ମହିଳାଙ୍କୁ କଚାଡ଼ି ଦେଲା ହାତୀ: ହସ୍ପିଟାଲ୍ରେ ଭର୍ତ୍ତି
ରୁପ୍ରାରୋଡ,୨୬।୧୧(ସଞ୍ଜିବ ଦାସ): କଳାହାଣ୍ଡି ଜିଲା ଡମପଦର ଗ୍ରାମରେ ମଙ୍ଗଳବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୂର୍ଣ୍ଣମୀ ବେୱା (୪୦ ) ସକାଳୁ ଶୌଚପାଇଁ ଯାଇଥିବା ବେଳେ ପଟିକିଆ ହାତୀ ହାବୁଡରେ ପଡିଛନ୍ତି। ତାଙ୍କୁ ହାତୀ ଶୁଣ୍ଢରେ ଟେକି କଚାଡି ଦେବାରୁ ସେ ଗୁରୁତର ଆହତ ହେବା ସହ ପଡିରହିଥିଲେ। ଏ ସମ୍ପର୍କରେ ଗ୍ରାମବାସୀ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମହିଳାଙ୍କୁ ଉଦ୍ଧାର କରିଥିଲେ। ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଗୁରୁତର ପୂର୍ଣ୍ଣମୀଙ୍କୁ […] The post ମହିଳାଙ୍କୁ କଚାଡ଼ି ଦେଲା ହାତୀ: ହସ୍ପିଟାଲ୍ରେ ଭର୍ତ୍ତି appeared first on Dharitri Odia News.
ରୁପ୍ରାରୋଡ,୨୬।୧୧(ସଞ୍ଜିବ ଦାସ): କଳାହାଣ୍ଡି ଜିଲା ଡମପଦର ଗ୍ରାମରେ ମଙ୍ଗଳବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୂର୍ଣ୍ଣମୀ ବେୱା (୪୦ ) ସକାଳୁ ଶୌଚପାଇଁ ଯାଇଥିବା ବେଳେ ପଟିକିଆ ହାତୀ ହାବୁଡରେ ପଡିଛନ୍ତି। ତାଙ୍କୁ ହାତୀ ଶୁଣ୍ଢରେ ଟେକି କଚାଡି ଦେବାରୁ ସେ ଗୁରୁତର ଆହତ ହେବା ସହ ପଡିରହିଥିଲେ। ଏ ସମ୍ପର୍କରେ ଗ୍ରାମବାସୀ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମହିଳାଙ୍କୁ ଉଦ୍ଧାର କରିଥିଲେ। ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଗୁରୁତର ପୂର୍ଣ୍ଣମୀଙ୍କୁ ଚିକିତ୍ସା ନିମନ୍ତେ କେସିଙ୍ଗା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ଏନେଇ ରୁପ୍ରାରୋଡ ଫରେଷ୍ଟର୍ ଯଶୋବନ୍ତ ପାତ୍ର ଖବର ପାଇ ତୁରନ୍ତ କେସିଙ୍ଗା ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଚିକିତ୍ସା ବ୍ୟବସ୍ଥା କରାଇଥିବା ଜଣାପଡିଛି।
The post ମହିଳାଙ୍କୁ କଚାଡ଼ି ଦେଲା ହାତୀ: ହସ୍ପିଟାଲ୍ରେ ଭର୍ତ୍ତି appeared first on Dharitri Odia News.