ବିଜୟଠାରୁ ମାତ୍ର ୪ ଉଇକେଟ୍ ଦୂରରେ ଭାରତ
ବିଶାଖାପାଟନମ୍,୫।୨: ବିଶାଖାପାଟନମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ବିଜୟ ଠାରୁ ମାତ୍ର ୪ ଉଇକେଟ୍ ଦୂରରେ ଅଛି। ୩୯୯ ରନ୍ର ବିଜୟ ଲକ୍ଷ୍ୟ ପିଛା କରି ଇଂଲଣ୍ଡ ଚତୁର୍ଥ ଦିନର ଲଞ୍ଚ ପର୍ଯ୍ୟନ୍ତ ଭାରତ ୧୯୪ ରନ୍ରେ ୬ ଉଇକେଟ୍ ହରାଇଛି। ଇଂଲଣ୍ଡ ଦଳକୁ ବିଜୟ ପାଇଁ ଆହୁରି ୨୦୫ ରନ୍ ଆବଶ୍ୟକ। ଏହି ମ୍ୟାଚରେ ଭାରତୀୟ ଦଳ ନିଜର ଦୃ଼ଢତାକୁ ମଜଭୁତ କରିଛି। ତଥାପି ବେନ ଷ୍ଟୋକ୍ସ ଏବଂ […] The post ବିଜୟଠାରୁ ମାତ୍ର ୪ ଉଇକେଟ୍ ଦୂରରେ ଭାରତ appeared first on Dharitri Odia News.
ବିଶାଖାପାଟନମ୍,୫।୨: ବିଶାଖାପାଟନମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ବିଜୟ ଠାରୁ ମାତ୍ର ୪ ଉଇକେଟ୍ ଦୂରରେ ଅଛି। ୩୯୯ ରନ୍ର ବିଜୟ ଲକ୍ଷ୍ୟ ପିଛା କରି ଇଂଲଣ୍ଡ ଚତୁର୍ଥ ଦିନର ଲଞ୍ଚ ପର୍ଯ୍ୟନ୍ତ ଭାରତ ୧୯୪ ରନ୍ରେ ୬ ଉଇକେଟ୍ ହରାଇଛି। ଇଂଲଣ୍ଡ ଦଳକୁ ବିଜୟ ପାଇଁ ଆହୁରି ୨୦୫ ରନ୍ ଆବଶ୍ୟକ। ଏହି ମ୍ୟାଚରେ ଭାରତୀୟ ଦଳ ନିଜର ଦୃ଼ଢତାକୁ ମଜଭୁତ କରିଛି। ତଥାପି ବେନ ଷ୍ଟୋକ୍ସ ଏବଂ ବେନ ଫକ୍ସ କ୍ରିଜରେ ଅଛନ୍ତି। ଚତୁର୍ଥ ଦିନ ଖେଳ ଆରମ୍ଭ ହେବାମାତ୍ରେ ରେହାନ ଅହମ୍ମଦ ଏବଂ ଜାକ କ୍ରଲି ଭଲ ବ୍ୟାଟିଂ ଆରମ୍ଭ କରିଥିଲେ। କିନ୍ତୁ ଅହମ୍ମଦ ୨୩ ରନ୍ରେ ଅକ୍ଷର ପଟେଲଙ୍କ ଦ୍ୱାରା ଆଉଟ୍ ହୋଇଥିଲା। ଓଲି ଓପ ମଧ୍ୟ ୨୩ ରନ୍ରେ ଅଶ୍ୱିନଙ୍କ ଶିକାର ହୋଇଥିଲେ। ଏହାପରେ ଜୋର ରୁଟ୍ ମଧ୍ୟ ବେଶୀ ସମୟ କ୍ରିଜ୍ରେ ତିଷ୍ଠି ନ ପାରି ୧୬ ରନ୍ରେ ଆଉଟ୍ ହୋଇଥିଲେ। କ୍ରଲି ଚମତ୍କାର ବ୍ୟାଟିଂ କରୁଥିଲେ ସୁଦ୍ଧା ୭୩ ରନ୍ରେ ଆଉଟ୍ ହୋଇଥିଲେ।
ଇଂଲଣ୍ଡର ପ୍ରଥମ ଇନିଂସ ୨୫୩ ରନରେ ଶେଷ ହୋଇଥିଲା। ଭାରତ ଦ୍ୱିତୀୟ ଇନିଂସରେ ୨୫୫ ରନ ସଂଗ୍ରହ କରିଥିଲା। ଏହିପରି ଇଂଲଣ୍ଡ ୩୯୯ ରନ୍ର ବିଜୟ ଲକ୍ଷ୍ୟ ହାସଲ କରିଛି। ଏହାର ଜବାବରେ ଇଂଲଣ୍ଡ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଗୋଟିଏ ଉଇକେଟ ହରାଇ ୬୭ ରନ ସଂଗ୍ରହ କରିଥିଲା।
The post ବିଜୟଠାରୁ ମାତ୍ର ୪ ଉଇକେଟ୍ ଦୂରରେ ଭାରତ appeared first on Dharitri Odia News.