ୍ଷରୁ ବ୍ଲଗ ଲେଖି ସୂଚନା ଦିଆଯାଇଛି। କମ୍ପାନୀ କହିଛି ଯେ ଆମ ଆକଳନ ଅନୁସାରେ କ୍ରାଉଡ୍ଷ୍ଟ୍ରାଇକ୍ର ଅପଡେଟ୍ ଯୋଗୁ ବିଶ୍ୱଭରି ୮.୫ ମିଲିଅନ ୱିଣ୍ଡୋସ ଡିଭାଇସ ପ୍ରଭାବିତ ହୋଇଛନ୍ତି। ଯାହା ମୋଟ କାର୍ଯ୍ୟରତ ଥିବା ସମସ୍ତ ୱିଣ୍ଡୋସରୁ ମାତ୍ର ଏକ ପ୍ରତିଶତ। କମ୍ପାନୀ କହିଛି ଯେ କ୍ରାଉଡ୍ ଷ୍ଟ୍ରାଇକ୍ ସମସ୍ୟାର ସମାଧାନ ପାଇଁ ସହଯୋଗ କରିଛି। ଏଥିସହିତ କମ୍ପାନୀ ଉଭୟ ଆମଜାନ ୱେବ୍ସିରିଡ୍ ଓ ଗୁଗଲ କ୍ଲାଉଡ ପ୍ଲାଟ୍ଫର୍ମର ସମସ୍ୟାର ସମାଧାନ ପାଇଁ କାମ ଚାଲିଛି ବୋଲି ମାଇକ୍ରୋସଫ୍ଟ କହିଛି। ଗତକାଲି ମାଇକ୍ରସଫ୍ଟ ଆଉଟେଜ ହେବା ପରେ ସାରା ବିଶ୍ୱରେ ବିମାନ ସେବାଠାରୁ ଆରମ୍ଭ କରି ଟିଭି ପ୍ରସାରଣ, ବ୍ୟାଙ୍କ ଆଦି ସେକ୍ଟର ପ୍ରଭାବିତ ହୋଇଥିଲା। ବିଶ୍ୱଭରି ୧୪୦୦ରୁ ଅଧିକ ଫ୍ଲାଇଟ୍ ରଦ୍ଦ କରାଯାଇଥିଲା।
ନୂଆଦିଲ୍ଲୀ: ଗତକାଲି ସାରା ବିଶ୍ୱରେ ମାଇକ୍ରୋସଫ୍ଟ ଆଉଟେଜ ଘଟଣାରେ ୮.୫ ମିଲିଅନ ମାଇକ୍ରୋସଫ୍ଟ ଡିଭାଇସ୍ ପ୍ରଭାବିତ ହୋଇଛନ୍ତି। ଏନେଇ ଶନିବାର କମ୍ପାନୀ ପକ୍ଷରୁ ବ୍ଲଗ ଲେଖି ସୂଚନା ଦିଆଯାଇଛି।
କମ୍ପାନୀ କହିଛି ଯେ ଆମ ଆକଳନ ଅନୁସାରେ କ୍ରାଉଡ୍ଷ୍ଟ୍ରାଇକ୍ର ଅପଡେଟ୍ ଯୋଗୁ ବିଶ୍ୱଭରି ୮.୫ ମିଲିଅନ ୱିଣ୍ଡୋସ ଡିଭାଇସ ପ୍ରଭାବିତ ହୋଇଛନ୍ତି। ଯାହା ମୋଟ କାର୍ଯ୍ୟରତ ଥିବା ସମସ୍ତ ୱିଣ୍ଡୋସରୁ ମାତ୍ର ଏକ ପ୍ରତିଶତ।
କମ୍ପାନୀ କହିଛି ଯେ କ୍ରାଉଡ୍ ଷ୍ଟ୍ରାଇକ୍ ସମସ୍ୟାର ସମାଧାନ ପାଇଁ ସହଯୋଗ କରିଛି। ଏଥିସହିତ କମ୍ପାନୀ ଉଭୟ ଆମଜାନ ୱେବ୍ସିରିଡ୍ ଓ ଗୁଗଲ କ୍ଲାଉଡ ପ୍ଲାଟ୍ଫର୍ମର ସମସ୍ୟାର ସମାଧାନ ପାଇଁ କାମ ଚାଲିଛି ବୋଲି ମାଇକ୍ରୋସଫ୍ଟ କହିଛି।
ଗତକାଲି ମାଇକ୍ରସଫ୍ଟ ଆଉଟେଜ ହେବା ପରେ ସାରା ବିଶ୍ୱରେ ବିମାନ ସେବାଠାରୁ ଆରମ୍ଭ କରି ଟିଭି ପ୍ରସାରଣ, ବ୍ୟାଙ୍କ ଆଦି ସେକ୍ଟର ପ୍ରଭାବିତ ହୋଇଥିଲା। ବିଶ୍ୱଭରି ୧୪୦୦ରୁ ଅଧିକ ଫ୍ଲାଇଟ୍ ରଦ୍ଦ କରାଯାଇଥିଲା।