ହଠାତ୍‌ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୩।୬: ଅଜବ ବୋଲିଂ ଆକ୍ସନକୁ ନେଇ ପରିଚିତ ଭାରତୀୟ ଅଲରାଉଣ୍ଡର କେଦାର ଯାଦବ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ୨୦୧୪ରେ ଶ୍ରୀଲଙ୍କା ବିପକ୍ଷରେ ଡେବ୍ୟୁ କରିଥିଲେ ସେ। ଏଯାବତ ଭାରତ ପାଇଁ ୭୩ ଦିନିକିଆ ଏବଂ ୯ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ କ୍ରମଶଃ ୧୩୮୯ ଏବଂ ୧୨୨ ରନ୍‌ କରିଥିଲେ। ଏବେ ସେ ଧୋନୀଙ୍କ ଷ୍ଟାଇଲ୍‌ରେ ନିଜର ସନ୍ନ୍ୟାସ ଘୋଷଣା କରିଛନ୍ତି। ସେ ନିଜର ସମସ୍ତ ସାଥୀ ଖେଳାଳିଙ୍କୁ ଧନ୍ୟବାଦ ଜଣାଇ ଲେଖିଛନ୍ତି, ‘ମୋର […] The post ହଠାତ୍‌ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି ଭାରତୀୟ କ୍ରିକେଟର appeared first on Dharitri Odia News.

ହଠାତ୍‌ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୩।୬: ଅଜବ ବୋଲିଂ ଆକ୍ସନକୁ ନେଇ ପରିଚିତ ଭାରତୀୟ ଅଲରାଉଣ୍ଡର କେଦାର ଯାଦବ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ୨୦୧୪ରେ ଶ୍ରୀଲଙ୍କା ବିପକ୍ଷରେ ଡେବ୍ୟୁ କରିଥିଲେ ସେ। ଏଯାବତ ଭାରତ ପାଇଁ ୭୩ ଦିନିକିଆ ଏବଂ ୯ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ କ୍ରମଶଃ ୧୩୮୯ ଏବଂ ୧୨୨ ରନ୍‌ କରିଥିଲେ। ଏବେ ସେ ଧୋନୀଙ୍କ ଷ୍ଟାଇଲ୍‌ରେ ନିଜର ସନ୍ନ୍ୟାସ ଘୋଷଣା କରିଛନ୍ତି। ସେ ନିଜର ସମସ୍ତ ସାଥୀ ଖେଳାଳିଙ୍କୁ ଧନ୍ୟବାଦ ଜଣାଇ ଲେଖିଛନ୍ତି, ‘ମୋର ୧୫୦୦ ଘଣ୍ଟାର ଦୀର୍ଘ କ୍ୟାରିୟରରେ ଭଲପାଇବା ଏବଂ ସମର୍ଥନ ଦେବା ପାଇଁ ଆପଣ ସମସ୍ତଙ୍କୁ ଧନ୍ୟବାଦ। ମୋତେ ଏବେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସରପ୍ରାପ୍ତ ବୋଲି ଧରିନିଅନ୍ତୁ।’ ତେବେ ସେ ଆଇପିଏଲ୍‌ରେ ଧୋନୀଙ୍କ ଅଧିନାୟକତ୍ୱରେ ସିଏସ୍‌କେ ପାଇଁ ଖେଳିଛନ୍ତି।

ଆଇପିଏଲ୍‌ରେ ଗୋଟିଏ କିମ୍ବା ଦୁଇଟି ନୁହନ୍ତି ବରଂ ୪ ଟିମ୍‌ ପାଇଁ ଖେଳିଥିଲେ କେଦାର। ସେ ଦିଲ୍ଲୀ କ୍ୟାପିଟାଲ୍ସ, ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଆଇପିଏଲ୍‌ ଖେଳିଛନ୍ତି। ଯାଦବଙ୍କ ଆଇପିଏଲ୍‌ କ୍ୟାରିୟର ବିଷୟରେ କହିଲେ ସେ ୯୫ ମ୍ୟାଚ୍‌ର ୮୧ ଇନିଂସରେ ୧୨୦୮ ରନ୍‌ କରିଛନ୍ତି, ଯେଉଁଥିରେ ତାଙ୍କର ୪ ଅର୍ଦ୍ଧଶତକ ରହିଛି। ଶେଷ ଥର ପାଇଁ ଆଇପିଏଲ୍‌ରେ ସେ ଆର୍‌ସିବି ପକ୍ଷରୁ ଖେଳିଥିଲେ।

ଘରୋଇ କ୍ରିକେଟରେ ଯାଦବଙ୍କ ପ୍ରଦର୍ଶନ ବେଶ ଭଲ ରହିଥିଲା। ସେ ୮୭ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ୬୦୦୦ ରନ୍‌ କରିଛନ୍ତି। ଏଥିରେ ୧୭ ଶତକ ଏବଂ ୨୩ ଅର୍ଦ୍ଧଶତକ ରହିଥିଲା।

The post ହଠାତ୍‌ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି ଭାରତୀୟ କ୍ରିକେଟର appeared first on Dharitri Odia News.