ଶିକ୍ଷକ ବଦଳି ପ୍ରତିବାଦରେ ହାଇସ୍କୁଲରେ ତାଲା
ଅମରପାଲି,୨୭।୯(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ହାଇସ୍କୁଲରେ ଶିକ୍ଷକ ବଦଳି ପ୍ରତିବାଦରେ ସ୍କୁଲ ଫାଟକରେ ତାଲା ମାରି ପ୍ରତିବାଦ କରିଛନ୍ତି ଛାତ୍ରୀଛାତ୍ର ଓ ଅଭିଭାବକ। ଅଭିଯୋଗ ଅନୁସାରେ ସ୍କୁଲର ବିଜ୍ଞାନ ଶିକ୍ଷକ ସୁରେଶ ଚନ୍ଦ୍ର ପଣ୍ଡାଙ୍କ ନାମରେ ଛଅ ଜଣ ଛାତ୍ରୀ ଜାତିଆଣ ଅଭିଯୋଗ କରିଥିଲେ। ଏନେଇ ସେମାନେ ବିଇଓଙ୍କୁ ଜଣାଇବା ସହିତ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ମଧ୍ୟ ଅଭିଯୋଗ କରିଥିଲେ। ମାତ୍ର ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ ମୋ ପାଇଁ […] The post ଶିକ୍ଷକ ବଦଳି ପ୍ରତିବାଦରେ ହାଇସ୍କୁଲରେ ତାଲା appeared first on Dharitri Odia News.
ଅମରପାଲି,୨୭।୯(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ହାଇସ୍କୁଲରେ ଶିକ୍ଷକ ବଦଳି ପ୍ରତିବାଦରେ ସ୍କୁଲ ଫାଟକରେ ତାଲା ମାରି ପ୍ରତିବାଦ କରିଛନ୍ତି ଛାତ୍ରୀଛାତ୍ର ଓ ଅଭିଭାବକ। ଅଭିଯୋଗ ଅନୁସାରେ ସ୍କୁଲର ବିଜ୍ଞାନ ଶିକ୍ଷକ ସୁରେଶ ଚନ୍ଦ୍ର ପଣ୍ଡାଙ୍କ ନାମରେ ଛଅ ଜଣ ଛାତ୍ରୀ ଜାତିଆଣ ଅଭିଯୋଗ କରିଥିଲେ। ଏନେଇ ସେମାନେ ବିଇଓଙ୍କୁ ଜଣାଇବା ସହିତ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ମଧ୍ୟ ଅଭିଯୋଗ କରିଥିଲେ। ମାତ୍ର ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ ମୋ ପାଇଁ ସବୁ ଛାତ୍ରୀଛାତ୍ର ସମାନ ବୋଲି ପ୍ରକାଶ କରିଛନ୍ତି ଶିକ୍ଷକ ସୁରେଶ ପଣ୍ଡା। ଏବେ ସଂପୃକ୍ତ ଶିକ୍ଷକଙ୍କୁ ଜଟେସିଂହା ହାଇସ୍କୁଲକୁ ବଦଳି କରାଯାଇଛି। ଶିକ୍ଷକ ପଣ୍ଡା ଜଣେ କର୍ତ୍ତବ୍ୟନିଷ୍ଠା ଓ ତାଙ୍କ ନାମରେ ହୋଇଥିବା ଅଭିଯୋଗ ଉଦ୍ଦେଶ୍ୟ ମୂଳକ ଭାବରେ ହୋଇଥିବା ଅଭିଯୋଗ କରିଛନ୍ତି ଅନ୍ୟ ସମସ୍ତ ଛାତ୍ରୀଛାତ୍ର, ଅବିଭାବକ ଓ ପରିଚାଳନା କମିଟୀର ସଦସ୍ୟ। ତେଣୁ ଉକ୍ତ ଶିକ୍ଷକଙ୍କୁ ଫେରାଇ ଆଣିବାକୁ ଛାତ୍ରୀଛାତ୍ର ଓ ଅବିଭାବକ ଦାବି କରି ଏହି ବନ୍ଦ କରିଛନ୍ତି।
ସୁଚନାଯୋଗ୍ୟ ୧୯୯୦ ମସିହାରେ ସ୍ଥାପିତ ହୋଇଥିବା ଉକ୍ତ ହାଇସ୍କୁଲରେ ଏବେ ଅଷ୍ଟମ ଓ ନବମ ଶ୍ରେଣୀ ରହିଛି। ଏହି ଦୁଇ ଶ୍ରେଣୀରେ ପ୍ରାୟ ୧୬୫ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଏମାନଙ୍କୁ ପଢାଇବା ପାଇଁ ବର୍ତ୍ତମାନ ଏହି ସ୍କୁଲରେ ମାତ୍ର ତିନି ଜଣ ଶିକ୍ଷକ ଅଛନ୍ତି । ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜଳୀ ମିଶ୍ର ଚଳିତ ୩୦ ତାରିଖରେ ଅବସର ଗ୍ରହଣ କରିବେ। ଦୁଇ ଜଣ ଶିକ୍ଷକରେ ପାଠ ପଢାସେ ବ୍ୟାଘାତ ଦେଖାଦେବ। ଏବେ ପୁଣି ସ୍କୁଲର ବିଜ୍ଞାନ ଶିକ୍ଷକ ସୁରେଶ ପଣ୍ଡାଙ୍କୁ ଜଟେସିଂହା ହାଇସ୍କୁଲକୁ ବଦଳି ହୋଇଛି। ଫଳରେ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍କୁଲରେ ସମସ୍ତ ବିଷୟ ପାଠ ପଢାଇବା ପାଇଁ ଏବେ ଶିକ୍ଷକ ନ ଥିବା ବେଳେ ଉକ୍ତ ସ୍କୁଲରୁ ଜଣେ ଶିକ୍ଷକଙ୍କୁ ଅନ୍ୟ ସ୍କୁଲକୁ ବଦଳି କରିବା ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହିତ ଖେଳଘର ସଦୃଶ ହୋଇଛି ବୋଲି ଅଭିଭାବକ ପ୍ରକାଶ କରିଛନ୍ତି।
ସ୍କୁଲ ଫାଟକରେ ତାଲା ମାରି ଫାଟକ ଆଗରେ ଛାତ୍ରୀଛାତ୍ର , ଅବିଭାବକ ଓ ସ୍କୁଲ ପରିଚାଳନା କମିଟୀର ସଦସ୍ୟ ନାରାବାଜି କରିଛନ୍ତି। ଫଳରେ ସ୍କୁଲ ଭିତରକୁ ଶିକ୍ଷକମାନେ ଯାଇ ନ ପାରି ବାହାରେ ବସି ରହିଥିଲେ। ଖବର ପାଇ ବିଇଓଙ୍କ ନିର୍ଦ୍ଦେଶରେ ଏବିଇଓ ବାର୍ଣ୍ଣା ଡୁଙ୍ଗଡୁଙ୍ଗ, ସିଆରସିସି ମନରଞ୍ଜନ ଭୋଇ, ଅତିରିକ୍ତ ତହସିଲଦାର ସ୍ବାଗତ କୁମାର ପଣ୍ଡା,ଥାନା ଅଧିକାରୀ ଶୋଭାକର ସେଟ ସ୍କୁଲକୁ ଯାଇ ଛାତ୍ରୀଛାତ୍ର ଓ ଅବିଭାବକଙ୍କୁ ବୁଝାସୁଝା କରିଥିଲେ। ମାତ୍ର ବଦଳି ହୋଇଥିବା ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର ଦାବିରେ ଅଡି ବସିଥିଲେ। ସେମାନଙ୍କ ମଧ୍ୟରେ ହୋଇଥିବା ଆଲୋଚନାର କୌଣସି ଫଳ ବାହାରି ପାରି ନ ଥିଲା। ଫଳରେ ସ୍କୁଲ ଫାଟକରୁ ତାଲା ଖୋଲା ଯାଇପାରିନାହିଁ। ଏନେଇ ବୀରମହାରାଜପୁର ବିଇଓ ଶାନ୍ତନୁ କୁମ୍ଭକାରଙ୍କୁ ପଚାରିବାରୁ ସଂପୃକ୍ତ ଶିକ୍ଷକଙ୍କ ନାମରେ ଅଭିଯୋଗ ହୋଇଥିବାରୁ ତାଙ୍କୁ ଜଟେସିଂହା ହାଇସ୍କୁଲକୁ ବଦଳି ହୋଇଛି ଏବଂ ତାଙ୍କ ସ୍ଥାନରେ ଜଟେସିଂହା ହାଇସ୍କୁଲର ଶିକ୍ଷକ ଗୁରୁଦତ୍ତ ମିଶ୍ରଙ୍କୁ ବାଗବର ହାଇସ୍କୁଲରେ ନିଯୁକ୍ତି ଦିଆଯାଇଛି। ମାତ୍ର ଛାତ୍ରୀଛାତ୍ର ଓ ଅବିଭାବକ ସୁରେଶ ପଣ୍ଡାଙ୍କ ବଦଳି ପ୍ରତ୍ୟାହର ଦାଦି କରୁଛନ୍ତି ବୋଲି ପ୍ରକାଶ କରିବା ସହିତା ସ୍କୁଲ ଖୋଲିବା ନେଇ ଆମେ ଆଲୋଚନା କରୁଛୁ ବୋଲି ପ୍ରତିକ୍ରିୟା ଦେଇଛନ୍ତି। ତେବେ ଛାତ୍ରୀଛାତ୍ରଙ୍କ ପାଠ ପଢାକୁ ଗୁରୁତ୍ୱ ଦେଇ ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାଦି ହେଉଛି।
The post ଶିକ୍ଷକ ବଦଳି ପ୍ରତିବାଦରେ ହାଇସ୍କୁଲରେ ତାଲା appeared first on Dharitri Odia News.