ସରକାରଙ୍କ ଚିନ୍ତା ବଢ଼ାଉଛି ବିଷାକ୍ତ ମଦ ମୃତ୍ୟୁ
ପାଟନା,୧୭ା୧୦: ୨୦୧୬ରୁ ମଦକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବିହାରରେ ମଦମୃତ୍ୟୁ। ରାଜ୍ୟର ସିଓ୍ବାନ ଏବଂ ସରନ୍ ଜିଲାରେ ବିଷାକ୍ତ ମଦ ପିଇ ଅନୂ୍ୟନ ୨୫ ଜଣ ପ୍ରାଣ ହରାଇଛନ୍ତି। ସିଓ୍ବାନରେ ବିଷାକ୍ତ ମଦ ୨୦ ଜୀବନ ନେଇଥିବାବେଳେ ସରନରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ପୋଲିସ ଡିଜି ଆଲୋକ ରାଜ୍ କହିଛନ୍ତି। ହସ୍ପିଟାଲରେ ୨୦ରୁ ଊର୍ଦ୍ଧ୍ୱ ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ବିଷାକ୍ତ ମଦ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ କେତେକ ଦୃଷ୍ଟିଶକ୍ତି ହରାଇପାରନ୍ତି ବୋଲି କୁହାଯାଉଛି। […] The post ସରକାରଙ୍କ ଚିନ୍ତା ବଢ଼ାଉଛି ବିଷାକ୍ତ ମଦ ମୃତ୍ୟୁ appeared first on Dharitri Odia News.
ପାଟନା,୧୭ା୧୦: ୨୦୧୬ରୁ ମଦକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବିହାରରେ ମଦମୃତ୍ୟୁ। ରାଜ୍ୟର ସିଓ୍ବାନ ଏବଂ ସରନ୍ ଜିଲାରେ ବିଷାକ୍ତ ମଦ ପିଇ ଅନୂ୍ୟନ ୨୫ ଜଣ ପ୍ରାଣ ହରାଇଛନ୍ତି। ସିଓ୍ବାନରେ ବିଷାକ୍ତ ମଦ ୨୦ ଜୀବନ ନେଇଥିବାବେଳେ ସରନରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ପୋଲିସ ଡିଜି ଆଲୋକ ରାଜ୍ କହିଛନ୍ତି। ହସ୍ପିଟାଲରେ ୨୦ରୁ ଊର୍ଦ୍ଧ୍ୱ ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ବିଷାକ୍ତ ମଦ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ କେତେକ ଦୃଷ୍ଟିଶକ୍ତି ହରାଇପାରନ୍ତି ବୋଲି କୁହାଯାଉଛି।
ମଦ ବିକ୍ରି କରିବା ଅଭିଯୋଗରେ ୧୨ ଜଣଙ୍କୁ ଗିରଫ କରାଯାଇଛି। କଠୋର ଆଇନ ଅନୁଯାୟୀ ସେମାନଙ୍କ ବିଚାର ହେବା ସହ ଦଣ୍ଡିତ କରାଯିବ। ମଦମୃତ୍ୟୁ ଘଟଣାର ତଦନ୍ତ ପାଇଁ ଦୁଇଟି ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରାଯାଇଛି। ଗୋଟିଏ ସ୍ଥାନୀୟ ପୋଲିସକୁ ନେଇ ଗଠିତ ହୋଇଥିବାବେଳେ ପାଟନାର ଡିପାର୍ଟମେଣ୍ଟ ଅଫ୍ ପ୍ରୋହିବିଶନ ପକ୍ଷରୁ ଅନ୍ୟ ଏକ ଏସ୍ଆଇଟି ଗଠନ କରାଯାଇଛି।
ମଦ କାରବାରର ମାଫିଆଙ୍କୁ ଚିହ୍ନଟ କରାଯାଇଛି। ସେ ପୂର୍ବରୁ ମଧ୍ୟ ଅନୁରୂପ ମାମଲାରେ ସମ୍ପୃକ୍ତ ଥାଇ ନିକଟରେ ଜାମିନରେ ଆସିଥିଲେ। ସୂଚନାଯୋଗ୍ୟ, ୨୦୧୬ ଏପ୍ରିଲରେ ନୀତୀଶ କ୍ଷମତାକୁ ଆସିବା ପରେ ବିହାରରେ ମଦକୁ ସମ୍ପୂର୍ଣ୍ଣ ନିଷେଧ କରିଥିଲେ। ଏହା ସତ୍ତ୍ୱେ ସେଠାରେ ମଦ କାରବାର ଖୋଲାମେଲାରେ ଚାଲିଥିବା ବେଳେ ବିଭିନ୍ନ ସମୟରେ ମଦମୃତ୍ୟୁ ଘଟଣା ସାମ୍ନାକୁ ଆସିଛି।
The post ସରକାରଙ୍କ ଚିନ୍ତା ବଢ଼ାଉଛି ବିଷାକ୍ତ ମଦ ମୃତ୍ୟୁ appeared first on Dharitri Odia News.