ଜବାହର ନବୋଦୟ ବିଦ୍ୟାଳୟରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ହଦଗଡ଼ ଜବାହର ନବୋଦୟ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ସିନିୟର ଛାତ୍ରମାନେ ରାଗିଂ କରିଥିବା ଅଭିଯୋଗ ହୋଇଛି। ଛାତ୍ରଙ୍କ ଭଉଣୀ ମନୋଜା ରାଉତଙ୍କ ଅଭିଯୋଗ କ୍ରମେ ସୋସୋ ଥାନାରେ କେସ୍‌ ନଂ ୧୭୧/୨୦୨୪ରେ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ, ସୋସୋ ଥାନା ବାଲିଆ ଗ୍ରାମର ମନ୍ଦରଧର ରାଉତଙ୍କ ପୁଅ ୬ଷ୍ଠ ଶ୍ରେଣୀରେ ପଢିବା ସମୟରୁ କେତେକ […] The post ଜବାହର ନବୋଦୟ ବିଦ୍ୟାଳୟରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ appeared first on Dharitri Odia News.

ଜବାହର ନବୋଦୟ ବିଦ୍ୟାଳୟରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ହଦଗଡ଼ ଜବାହର ନବୋଦୟ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ସିନିୟର ଛାତ୍ରମାନେ ରାଗିଂ କରିଥିବା ଅଭିଯୋଗ ହୋଇଛି। ଛାତ୍ରଙ୍କ ଭଉଣୀ ମନୋଜା ରାଉତଙ୍କ ଅଭିଯୋଗ କ୍ରମେ ସୋସୋ ଥାନାରେ କେସ୍‌ ନଂ ୧୭୧/୨୦୨୪ରେ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁସାରେ, ସୋସୋ ଥାନା ବାଲିଆ ଗ୍ରାମର ମନ୍ଦରଧର ରାଉତଙ୍କ ପୁଅ ୬ଷ୍ଠ ଶ୍ରେଣୀରେ ପଢିବା ସମୟରୁ କେତେକ ସିନିୟର ଛାତ୍ର ତାଙ୍କୁ ରାଗିଂ କରିବା ସହ ମାଡ଼ ମାରି ବିଭିନ୍ନ ପ୍ରକାର ନିର୍ଯାତନା ଦେଇଆସୁଥିଲେ। ଏ ସମ୍ପର୍କରେ ଅଭିଭାବକ ସ୍କୁଲ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଘଟଣାରେ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଏହିପରି ରାଗିଂର ଶିକାର ହୋଇ ଛାତ୍ର ଜଣଙ୍କ ସେଠାରେ ପାଠପଢି ଆସୁଥିଲେ। ଏବେ ଛାତ୍ର ଜଣକ ୯ମ ଶ୍ରେଣୀରେ ପଢୁଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୨୯ରେ ସିନିୟର ପିଲାମାନେ ଛାତ୍ର ଜଣଙ୍କୁ ମାଡ଼ ମାରିଥିଲେ। ମାଡ଼ରେ ପିଲାଟିର ଗାଲ ମୁହଁ ଫୁଲି ଯାଇଥିଲା। ସେ ସମୟରେ ମଧ୍ୟ ଘଟଣାକୁ ଚପାଇ ଦେଇଥିଲେ ସ୍କୁଲ କର୍ତ୍ତୃପକ୍ଷ। ତେବେ ବୁଧବାର ଭୋପାଳରୁ ଭାଇସ୍‌ କମିଶନର ଆସିଥିବା ଜାଣିବାକୁ ପାଇ ପିତା ମନ୍ଦରଧର ଓ ଭଉଣୀ ମନୋଜା ଆସି ସ୍କୁଲରେ ପହଞ୍ଚିଥିଲେ। ହେଲେ ସେହି ସମୟରେ କ୍ଲାସ ରୁମ୍‌ରେ ପୁଅକୁ କଛି ଛାତ୍ର ମଧ୍ୟ ମାଡ଼ ମାରିଥିଲେ। ତେବେ ଏ ସମ୍ପର୍କରେ ପ୍ରିନ୍ସିପାଲ ପି. ମଣିକଣ୍ଡନଙ୍କୁ ପଚାରିବାରୁ ଏପରି ଅଭିଯୋଗକୁ ସେ ଅସ୍ବୀକାର କରିଛନ୍ତି। ଏ ସମ୍ପର୍କରେ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜବାହର ନବୋଦୟ ବିଦ୍ୟାଳୟର ମୁଖ୍ୟ ଅଫିସ ଭୋପାଳର ଅତିରିକ୍ତ କମିଶନର ପି.ମନିରାମେୟା କହିଛନ୍ତି।

ଅଭିଯୋଗକାରିଣୀ ମନୋଜା ରାଉତ (ଛାତ୍ରଙ୍କ ଭଉଣୀ)କହିଛନ୍ତି ଯେ, ବାରମ୍ବାର ଘଟଣା ସମ୍ପର୍କରେ ସ୍କୁଲ କର୍ତ୍ତୁପକ୍ଷଙ୍କୁ ଅଭିଯୋଗ କରିଥିଲେ। କୌଣସି ପଦକ୍ଷେପ ଗ୍ରହଣ ହୋଇ ନ ଥିଲା। ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିବାରୁ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହେଲୁ। ଆହୁରି ମଧ୍ୟ ମନୋଜା କହିଛନ୍ତି, ଗୁରୁବାର ପୋଲିସ ତଦନ୍ତ କରିବାକୁ ଯାଇଥିବା ବେଳେ ମୁଁ ମଧ୍ୟ ନବୋଦୟ ବିଦ୍ୟାଳୟକୁ ଯାଇଥିଲି। କିନ୍ତୁ ପ୍ରିନ୍ସିପାଲ ଏଠାରୁ ବାହାରି ଯାଅ କହିବା ସହ ନାନା କଟୁ ମନ୍ତବ୍ୟ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି।

The post ଜବାହର ନବୋଦୟ ବିଦ୍ୟାଳୟରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ appeared first on Dharitri Odia News.