ସିନିୟର ପରେ ଜୁନିୟର ଟିମ୍ ଇଣ୍ଡିଆ କଲା ନିରାଶ, ୧୪ ବର୍ଷ ପରେ ଅଷ୍ଟ୍ରେଲିଆ ଚାମ୍ପିଅନ
ନୂଆଦିଲ୍ଲୀ: ସିନିୟରଙ୍କ ପରେ ନିରାଶ କଲା ଜୁନିୟର ଟିମ୍। ୨୦୨୩ ବିଶ୍ଵକପ୍ ପରାଜୟର ଯନ୍ତ୍ରଣାକୁ ଆଉ ଟିକେ ବଢାଇ ଦେଇଛି ୧୯ ବର୍ଷରୁ କମ ଭାରତୀୟ ଦଳ। ଆଜି ଖେଳାଯାଇଥିବା ଫାଇନାଲ୍ରେ ଅଷ୍ଟ୍ରେଲିଆ ଡିଫେଣ୍ଡିଂ ଚାମ୍ପିଅନ ଭାରତକୁ ହରାଇ ୧୯ ବର୍ଷରୁ କମ ବିଶ୍ଵକପ୍ ଟାଇଟଲ୍ ଜିତିଛି। ଏଥିସହ କଙ୍ଗାରୁ ଦଳ ଚତୁର୍ଥ ଥର ଟ୍ରଫି ଜିତିଛି। ୧୯ ବର୍ଷରୁ କମ ବିଶ୍ଵକପରେ ଭାରତ ପରେ ଅଷ୍ଟ୍ରେଲିଆ ଦ୍ଵିତୀୟ ସଫଳ ଦଳ ହେବାର ଉପଲବ୍ଧି ହାସଲ କରିଛି। ଫାଇନାଲ୍ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୭ ଓ୍ଵିକେଟ୍ ହରାଇ ୨୫୩ ରନ କରିଥିଲା। ଜବାବରେ ଭାରତୀୟ ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ୪୩.୫ ଓଭରରେ ୧୭୪ ରନରେ ଅଲଆଉଟ୍ ହୋଇଛି। ଏଥିସହ ଭାରତୀୟ ଦଳକୁ ଚତୁର୍ଥ ଥର ଫାଇନାଲ୍ରେ ପରାଜୟ ସାମ୍ନା କରିବାକୁ ପଡ଼ିଛି। Also read- ଟେଷ୍ଟ କ୍ରିକେଟ ଇତିହାସର ୩ ବୋଲର, ଗୋଟିଏ ଇନିଂସରେ ନେଇଛନ୍ତି ସମସ୍ତ ୧୦ ଓ୍ଵିକେଟ୍ ଫାଇନାଲ୍ରେ ୨୫୪ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତୀୟ ଦଳର ଆରମ୍ଭ ନୈରାଶ୍ୟଜନକ ଥିଲା। ସେମି ଫାଇନାଲ୍ ମୁକାବିଲା ପରି ଫାଇନାଲ୍ରେ ନିରାଶ କରିଛନ୍ତି ଭାରତୀୟ ଶୀର୍ଷ କ୍ରମ ବ୍ୟାଟର। ଓପନିଂ ବ୍ୟାଟର ଅର୍ଶିନ କୁଲକର୍ଣ୍ଣି ୬ ବଲ୍ରେ ୩ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଭଲ ଲୟରେ ନଜର ଆସୁଥିବା ମୁଶୀର ଖାନ ୩୩ ବଲ୍ରେ ୨୨ ରନ କରି ପାଭିଲିୟନ ଫେରିଥିଲେ। ଅଧିନାୟକ ଉଦୟ ସହାରନ ଫାଇନାଲ୍ରେ
ନୂଆଦିଲ୍ଲୀ: ସିନିୟରଙ୍କ ପରେ ନିରାଶ କଲା ଜୁନିୟର ଟିମ୍। ୨୦୨୩ ବିଶ୍ଵକପ୍ ପରାଜୟର ଯନ୍ତ୍ରଣାକୁ ଆଉ ଟିକେ ବଢାଇ ଦେଇଛି ୧୯ ବର୍ଷରୁ କମ ଭାରତୀୟ ଦଳ। ଆଜି ଖେଳାଯାଇଥିବା ଫାଇନାଲ୍ରେ ଅଷ୍ଟ୍ରେଲିଆ ଡିଫେଣ୍ଡିଂ ଚାମ୍ପିଅନ ଭାରତକୁ ହରାଇ ୧୯ ବର୍ଷରୁ କମ ବିଶ୍ଵକପ୍ ଟାଇଟଲ୍ ଜିତିଛି। ଏଥିସହ କଙ୍ଗାରୁ ଦଳ ଚତୁର୍ଥ ଥର ଟ୍ରଫି ଜିତିଛି। ୧୯ ବର୍ଷରୁ କମ ବିଶ୍ଵକପରେ ଭାରତ ପରେ ଅଷ୍ଟ୍ରେଲିଆ ଦ୍ଵିତୀୟ ସଫଳ ଦଳ ହେବାର ଉପଲବ୍ଧି ହାସଲ କରିଛି। ଫାଇନାଲ୍ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୭ ଓ୍ଵିକେଟ୍ ହରାଇ ୨୫୩ ରନ କରିଥିଲା। ଜବାବରେ ଭାରତୀୟ ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ୪୩.୫ ଓଭରରେ ୧୭୪ ରନରେ ଅଲଆଉଟ୍ ହୋଇଛି। ଏଥିସହ ଭାରତୀୟ ଦଳକୁ ଚତୁର୍ଥ ଥର ଫାଇନାଲ୍ରେ ପରାଜୟ ସାମ୍ନା କରିବାକୁ ପଡ଼ିଛି।
Also read- ଟେଷ୍ଟ କ୍ରିକେଟ ଇତିହାସର ୩ ବୋଲର, ଗୋଟିଏ ଇନିଂସରେ ନେଇଛନ୍ତି ସମସ୍ତ ୧୦ ଓ୍ଵିକେଟ୍
ଫାଇନାଲ୍ରେ ୨୫୪ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତୀୟ ଦଳର ଆରମ୍ଭ ନୈରାଶ୍ୟଜନକ ଥିଲା। ସେମି ଫାଇନାଲ୍ ମୁକାବିଲା ପରି ଫାଇନାଲ୍ରେ ନିରାଶ କରିଛନ୍ତି ଭାରତୀୟ ଶୀର୍ଷ କ୍ରମ ବ୍ୟାଟର। ଓପନିଂ ବ୍ୟାଟର ଅର୍ଶିନ କୁଲକର୍ଣ୍ଣି ୬ ବଲ୍ରେ ୩ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଭଲ ଲୟରେ ନଜର ଆସୁଥିବା ମୁଶୀର ଖାନ ୩୩ ବଲ୍ରେ ୨୨ ରନ କରି ପାଭିଲିୟନ ଫେରିଥିଲେ। ଅଧିନାୟକ ଉଦୟ ସହାରନ ଫାଇନାଲ୍ରେ ଆଶା ଅନୁଯାୟୀ ବ୍ୟାଟିଂ କରି ପାରି ନ ଥିଲେ ଏବଂ କେବଳ ୮ ରନ କରି ଆଉଟ୍ ହୋଇଥିଲେ।
ସେମି ଫାଇନାଲ୍ରେ ଶତକଠୁ ମାତ୍ର ୪ ରନରୁ ବଞ୍ଚିତ ହୋଇଥିବା ସଚିନ ଧାସ(୯ ରନ) ନିରାଶ କରିଥିଲେ। ପ୍ରିୟାଂଶୁ ମୋଲିଆ ୯ ଏବଂ ଓ୍ଵିକେଟ୍ କିପର ଅବିନାଶ ଖାତା ଖୋଲି ପାରି ନ ଥିଲେ। ଓପନିଂ ବ୍ୟାଟର ଆଦର୍ଶ ସିଂ ଇନିଂସକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ ହେଁ ୩୧ତମ ଓଭରରେ ପାଭିଲିୟନ ଫେରିଥିଲେ। ସେ ୭୭ ବଲ୍ରୁ ୪୭ ରନ କରିଛନ୍ତି। ରାଜ ଲିମ୍ବାନୀ ମଧ୍ୟ ଖାତା ଖୋଲି ପାରି ନ ଥିଲେ। ମୁରୁଗନ ଅଭିଷେକ ୪୨ ରନର ଇନିଂସ ଖେଳିଥିଲେ। ମାତ୍ର ୪୧ତମ ଓଭରରେ ସେ ପାଭିଲିୟନ ଫେରିଥିଲେ। ୪୪ତମ ଓଭରରେ ସୌମ୍ୟ ପାଣ୍ଡେଙ୍କ ଆଉଟ୍ ସହ ଭାରତୀୟ ଇନିଂସର ୧୭୪ ରନରେ ଅନ୍ତ ଘଟିଥିଲା।
ଅଷ୍ଟ୍ରେଲିଆ ଇନିଂସ
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୧୬ ରନରେ ସାମ କନଷ୍ଟାସ(୦)ଙ୍କ ଓ୍ଵିକେଟ୍ ହରାଇଥିଲା। ତେବେ ଡିକ୍ସନ ଓ ହ୍ୟୁଗ ଓ୍ଵିବଗେନ ଦମଦାର ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍ରେ ୭୮ ରନ ଯୋଡ଼ି ସ୍ଥିତି ମଜବୁତ କରିଥିଲେ। ଏହିକ୍ରମରେ ଓ୍ଵିବଗେନ ୪୮ ରନ ଓ ଡିକ୍ସନ ୪୨ ରନ କରି ଆଉଟ୍ ହୋଇଥିଲେ। ୯୯ ରନରେ ୩ଟି ଓ୍ଵିକେଟ୍ ହରାଇଥିବା ଅଷ୍ଟ୍ରେଲିଆକୁ ମଧ୍ୟକ୍ରମରେ ହରଜସ ସିଂ ଓ ରିୟାନ ହିକ୍ସ ୩ୟ ଓ୍ଵିକେଟ୍ ପାଇଁ ୬୬ ରନ ଯୋଡ଼ିଥିଲେ। ତେବେ ରିୟାନ ହିକ୍ସ(୨୦)ଙ୍କୁ ଆଉଟ୍ କରି ଏହି ଭାଗିଦାରୀ ଭାଙ୍ଗିଥିଲେ ରାଜ ଲିମ୍ବାନୀ। ହଜରାସ ସିଂ ଦମଦାର ବ୍ୟାଟିଂ କରି ମଧ୍ୟକ୍ରମରେ ୫୫ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ନିମ୍ନକ୍ରମରେ ଓଲିଭର ପିକ୍ ୪୬ ରନର ଅପରାଜିତ ଇନିଂସ ଖେଳିବାରୁ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୨୫୩ ରନ କରିଥିଲା।
ଭାରତ ପକ୍ଷରୁ ରାଜ ଲିମ୍ବାନୀ ୩୮ ରନ ଦେଇ ୩ଟି ସଫଳତା ହାସଲ କରିଥିଲେ। ନମନ ତିଓ୍ଵାରୀ ୬୩ ରନ ମହଙ୍ଗା ସାବ୍ୟସ୍ତ ହୋଇ ୨ଟି ଓ୍ଵିକେଟ୍ ନେଇଥିଲେ। ସୌମ୍ୟ ପାଣ୍ଡେ ଓ ମୁଶୀର ଖାନ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।
The post ସିନିୟର ପରେ ଜୁନିୟର ଟିମ୍ ଇଣ୍ଡିଆ କଲା ନିରାଶ, ୧୪ ବର୍ଷ ପରେ ଅଷ୍ଟ୍ରେଲିଆ ଚାମ୍ପିଅନ appeared first on Prameya News7.