ସାମାନ୍ୟ ବର୍ଷାରେ ଗୋଡ଼ି, ମାଟି ଧୋଇଗଲା

ଢେଙ୍କିକୋଟ,୨୬ା୧(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲାର ଲାଇଫ୍‌ ଲାଇନ କୁହାଯାଉଥିବା ପାଣିକୋଇଲି ଠାରୁ ରଜାମୁଣ୍ଡା ୨୦ ନମ୍ବର ରାଜପଥ କଡ଼ ସାଧାରଣ ବର୍ଷାରେ ଧୋଇଯାଇଛି। ବୁଧବାର ହୋଇଥିବା ଝିପିଝିପି ବର୍ଷାରେ ଢେଙ୍କିକୋଟ ବଜାର ମଧ୍ୟ ଦେଇ ଯାଇଥିବା ରାସ୍ତା କଡ଼ରୁ ମାଟି ଗୋଡି ଧୋଇ ହୋଇ ଚଲାପଥ ଉପରେ ଗଦା ହୋଇଛି। ଯାହା ଫଳରେ ଜନସାଧାରଣ ଏବଂ ଯାନବାହନ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ୪ ଲେନ ଥିବା ବେଳେ ବଜାର ମଧ୍ୟରେ ଓଭରବ୍ରିଜ ଥିବାରୁ […] The post ସାମାନ୍ୟ ବର୍ଷାରେ ଗୋଡ଼ି, ମାଟି ଧୋଇଗଲା appeared first on Dharitri Odia News.

ସାମାନ୍ୟ ବର୍ଷାରେ ଗୋଡ଼ି, ମାଟି ଧୋଇଗଲା

ଢେଙ୍କିକୋଟ,୨୬ା୧(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲାର ଲାଇଫ୍‌ ଲାଇନ କୁହାଯାଉଥିବା ପାଣିକୋଇଲି ଠାରୁ ରଜାମୁଣ୍ଡା ୨୦ ନମ୍ବର ରାଜପଥ କଡ଼ ସାଧାରଣ ବର୍ଷାରେ ଧୋଇଯାଇଛି। ବୁଧବାର ହୋଇଥିବା ଝିପିଝିପି ବର୍ଷାରେ ଢେଙ୍କିକୋଟ ବଜାର ମଧ୍ୟ ଦେଇ ଯାଇଥିବା ରାସ୍ତା କଡ଼ରୁ ମାଟି ଗୋଡି ଧୋଇ ହୋଇ ଚଲାପଥ ଉପରେ ଗଦା ହୋଇଛି। ଯାହା ଫଳରେ ଜନସାଧାରଣ ଏବଂ ଯାନବାହନ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ୪ ଲେନ ଥିବା ବେଳେ ବଜାର ମଧ୍ୟରେ ଓଭରବ୍ରିଜ ଥିବାରୁ ତଳେ ଚଲାପଥ ରହିଛି। ଚଲାପଥରେ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟ ଶେଷ ହୋଇପାରିନାହିଁ। ଓଭରବ୍ରିଜ ଉପରେ ଥିବା ମାଟି ଉପରେ ପଥର ପ୍ୟାଚିଂ ହୋଇନାହିଁ। ଫଳରେ ସାମାନ୍ୟ ବର୍ଷାରେ ଗୋଡ଼ି ମାଟି ଧୋଇଯାଉଛି। ଏ ସମ୍ପର୍କରେ ଢେଙ୍କିକୋଟ ବିକାଶ ମଞ୍ଚ ତରଫରୁ ବହୁବାର ପତ୍ର ମାଧ୍ୟମରେ ଏନ୍‌ଏଚ୍‌ଆଇ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି କି ଓଭରବ୍ରିଜ ଉପରେ ଥିବା ମାଟି ଉପରେ ପଥର ପ୍ୟାଚିଂ କରୁନାହାନ୍ତି। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ରାସ୍ତା ଅବସ୍ଥା, ଡ୍ରେନ୍‌ ବ୍ୟବସ୍ଥା ଓ ଆଲୋକୀକରଣ ସମସ୍ୟା ସମାଧାନ ନ କଲେ ଢେଙ୍କିକୋଟ୍‌ ପଞ୍ଚାୟତବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।

The post ସାମାନ୍ୟ ବର୍ଷାରେ ଗୋଡ଼ି, ମାଟି ଧୋଇଗଲା appeared first on Dharitri Odia News.