ବିଦ୍ୟୁତ୍ ନେଲା ଜୀବନ, ବିଲରେ ଟଳିପଡ଼ିଲେ ଚାଷୀ
ବାଲେଶ୍ୱର,୨୮ା୨(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସିଂଲା ଥାନା କୁଣ୍ଡଳୀ ପଞ୍ଚାୟତ ଅନ୍ତର୍ଗତ ଦାଣ୍ଡିପଦାଠାରେ ଶୁକ୍ରବାର ସକାଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କୁଣ୍ଡଳୀ ଗ୍ରାମର ହୃଦାନନ୍ଦ ମଲ୍ଲିକ (୬୦)। ହୃଦାନନ୍ଦ ବିଲକୁ ଚାଷକାର୍ଯ୍ୟ ପାଇଁ ଯାଉଥିଲେ। ଗ୍ରାମର ଭଗୀରଥ ମଲ୍ଲିକଙ୍କ ସେଚ ପଏଣ୍ଟକୁ ସଂଯୋଗ ହୋଇଥିବା ବିଦ୍ୟୁତତାର ସଂସ୍ପର୍ଶରେ ଆସିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଘଟଣାସ୍ଥଳରେ ସିଂଲା ଥାନା ପୋଲିସ ପହଞ୍ଚି ତଦନ୍ତ ଜାରିରଖିଛି। ବିଦ୍ୟୁତ୍ […] The post ବିଦ୍ୟୁତ୍ ନେଲା ଜୀବନ, ବିଲରେ ଟଳିପଡ଼ିଲେ ଚାଷୀ appeared first on Dharitri Odia News.
ବାଲେଶ୍ୱର,୨୮ା୨(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସିଂଲା ଥାନା କୁଣ୍ଡଳୀ ପଞ୍ଚାୟତ ଅନ୍ତର୍ଗତ ଦାଣ୍ଡିପଦାଠାରେ ଶୁକ୍ରବାର ସକାଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କୁଣ୍ଡଳୀ ଗ୍ରାମର ହୃଦାନନ୍ଦ ମଲ୍ଲିକ (୬୦)। ହୃଦାନନ୍ଦ ବିଲକୁ ଚାଷକାର୍ଯ୍ୟ ପାଇଁ ଯାଉଥିଲେ। ଗ୍ରାମର ଭଗୀରଥ ମଲ୍ଲିକଙ୍କ ସେଚ ପଏଣ୍ଟକୁ ସଂଯୋଗ ହୋଇଥିବା ବିଦ୍ୟୁତତାର ସଂସ୍ପର୍ଶରେ ଆସିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଘଟଣାସ୍ଥଳରେ ସିଂଲା ଥାନା ପୋଲିସ ପହଞ୍ଚି ତଦନ୍ତ ଜାରିରଖିଛି। ବିଦ୍ୟୁତ୍ ବିଭାଗର ଖାମଖିଆଲି ମନୋଭାବ ଯୋଗୁ ଚାଷୀଙ୍କ ଜୀବନ ଗଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବାଉଁଶ ଖୁଣ୍ଟ ଯୋଗେ ଉକ୍ତ ସେଚ ପଏଣ୍ଟକୁ ବିଦ୍ୟୁତ ସଂଯୋଗ କରାଯାଇଥିବା ଦେଖିବାକୁ ମିଳିଛି। ମୃତ ଚାଷୀଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ପାଇ ଗ୍ରାମବାସୀ ଦାବି କରିଛନ୍ତି।
The post ବିଦ୍ୟୁତ୍ ନେଲା ଜୀବନ, ବିଲରେ ଟଳିପଡ଼ିଲେ ଚାଷୀ appeared first on Dharitri Odia News.