ସାବଧାନ! ମୋବାଇଲ୍ରେ ଭୁଲ୍ କାମ କଲେ ଫସିବେ, ମେସେଜ୍ ଟ୍ୟାପ୍ କରିବେ ସରକାର!
ନୂଆଦିଲ୍ଲୀ: ପୂର୍ବ ଅପେକ୍ଷା ମୋବାଇଲ୍ ଫୋନ୍ ଟ୍ୟାପ୍ କରିବା ଏବେ ସହଜ ହୋଇଛି। କେନ୍ଦ୍ର ସରକାର ଏକ ନୂଆ ଟେଲିକମ୍ୟୁନିକେସନ ନିୟମ ୨୦୨୪ ଜାରି କରିଛନ୍ତି, ଯାହାଦ୍ୱାରା ଆଇନ ଶୃଙ୍ଖଳା ଏବଂ ସୁରକ୍ଷା ଏଜେନ୍ସିମାନଙ୍କୁ କୌଣସି ନିର୍ଦ୍ଦିଷ୍ଟ କାରଣରୁ ମୋବାଇଲ୍ ମେସେଜ ଇଣ୍ଟରସେପ୍ଟ କରିବାକୁ ଅନୁମତି ଦେବ। ନୂଆ ନିୟମ ଅନୁଯାୟୀ, ସୁରକ୍ଷା ଏଜେନ୍ସିମାନେ ୬ ମାସ ପାଇଁ ଜଣେ ବ୍ୟକ୍ତିଙ୍କ ମୋବାଇଲ୍ ମେସେଜ ଟ୍ୟାପ୍ କରିପାରିବେ। କଲ୍ ଇଣ୍ଟରସେପ୍ଟ ନିୟମ ପରି ଏହି ନିୟମ ହୋଇଛି। ମେସେଜ୍ ଟ୍ୟାପ୍ କରିବାକୁ କିଏ ଦେଇପାରିବେ ନିର୍ଦ୍ଦେଶ?ନୂଆ ନିୟମ ଅନୁଯାୟୀ, ଫୋନ୍ ଟ୍ୟାପ୍ କରିବାର ଅନୁମତି କେନ୍ଦ୍ରୀୟ ସ୍ତରରେ ଗୃହ ସଚିବ ଏବଂ ରାଜ୍ୟ ସ୍ତରରେ ମୁଖ୍ୟ ଶାସନ ସଚିବ ଦେଇପାରିବେ। ଏଥିସହିତ ଜରୁରୀକାଳୀନ ସ୍ଥିତିରେ ଆଇଜି ଓ ରାଜ୍ୟ ସରକାରଙ୍କ ଉଚ୍ଚ ପଦବୀ ଅଧିକାରୀମାନେ ମୋବାଇଲ୍ ମେସେଜ୍ ଟ୍ୟାପ୍ କରିବାକୁ ଅନୁମତି ଦେଇପାରିବେ।ଡିସେମ୍ବର ୬ ତାରିଖରେ କେନ୍ଦ୍ର ସରକାର ଜାରି କରିଥିବା ନୋଟିଫିକେସନ ଅନୁସାରେ, ଜରୁରିକାଳୀନ ସ୍ଥିତିରେ ଜାରି କରାଯାଇଥିବା ମୋବାଇଲ୍ ଟ୍ୟାପ୍ର ନିର୍ଦ୍ଦେଶ ଯଦି ୭ ଦିନ ମଧ୍ୟରେ ସମ୍ପର୍କିତ ଅଧିକାରୀଙ୍କ ଦ୍ୱାର ସୁନିଶ୍ଚିତ କରାଯାଏ। ଯଦି ଏପରି ନ ହୁଏ ତେବେ ଟ୍ୟାପ୍ କରାଯାଇଥିବା ମେସେଜ୍କୁ କୌଣସି ବି ପରିସ୍ଥିତିରେ ବ୍ୟବହାର କରଯାଇପାରିବ ନାହିଁ। ଏଥିସହିତ ୨ଦିନ ମଧ୍ୟରେ ଏହାକୁ ଡିଲିଟ୍ କରିବା ଅନିର୍ବାର୍ଯ୍
ନୂଆଦିଲ୍ଲୀ: ପୂର୍ବ ଅପେକ୍ଷା ମୋବାଇଲ୍ ଫୋନ୍ ଟ୍ୟାପ୍ କରିବା ଏବେ ସହଜ ହୋଇଛି। କେନ୍ଦ୍ର ସରକାର ଏକ ନୂଆ ଟେଲିକମ୍ୟୁନିକେସନ ନିୟମ ୨୦୨୪ ଜାରି କରିଛନ୍ତି, ଯାହାଦ୍ୱାରା ଆଇନ ଶୃଙ୍ଖଳା ଏବଂ ସୁରକ୍ଷା ଏଜେନ୍ସିମାନଙ୍କୁ କୌଣସି ନିର୍ଦ୍ଦିଷ୍ଟ କାରଣରୁ ମୋବାଇଲ୍ ମେସେଜ ଇଣ୍ଟରସେପ୍ଟ କରିବାକୁ ଅନୁମତି ଦେବ। ନୂଆ ନିୟମ ଅନୁଯାୟୀ, ସୁରକ୍ଷା ଏଜେନ୍ସିମାନେ ୬ ମାସ ପାଇଁ ଜଣେ ବ୍ୟକ୍ତିଙ୍କ ମୋବାଇଲ୍ ମେସେଜ ଟ୍ୟାପ୍ କରିପାରିବେ। କଲ୍ ଇଣ୍ଟରସେପ୍ଟ ନିୟମ ପରି ଏହି ନିୟମ ହୋଇଛି।
ମେସେଜ୍ ଟ୍ୟାପ୍ କରିବାକୁ କିଏ ଦେଇପାରିବେ ନିର୍ଦ୍ଦେଶ?
ନୂଆ ନିୟମ ଅନୁଯାୟୀ, ଫୋନ୍ ଟ୍ୟାପ୍ କରିବାର ଅନୁମତି କେନ୍ଦ୍ରୀୟ ସ୍ତରରେ ଗୃହ ସଚିବ ଏବଂ ରାଜ୍ୟ ସ୍ତରରେ ମୁଖ୍ୟ ଶାସନ ସଚିବ ଦେଇପାରିବେ। ଏଥିସହିତ ଜରୁରୀକାଳୀନ ସ୍ଥିତିରେ ଆଇଜି ଓ ରାଜ୍ୟ ସରକାରଙ୍କ ଉଚ୍ଚ ପଦବୀ ଅଧିକାରୀମାନେ ମୋବାଇଲ୍ ମେସେଜ୍ ଟ୍ୟାପ୍ କରିବାକୁ ଅନୁମତି ଦେଇପାରିବେ।
ଡିସେମ୍ବର ୬ ତାରିଖରେ କେନ୍ଦ୍ର ସରକାର ଜାରି କରିଥିବା ନୋଟିଫିକେସନ ଅନୁସାରେ, ଜରୁରିକାଳୀନ ସ୍ଥିତିରେ ଜାରି କରାଯାଇଥିବା ମୋବାଇଲ୍ ଟ୍ୟାପ୍ର ନିର୍ଦ୍ଦେଶ ଯଦି ୭ ଦିନ ମଧ୍ୟରେ ସମ୍ପର୍କିତ ଅଧିକାରୀଙ୍କ ଦ୍ୱାର ସୁନିଶ୍ଚିତ କରାଯାଏ। ଯଦି ଏପରି ନ ହୁଏ ତେବେ ଟ୍ୟାପ୍ କରାଯାଇଥିବା ମେସେଜ୍କୁ କୌଣସି ବି ପରିସ୍ଥିତିରେ ବ୍ୟବହାର କରଯାଇପାରିବ ନାହିଁ। ଏଥିସହିତ ୨ଦିନ ମଧ୍ୟରେ ଏହାକୁ ଡିଲିଟ୍ କରିବା ଅନିର୍ବାର୍ଯ୍ୟ ହେବ।
କେନ୍ଦ୍ର ସରକାରଙ୍କ ଏହି ନିୟମକୁ ନେଇ ବିବାଦ ତେଜିପାରେ। କାରଣ ଟ୍ୟାପ୍ ହୋଇଥିବା ବ୍ୟକ୍ତିଗତ ସୂଚନାର ଅପବ୍ୟବହାର ମଧ୍ୟ କରାଯାଇପାରେ। ବେଳେ ବେଳେ ଘରୋଇ କମ୍ପାନୀଗୁଡ଼ିକ ମଧ୍ଯ ଏଭଳି କାମ କରୁଥିବା ବିବାଦ ଉଠୁଛି।
ସରକାରୀ ଏଜେନ୍ସି କୌଣସି ବ୍ୟକ୍ତିଙ୍କ ମେସେଜ୍ ଟ୍ୟାପ୍ କରିବା ପୂର୍ବରୁ ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବାକୁ ପଡ଼ିବ। ଆହୁରି ମଧ୍ୟ, କେଉଁ ଅଧିକାରୀଙ୍କୁ ମେସେଜ୍ ଟ୍ୟାପ୍ କରିବେ ତାଙ୍କ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବାକୁ ପଡ଼ିବ। କେବଳ ସେତିକି ନୁହେଁ ଟ୍ୟାପ୍ କରାଯାଇଥିବା ଡାଟା ଅନୁସାରେ ତଥ୍ୟ ନଷ୍ଟ କରିବାର ସମୟ ମଧ୍ୟ ଉଲ୍ଲେଖ କରିବାକୁ ପଡ଼ିବ। ପ୍ରତି ମାସରେ ଦୁଇଥର ଗତ ୧୫ ଦିନର ସମସ୍ତ ଟ୍ୟାପ୍ କରାଯାଇଥିବା ମେସେଜର ଲିଷ୍ଟ ରିପୋର୍ଟ ସହିତ ସମ୍ପର୍କିତ ମାମାଲାରେ ଦେବାକୁ ପଡ଼ିବ।