ପ୍ରବଳ ବର୍ଷା ଯୋଗୁଁ ଯାତାୟତ ଠପ୍‌, ଏମଭି-୯୬ ବ୍ରିଜ ଉପରେ ୪ ଫୁଟ ଉଚ୍ଚତାର ଜଳ ପ୍ରବାହିତ

କାଲିମେଳା:  ଏମଭି-୯୬ ପୋଲ ଉପରେ ୩ରୁ ୪ ଫୁଟ ଉଚ୍ଚତାର ବର୍ଷାପାଣି ପ୍ରବାହିତ ହେଉଛି। ଫଳରେ ୩୨୬ ନମ୍ବର ବିଜୟୱାଡା ରାଞ୍ଚି ଜାତୀୟ ରାଜପଥରେ ଯାତାୟାତ ବନ୍ଦ ରହିଛି। ଯାହାଦ୍ୱାରା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଠିକ ସେହିପରି ଏମଭି-୯୦ ଗାଁ ପୋଲର ସ୍ଲାବରେ ବର୍ଷା ପାଣି ପିଟି ହେଉଥିବା ବେଳେ କାଙ୍ଗୁରୁକୋଣ୍ଡା ପୋଲ ଉପରେ ପାଖାପାଖି ୧ରୁ ୨ଫୁଟ ଉଚ୍ଚତାର ବର୍ଷା ପାଣି ପୋଲ ଉପରେ ପ୍ରବାହିତ ହେଉଅଛି।ବର୍ତ୍ତମାନ ଏହି ପୋଲର ଉଭୟ ପାର୍ଶ୍ଵରେ ଅନେକ ଗାଡି ମୋଟର ସହିତ ଘରୋଇ ଓ ସରକାରୀ ବସ, ମାଲ ବୋଝଇ ଟ୍ରକ ଓ ବସ ଅଟକି ରହିଛି। ଯାତ୍ରୀମାନେ ଏହି ପୋଲର ଉଭୟ ପଟେ ଠିଆ ହୋଇ ବର୍ଷା ପାଣିର ଲହଡି କମିବାକୁ ଅପେକ୍ଷା କରିଛନ୍ତି। ଫଳରେ ଜିଲ୍ଲା ମାଲକାନଗିରି ସହିତ କାଲିମେଳା, ଏମଭି :୭୨, ଏମଭି ୯୬, ଏମଭି୭୯ ସହିତ ସୀମାନ୍ତ ମୋଟୁ ସହିତ ଯୋଗାଯୋଗ ବନ୍ଦ ରହିଛି। ତେବେ ସମ୍ଭାବ୍ୟ ଅଘଟଣକୁ ଦୃଷ୍ଟିରେ ରଖି ବର୍ଷା ପାଣି ପ୍ରବାହିତ ହେଉଥିବା ପୋଲମାନଙ୍କରେ ପୋଲିସ ଜଗି ରହିଛନ୍ତି। 

ପ୍ରବଳ ବର୍ଷା ଯୋଗୁଁ ଯାତାୟତ ଠପ୍‌, ଏମଭି-୯୬ ବ୍ରିଜ ଉପରେ ୪ ଫୁଟ ଉଚ୍ଚତାର ଜଳ ପ୍ରବାହିତ

କାଲିମେଳା:  ଏମଭି-୯୬ ପୋଲ ଉପରେ ୩ରୁ ୪ ଫୁଟ ଉଚ୍ଚତାର ବର୍ଷାପାଣି ପ୍ରବାହିତ ହେଉଛି। ଫଳରେ ୩୨୬ ନମ୍ବର ବିଜୟୱାଡା ରାଞ୍ଚି ଜାତୀୟ ରାଜପଥରେ ଯାତାୟାତ ବନ୍ଦ ରହିଛି। ଯାହାଦ୍ୱାରା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଠିକ ସେହିପରି ଏମଭି-୯୦ ଗାଁ ପୋଲର ସ୍ଲାବରେ ବର୍ଷା ପାଣି ପିଟି ହେଉଥିବା ବେଳେ କାଙ୍ଗୁରୁକୋଣ୍ଡା ପୋଲ ଉପରେ ପାଖାପାଖି ୧ରୁ ୨ଫୁଟ ଉଚ୍ଚତାର ବର୍ଷା ପାଣି ପୋଲ ଉପରେ ପ୍ରବାହିତ ହେଉଅଛି।
ବର୍ତ୍ତମାନ ଏହି ପୋଲର ଉଭୟ ପାର୍ଶ୍ଵରେ ଅନେକ ଗାଡି ମୋଟର ସହିତ ଘରୋଇ ଓ ସରକାରୀ ବସ, ମାଲ ବୋଝଇ ଟ୍ରକ ଓ ବସ ଅଟକି ରହିଛି। ଯାତ୍ରୀମାନେ ଏହି ପୋଲର ଉଭୟ ପଟେ ଠିଆ ହୋଇ ବର୍ଷା ପାଣିର ଲହଡି କମିବାକୁ ଅପେକ୍ଷା କରିଛନ୍ତି। 

ଫଳରେ ଜିଲ୍ଲା ମାଲକାନଗିରି ସହିତ କାଲିମେଳା, ଏମଭି :୭୨, ଏମଭି ୯୬, ଏମଭି୭୯ ସହିତ ସୀମାନ୍ତ ମୋଟୁ ସହିତ ଯୋଗାଯୋଗ ବନ୍ଦ ରହିଛି। ତେବେ ସମ୍ଭାବ୍ୟ ଅଘଟଣକୁ ଦୃଷ୍ଟିରେ ରଖି ବର୍ଷା ପାଣି ପ୍ରବାହିତ ହେଉଥିବା ପୋଲମାନଙ୍କରେ ପୋଲିସ ଜଗି ରହିଛନ୍ତି।