ବାତ୍ସଲ୍ୟ ମମତା ଆଗରେ ହାର୍ ମାନିଲା ଭେଦ ଭାବ, ମା' ମରିଗଲା ବୋଲି ଛେଳି ଛୁଆଙ୍କୁ କ୍ଷୀର ଖୁଆଇଲା କୁକୁର
ପାଟଣା ୨୯/୦୩: ବାତ୍ସଲ୍ୟ ମମତାରେ ବନ୍ଧା ଏ ଜଗତ । ବାତ୍ସଲ୍ୟ ମମତା ଆଗରେ ହାର୍ ମାନେ ପର ଆପଣା । ସେ ମଣିଷ ହେଉ ବା ପଶୁ ଜନ୍ତୁ । ମାସେ ନୁହେଁ କି ଦୁଇ ମାସ, ଦୀର୍ଘ ୪ ମାସ ଧରି ଏମିତି ମମତା ବାଣ୍ଟି ଚାଲିଛି ଜଣେ ମାଆ । ପଶୁଟିଏ ହେଲେ ବି ଅନ୍ୟ ପଶୁ ଛୁଆଙ୍କୁ କୋଳେଇ ନେଇଛି । ପାଖରେ ରଖି ଦୀର୍ଘ ୪ ମାସ ଧରି ଦେଇଛି ଖାଦ୍ୟ । ଏମିତି ନିଆରା ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଦାଶରଥୀପୁର ଗ୍ରାମରେ । ଏଠାରେ ଦେଖିବାକୁ ମିଳିଛି ଏଭଳି ଏକ ବିସ୍ମୟକର ଘଟଣା । କୁକୁର ଠାରୁ କ୍ଷୀର ଖାଉଛନ୍ତି ୨ଟି ଛେଳି ଛୁଆ । ଯାହାକୁ ଦେଖି ସ୍ଥାନୀୟ ଅଞ୍ଚଳର ଲୋକେ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି । ମାଆର ବାତ୍ସଲ୍ୟ ମମତା ଯେ କେତେ ସର୍ବବ୍ୟାପି ଓ ଭେଦ ଭାବହୀନ ତାହା ଏହି ଘଟଣାରୁ ସ୍ପଷ୍ଟ ଅନୁମେୟ ହୋଇଛି । ପଶୁଙ୍କ ନିକଟରେ ଏଭଳି ଘଟଣା ବିରଳ ବୋଲି ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଇଛି । ଛେଳି ଛୁଆଙ୍କର ମାଛେଳି କୁ କିଛି କୁକୁର ଆକ୍ରମଣ କରିଥିଲେ । ଏହାର କିଛି ଦିନ ପରେ ମାଆଛେଳି ମୃତ୍ୟୁ ମୁଖରେ ପଡିଥିଲା । ମାଆ ଛେଳିକୁ କୁକୁର ଆକ୍ରମଣ କରିବା ଘଟଣା ଦେଖିଥିଲା ଏହି ମାଆ କୁକୁର । ମାଆ ଛେଳି ମରିଯିବା ପରେ ଦୁଇ ଛେଳି ଛୁଆଙ୍କ ବଞ୍ଚିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଯାହାକୁ ଉପଲବ୍ଧି କରି ପାରିଥିଲା ମାଆ କୁକୁର । ଏହାପରେ ସେ ଛେଳି ଛୁଆଙ୍କୁ ଆପଣାଇ ନେଇ ନିଜ ଛୁଆ ଭଳି ବାତ୍ସଲ୍ୟ ମମତାରେ ବାନ୍ଧି ରଖିଥ
ପାଟଣା ୨୯/୦୩: ବାତ୍ସଲ୍ୟ ମମତାରେ ବନ୍ଧା ଏ ଜଗତ । ବାତ୍ସଲ୍ୟ ମମତା ଆଗରେ ହାର୍ ମାନେ ପର ଆପଣା । ସେ ମଣିଷ ହେଉ ବା ପଶୁ ଜନ୍ତୁ । ମାସେ ନୁହେଁ କି ଦୁଇ ମାସ, ଦୀର୍ଘ ୪ ମାସ ଧରି ଏମିତି ମମତା ବାଣ୍ଟି ଚାଲିଛି ଜଣେ ମାଆ । ପଶୁଟିଏ ହେଲେ ବି ଅନ୍ୟ ପଶୁ ଛୁଆଙ୍କୁ କୋଳେଇ ନେଇଛି । ପାଖରେ ରଖି ଦୀର୍ଘ ୪ ମାସ ଧରି ଦେଇଛି ଖାଦ୍ୟ ।
ଏମିତି ନିଆରା ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଦାଶରଥୀପୁର ଗ୍ରାମରେ । ଏଠାରେ ଦେଖିବାକୁ ମିଳିଛି ଏଭଳି ଏକ ବିସ୍ମୟକର ଘଟଣା । କୁକୁର ଠାରୁ କ୍ଷୀର ଖାଉଛନ୍ତି ୨ଟି ଛେଳି ଛୁଆ । ଯାହାକୁ ଦେଖି ସ୍ଥାନୀୟ ଅଞ୍ଚଳର ଲୋକେ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି ।
ମାଆର ବାତ୍ସଲ୍ୟ ମମତା ଯେ କେତେ ସର୍ବବ୍ୟାପି ଓ ଭେଦ ଭାବହୀନ ତାହା ଏହି ଘଟଣାରୁ ସ୍ପଷ୍ଟ ଅନୁମେୟ ହୋଇଛି । ପଶୁଙ୍କ ନିକଟରେ ଏଭଳି ଘଟଣା ବିରଳ ବୋଲି ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଇଛି । ଛେଳି ଛୁଆଙ୍କର ମାଛେଳି କୁ କିଛି କୁକୁର ଆକ୍ରମଣ କରିଥିଲେ । ଏହାର କିଛି ଦିନ ପରେ ମାଆଛେଳି ମୃତ୍ୟୁ ମୁଖରେ ପଡିଥିଲା । ମାଆ ଛେଳିକୁ କୁକୁର ଆକ୍ରମଣ କରିବା ଘଟଣା ଦେଖିଥିଲା ଏହି ମାଆ କୁକୁର ।
ମାଆ ଛେଳି ମରିଯିବା ପରେ ଦୁଇ ଛେଳି ଛୁଆଙ୍କ ବଞ୍ଚିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଯାହାକୁ ଉପଲବ୍ଧି କରି ପାରିଥିଲା ମାଆ କୁକୁର । ଏହାପରେ ସେ ଛେଳି ଛୁଆଙ୍କୁ ଆପଣାଇ ନେଇ ନିଜ ଛୁଆ ଭଳି ବାତ୍ସଲ୍ୟ ମମତାରେ ବାନ୍ଧି ରଖିଥିଲା । ସେମାନଙ୍କୁ ନିଜ ଛୁଆ ଭଳି ଲାଳନ ପାଳନ କରିବା ସହିତ ନିଜ କ୍ଷୀର ମଧ୍ୟ ଖୁଆଇଥିଲା । ପଶୁଙ୍କ ଠାରେ ଏଭଳି ଏକ ବିରଳ ବାତ୍ସଲ୍ୟମମତା, ମାନବ ସମାଜ ପାଇଁ ପ୍ରେରଣାଦାୟୀ ପାଲଟିଛି ।