ବାଇକ୍କୁ ଧକ୍କା ଦେଲା ‘ଆମ ବସ୍' : ଜଣଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର
ବାଲିପାଟଣା ୧୪।୫: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଜିତିକାଲୋସୁଆଁଲୋ ଠାରେ ‘ଆମ ବସ୍’ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଜଗତସିଂହପୁର ଅଞ୍ଚଳର ବୋଲି ଜଣାପଡିଛି ।ସୂଚନାଯୋଗ୍ୟ ଯେ, ବୁଧବାର ସନ୍ଧ୍ୟା ସମୟରେ ୨ ଜଣ ବ୍ୟକ୍ତି ଏକ ବାଇକ୍ରେ ହଂସପାଳ-ଅଭୟମୁଖି ରାସ୍ତାରେ ଯାଉଥିଲେ । ଏହି ସମୟରେ ଜୟଦେବ ପୀଠରୁ ‘ଆମ ବସ୍’ ଭୁବନେଶ୍ଵର ଅଭିମୁଖେ ଯାଉଥିଲା । ବାଲିଅନ୍ତା ଥାନା ଜିତିକାଲସୁଆଁଲୋ ଠାରେ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ବାଲିଅନ୍ତା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ‘ଆମ ବସ୍’କୁ ପୋଲିସ ଜବତ କରିବା ସହ ଚାଳକକୁ ଥାନାରେ ଅଟକ ରଖିଛି ।You Can Read:ରେଳଧାରଣା ନିକଟରୁ ଚୋରା କୋଇଲା ବୋଝେଇ ପିକଅପ୍ ଜବତ, ଗାଡ଼ି ଛାଡି ଡ୍ରାଇଭର ଫେରାର
ବାଲିପାଟଣା ୧୪।୫: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଜିତିକାଲୋସୁଆଁଲୋ ଠାରେ ‘ଆମ ବସ୍’ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଜଗତସିଂହପୁର ଅଞ୍ଚଳର ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ବୁଧବାର ସନ୍ଧ୍ୟା ସମୟରେ ୨ ଜଣ ବ୍ୟକ୍ତି ଏକ ବାଇକ୍ରେ ହଂସପାଳ-ଅଭୟମୁଖି ରାସ୍ତାରେ ଯାଉଥିଲେ । ଏହି ସମୟରେ ଜୟଦେବ ପୀଠରୁ ‘ଆମ ବସ୍’ ଭୁବନେଶ୍ଵର ଅଭିମୁଖେ ଯାଉଥିଲା । ବାଲିଅନ୍ତା ଥାନା ଜିତିକାଲସୁଆଁଲୋ ଠାରେ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ବାଲିଅନ୍ତା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ‘ଆମ ବସ୍’କୁ ପୋଲିସ ଜବତ କରିବା ସହ ଚାଳକକୁ ଥାନାରେ ଅଟକ ରଖିଛି ।
You Can Read:
ରେଳଧାରଣା ନିକଟରୁ ଚୋରା କୋଇଲା ବୋଝେଇ ପିକଅପ୍ ଜବତ, ଗାଡ଼ି ଛାଡି ଡ୍ରାଇଭର ଫେରାର