ମାର୍କେଟରେ ଆଳୁ ଥିଲେ ବି ଟେନସନ୍ କମୁନି, ଜାଣନ୍ତୁ ୟୁପି ଓ ବେଙ୍ଗଲରୁ କେଉଁ ଆଳୁ ଅଧିକ ପସନ୍ଦ ?
ଭୁବନେଶ୍ଵର: ଥମୁନି ଆଳୁ ଟେନସନ୍। ମାର୍କେଟରେ ଆଳୁ ଥିଲେ ବି ଟେନସନ୍ କମୁନି। କାରଣ ଆଳୁ ସଙ୍କଟ ଦେଖାଦେବାରୁ ପଶ୍ଚିମବଙ୍ଗ ବଦଳରେ ଉତ୍ତର ପ୍ରଦେଶରୁ ଆଳୁ ମଗାଇଲେ ରାଜ୍ୟ ସରକାର। କିନ୍ତୁ ଏବେ ଦେଖିବାକୁ ମିଳୁଛି ଗ୍ରାହକ ୟୁପି ଆଳୁ ଦେଖି ନାକ ଟେକୁଛନ୍ତି। ସ୍ବାଦ ଦୃଷ୍ଟିରୁ ୟୁପି ଆଳୁ ଓଡ଼ିଶା ଲୋକଙ୍କୁ ପସନ୍ଦ ଆସୁନି। ବିଭିନ୍ନ ସ୍ଥାନରେ ରିଅଲିଟି ଚେକ୍ ବେଳେ ଏକଥା ନଜରକୁ ଆସିଛି। କାହା ଆଳୁର ଦମ କେତେ ? ୟୁପି ନା ବେଙ୍ଗଲ ଆଳୁ ? ଓଡ଼ିଶା ମାର୍କେଟରେ କିଛି ପଶ୍ଚିମବଙ୍ଗ ଆଳୁ ଥିବାବେଳେ ଅଭାବ ଦୂର ପାଇଁ ମାର୍କେଟକୁ ପଶିଛି ୟୁପି ଆଳୁ। ଦୁଇ ରାଜ୍ୟର ଆଳୁ ମଧ୍ୟରେ ଚାଲିଛି କଡା ଟକ୍କର। କେଉଁ ଆଳୁକୁ ଅଧିକ ପସନ୍ଦ କରୁଛନ୍ତି ଗ୍ରାହକ ? କେଉଁ ଆଳୁ ବ୍ୟବସାୟୀଙ୍କୁ ସୁହାଉଛି ? Also read: କିଏ ହେବ ପିସିସି ସଭାପତି ? ବିତିଗଲାଣି ଅନେକ ଦିନ, ତଥାପି ଖାଲି ପଡିଛି ଆସନଭୁବନେଶ୍ବର ମାର୍କେଟରେ ବେଙ୍ଗଲ ଆଲୁ କିଲୋ ପିଛା ୩୫ ଟଙ୍କା ରହିଛି। ୩ କିଲୋକୁ ୧୦୦ ଟଙ୍କାରେ ବିକ୍ରି ହେଉଛି। ୟୁପି ଆଳୁ କିଲୋ ରହିଛି ୩୦ରୁ ୩୨ ଟଙ୍କା। ସେହିପରି କଟକ ବଜାରକୁ ୟୁପି ଆଳୁ ଆସିଛି। କିନ୍ତୁ ଚାହିଦା ନାହି। ଗ୍ରାହକ ନାକ ଟେକୁଛନ୍ତି । ୟୁପି ଆଳୁ କିଲୋ ୩୫ ଟଙ୍କାରେ ବିକ୍ରି ହେଉଛି। ପଶ୍ଚିମବଙ୍ଗ ଆଳୁ କିଲୋ ରହିଛି ୪୦ ଟଙ୍କା । କେବଳ ଭୁବେଶ୍ବର କି କଟକ ନୁହେଁ, ବ୍ରହ୍ମପୁର ଏବଂ ଜଗତସିଂହପୁରରେ ମଧ୍ୟ ରିୟଲିଟି ଚେକ୍ କରିଥିଲା ନ୍ୟୁଜ ସେଭେ
ଭୁବନେଶ୍ଵର: ଥମୁନି ଆଳୁ ଟେନସନ୍। ମାର୍କେଟରେ ଆଳୁ ଥିଲେ ବି ଟେନସନ୍ କମୁନି। କାରଣ ଆଳୁ ସଙ୍କଟ ଦେଖାଦେବାରୁ ପଶ୍ଚିମବଙ୍ଗ ବଦଳରେ ଉତ୍ତର ପ୍ରଦେଶରୁ ଆଳୁ ମଗାଇଲେ ରାଜ୍ୟ ସରକାର। କିନ୍ତୁ ଏବେ ଦେଖିବାକୁ ମିଳୁଛି ଗ୍ରାହକ ୟୁପି ଆଳୁ ଦେଖି ନାକ ଟେକୁଛନ୍ତି। ସ୍ବାଦ ଦୃଷ୍ଟିରୁ ୟୁପି ଆଳୁ ଓଡ଼ିଶା ଲୋକଙ୍କୁ ପସନ୍ଦ ଆସୁନି। ବିଭିନ୍ନ ସ୍ଥାନରେ ରିଅଲିଟି ଚେକ୍ ବେଳେ ଏକଥା ନଜରକୁ ଆସିଛି।
କାହା ଆଳୁର ଦମ କେତେ ? ୟୁପି ନା ବେଙ୍ଗଲ ଆଳୁ ? ଓଡ଼ିଶା ମାର୍କେଟରେ କିଛି ପଶ୍ଚିମବଙ୍ଗ ଆଳୁ ଥିବାବେଳେ ଅଭାବ ଦୂର ପାଇଁ ମାର୍କେଟକୁ ପଶିଛି ୟୁପି ଆଳୁ। ଦୁଇ ରାଜ୍ୟର ଆଳୁ ମଧ୍ୟରେ ଚାଲିଛି କଡା ଟକ୍କର। କେଉଁ ଆଳୁକୁ ଅଧିକ ପସନ୍ଦ କରୁଛନ୍ତି ଗ୍ରାହକ ? କେଉଁ ଆଳୁ ବ୍ୟବସାୟୀଙ୍କୁ ସୁହାଉଛି ?
Also read: କିଏ ହେବ ପିସିସି ସଭାପତି ? ବିତିଗଲାଣି ଅନେକ ଦିନ, ତଥାପି ଖାଲି ପଡିଛି ଆସନ
ଭୁବନେଶ୍ବର ମାର୍କେଟରେ ବେଙ୍ଗଲ ଆଲୁ କିଲୋ ପିଛା ୩୫ ଟଙ୍କା ରହିଛି। ୩ କିଲୋକୁ ୧୦୦ ଟଙ୍କାରେ ବିକ୍ରି ହେଉଛି। ୟୁପି ଆଳୁ କିଲୋ ରହିଛି ୩୦ରୁ ୩୨ ଟଙ୍କା। ସେହିପରି କଟକ ବଜାରକୁ ୟୁପି ଆଳୁ ଆସିଛି। କିନ୍ତୁ ଚାହିଦା ନାହି। ଗ୍ରାହକ ନାକ ଟେକୁଛନ୍ତି । ୟୁପି ଆଳୁ କିଲୋ ୩୫ ଟଙ୍କାରେ ବିକ୍ରି ହେଉଛି। ପଶ୍ଚିମବଙ୍ଗ ଆଳୁ କିଲୋ ରହିଛି ୪୦ ଟଙ୍କା ।
କେବଳ ଭୁବେଶ୍ବର କି କଟକ ନୁହେଁ, ବ୍ରହ୍ମପୁର ଏବଂ ଜଗତସିଂହପୁରରେ ମଧ୍ୟ ରିୟଲିଟି ଚେକ୍ କରିଥିଲା ନ୍ୟୁଜ ସେଭେନ। ବ୍ରହ୍ମପୁରରେ ପଶ୍ଚିମବଙ୍ଗ ଆଳୁ ୪୦ ଟଙ୍କା ଥିବା ବେଳେ ୟୁପି ଆଳୁ କିଲୋ ରହିଛି ୩୫ ଟଙ୍କା। ଜଗତସିଂହପୁରରେ କିନ୍ତୁ ଉଭୟ ଆଳୁ କେଜି ଦାମ୍ ରହିଛି ୩୫ ଟଙ୍କା।
ଗ୍ରହକଙ୍କ କହିବା କଥା ୟୁପି ଆଳୁ ଅପେକ୍ଷା ବେଙ୍ଗଲ ଆଳୁ ଖାଇବାକୁ ଭଲ। ଅଧିକାଂଶ ବ୍ୟବସାୟୀଙ୍କ ମତ ଉତ୍ତର ପ୍ରଦେଶ ଆଳୁ ଗ୍ରାହକ କିଣିବାକୁ ପସନ୍ଦ କରୁନାହାନ୍ତି । ଏହା ଆକାରରେ ବଡ଼, ଚୋପା ଅତି ପତଳା। ୨ରୁ ୩ ଦିନରେ ଏହା ପଚି ଯାଉଛି । ଅନେକ ସ୍ଥାନରେ ୟୁପି ଆଳୁ ଗ୍ରାହକ କିଣୁ ନ ଥିବାରୁ ବ୍ୟବସାୟୀ ବସ୍ତା ମଧ୍ୟ ଖୋଲୁନାହାନ୍ତି । ଫଳରେ କ୍ଷତି ସହିବାକୁ ପଡୁଛି।