ବାଂଲାଦେଶ ଭୋଟ ଆଜି

ଢାକା,୭।୧: ବାଂଲାଦେଶ ସାଧାରଣ ନିର୍ବାଚନ ରବିବାର ହେବାକୁ ଯାଉଛି। ଅନ୍ୟପକ୍ଷରେ ବେଆଇନ ସରକାରରେ ହିଂସା ବଢ଼ୁଥିବାରୁ ଏହାର ପ୍ରତିବାଦରେ ବିରୋଧୀ ଦଳ ବିଏନ୍‌ପି ଶନିବାରଠାରୁ ୪୮ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ଫଳରେ ବିରୋଧୀ ଶୂନ୍ୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ଚତୁର୍ଥ ଥର ପାଇଁ ଜିତିବା ଆଶା କରାଯାଉଛି। ଦେଶର ୩୦୦ ନିର୍ବାଚନ ମଣ୍ଡଳୀରେ ଭୋଟ ପାଇଁ ପ୍ରସ୍ତୁତି ଶେଷ ହୋଇଥିବା ନିର୍ବାଚନ କମିଶନ କହିଛନ୍ତି। ୪୨ ହଜାର ଭୋଟକେନ୍ଦ୍ରରେ ୧୧.୯୬ କୋଟି ଭୋଟର ସେମାନଙ୍କ […] The post ବାଂଲାଦେଶ ଭୋଟ ଆଜି appeared first on Dharitri Odia News.

ବାଂଲାଦେଶ ଭୋଟ ଆଜି

ଢାକା,୭।୧: ବାଂଲାଦେଶ ସାଧାରଣ ନିର୍ବାଚନ ରବିବାର ହେବାକୁ ଯାଉଛି। ଅନ୍ୟପକ୍ଷରେ ବେଆଇନ ସରକାରରେ ହିଂସା ବଢ଼ୁଥିବାରୁ ଏହାର ପ୍ରତିବାଦରେ ବିରୋଧୀ ଦଳ ବିଏନ୍‌ପି ଶନିବାରଠାରୁ ୪୮ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ଫଳରେ ବିରୋଧୀ ଶୂନ୍ୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ଚତୁର୍ଥ ଥର ପାଇଁ ଜିତିବା ଆଶା କରାଯାଉଛି। ଦେଶର ୩୦୦ ନିର୍ବାଚନ ମଣ୍ଡଳୀରେ ଭୋଟ ପାଇଁ ପ୍ରସ୍ତୁତି ଶେଷ ହୋଇଥିବା ନିର୍ବାଚନ କମିଶନ କହିଛନ୍ତି। ୪୨ ହଜାର ଭୋଟକେନ୍ଦ୍ରରେ ୧୧.୯୬ କୋଟି ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ୨୭ ଦଳରୁ ୧,୫୦୦ରୁ ଅଧିକ ପ୍ରାର୍ଥୀ ଓ ୪୩୬ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି (ବିଏନ୍‌ପି) ନିର୍ବାଚନ ବର୍ଜନ କରିଥିବାବେଳେ ମତଦାନର ଦିନକ ପୂର୍ବରୁ ବାଂଲାଦେଶର ବିଭିନ୍ନ ଅଞ୍ଚଳରେ ବ୍ୟାପକ ହିଂସାକାଣ୍ଡ ଓ ପୋଡ଼ାଜଳା ଦେଖାଯାଇଛି। ଦୁର୍ବୃତ୍ତମାନେ ଶୁକ୍ରବାର ମଧ୍ୟରାତ୍ରରେ ୪ଟି ବୁଥ୍‌ ସମେତ ୫ଟି ପ୍ରାଥମିକ ବିଦ୍ୟାଳୟରେ ନିଆଁ ଲଗାଇଦେଇଛନ୍ତି। ରାଜଧାନୀ ଢାକା ଉପକଣ୍ଠ ଗାଜିପୁରରେ ହୋଇଥିବା ପୋଡ଼ାଜଳା ଘଟଣାର ପୋଲିସ ତଦନ୍ତ ଚଳାଇଥିବାବେଳେ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ଏଭଳି କରାଯାଇଥିବା ସନ୍ଦେହ କରାଯାଉଛି। ଶୁକ୍ରବାର ରାତିରେ ଦୁର୍ବୃତ୍ତମାନେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ ଲଗାଇଦେବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଢାକାର କମଳାପୁର ରେଳଷ୍ଟେଶନରେ ପହଞ୍ଚତ୍ବାର ୨ କିଲୋମିଟର ପୂର୍ବରୁ ବେନାପୋଲ୍‌ ଏକ୍ସପ୍ରେସ୍‌ରେ ନିଆଁ ଲଗାଇ ଦିଆଯାଇଥିଲା। ଏହି ଘଟଣାରେ ଢାକା ପୋଲିସ ଶନିବାର ବିଏନ୍‌ପିର ଜଣେ ଖ୍ୟାତନାମା ନେତାଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଢାକାର ବିଏନ୍‌ପି ଯୁଗ୍ମ ଆବାହକ ନବି ଉଲ୍ଲାହ ନବି ଏବଂ ବିଏନ୍‌ପି ଯୁବ ଦଳର ୫ କର୍ମୀ ଅଛନ୍ତି।

ଗତ ୩ଟି ନିର୍ବାଚନ ମଧ୍ୟରୁ ବିଏନ୍‌ପି ଦ୍ୱିତୀୟ ଥର ପାଇଁ ଭୋଟ ବର୍ଜନ କରିଛି। ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଆଓ୍ବାମି ଲିଗ୍‌ ପାର୍ଟି ଜାଲ୍‌ ଭୋଟ ବଳରେ ଚତୁର୍ଥ ଥର ପାଇଁ କ୍ଷମତା ଦଖଲ କରିବାକୁ ଉଦ୍ୟମ କରୁଥିବା ବିଏନ୍‌ପି ଅଭିଯୋଗ କରିଛି। ଏକ ନିରପେକ୍ଷ ସରକାରଙ୍କ ଦ୍ୱାରା ନିର୍ବାଚନ ପରିଚାଳନା ପାଇଁ ହାସିନା ଇସ୍ତଫା ଦେବାକୁ ବିଏନ୍‌ପି ଦାବି କରିଥିଲା। ବିରୋଧୀ ଦଳର ଦାବିକୁ ପ୍ରଧାନମନ୍ତ୍ରୀ ଅଗ୍ରାହ୍ୟ କରିଦେଇଛନ୍ତି। ବିରୋଧୀ ଦଳ ସରକାର ବିରୋଧୀ ଆନ୍ଦୋଳନକୁ ବଢ଼ାଇବା ସହ ଅକ୍ଟୋବର ମାସରୁ ଢାକାକୁ ଅଚଳ କରି ରଖିଥିବା ହାସିନା ଅଭିଯୋଗ କରିଛନ୍ତି। ବିରୋଧୀ କର୍ମୀମାନେ ହିଂସାକାଣ୍ଡ ଘଟାଇ ୧୦ ଜଣଙ୍କୁ ହତ୍ୟା କଲେଣି ବୋଲି ସେ କହିଛନ୍ତି।

The post ବାଂଲାଦେଶ ଭୋଟ ଆଜି appeared first on Dharitri Odia News.