ସାଲୁଗାଙ୍କ ପାଇଁ ପ୍ରଚାର କଲେ ସବ୍ୟ-ଅର୍ଚ୍ଚିତା
ରାଇକିଆ,୧୬ା୫(ପ୍ରଦୀପ ବେହେରା): ଆସନ୍ତା ୨୦ରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ପାଇଁ କନ୍ଧମାଳ ଜିଲା ରାଇକିଆଠାରେ ବିଭିନ୍ନ ରାଜନୈତିକ ଦଳର ପ୍ରଚାର ଜୋର୍ ଧରିଛି। ଗୁରୁବାର ବିଜେଡି ତରଫରୁ ଅନୁଷ୍ଠିତ ରାଲିରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଚର୍ଚ୍ଚିତ ଯୋଡ଼ି ସବ୍ୟସାଚୀ ଓ ଅର୍ଚ୍ଚିତା ଜି ଉଦୟଗିରି ବିଧାନସଭା ପ୍ରାର୍ଥୀ ସାଲୁଗା ପ୍ରଧାନଙ୍କ ପାଇଁ ପ୍ରଚାର କରିଛନ୍ତି। ବେରେଡ଼କିଆଠାରୁ କଲେଜ ଛକ ପର୍ଯ୍ୟନ୍ତ ପଦଯାତ୍ରାରେ ବହୁ ସଂଖ୍ୟାରେ ଦଳୀୟ ସମର୍ଥକ ଯୋଗ ଦେବା ସହ ବିଜେଡି ପାଇଁ ପ୍ରଚାରରେ […] The post ସାଲୁଗାଙ୍କ ପାଇଁ ପ୍ରଚାର କଲେ ସବ୍ୟ-ଅର୍ଚ୍ଚିତା appeared first on Dharitri Odia News.
ରାଇକିଆ,୧୬ା୫(ପ୍ରଦୀପ ବେହେରା): ଆସନ୍ତା ୨୦ରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ପାଇଁ କନ୍ଧମାଳ ଜିଲା ରାଇକିଆଠାରେ ବିଭିନ୍ନ ରାଜନୈତିକ ଦଳର ପ୍ରଚାର ଜୋର୍ ଧରିଛି। ଗୁରୁବାର ବିଜେଡି ତରଫରୁ ଅନୁଷ୍ଠିତ ରାଲିରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଚର୍ଚ୍ଚିତ ଯୋଡ଼ି ସବ୍ୟସାଚୀ ଓ ଅର୍ଚ୍ଚିତା ଜି ଉଦୟଗିରି ବିଧାନସଭା ପ୍ରାର୍ଥୀ ସାଲୁଗା ପ୍ରଧାନଙ୍କ ପାଇଁ ପ୍ରଚାର କରିଛନ୍ତି। ବେରେଡ଼କିଆଠାରୁ କଲେଜ ଛକ ପର୍ଯ୍ୟନ୍ତ ପଦଯାତ୍ରାରେ ବହୁ ସଂଖ୍ୟାରେ ଦଳୀୟ ସମର୍ଥକ ଯୋଗ ଦେବା ସହ ବିଜେଡି ପାଇଁ ପ୍ରଚାରରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ପ୍ରାର୍ଥୀ ସାଲୁଗାଙ୍କ ସମେତ ବିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକ, ବ୍ଲକ ଅଧ୍ୟକ୍ଷ ପ୍ରୀତମ ପ୍ରଧାନ, ବ୍ଲକ ବିଜେଡି ସଭାପତି ରାଜମୋହନ ଦିଗାଲ ପ୍ରମୁଖ ଯୋଗ ଦେଇଥିଲେ। ଅଭିନେତାଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିବା ସହ କିଛି ସମୟ ପାଇଁ ଯାନବାହନ ଚଳାଚଳ ମଧ୍ୟ ଜାମ ହୋଇଥିଲା।
The post ସାଲୁଗାଙ୍କ ପାଇଁ ପ୍ରଚାର କଲେ ସବ୍ୟ-ଅର୍ଚ୍ଚିତା appeared first on Dharitri Odia News.