ପାହାଡ଼ ଜଙ୍ଗଲରେ ନିଆଁ
ଦାମନଯୋଡ଼ି,୨୧ା୪(ମାନସ ରଞ୍ଜନ କର): ଲୋକ ସଚେତନତା ଅଭାବରୁ ଜଙ୍ଗଲରେ ନିଆଁ ହୁତୁହୁତୁ ହୋଇ ଜଳୁଛି। ଜଙ୍ଗଲ ପାହାଡ଼ ନିଆଁ ଯୋଗୁ ଜଙ୍ଗଲ ଜୀବଜନ୍ତୁ ଭୟଭୀତ ହୋଇପଡ଼ିଥିବା ବେଳେ ଦିନର ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ନିଆଁର ଉତ୍ତାପରେ ଆଖପାଖ ଗ୍ରାମର ଲୋକେ ଅତିଷ୍ଠ ହୋଇପଡୁଛନ୍ତି। ଏଭଳି ଦୃଶ୍ୟ ଶୁକ୍ରବାର ରାତିରେ କୋରାପୁଟ ଜିଲାର ଦାମନଯୋଡ଼ି ଉପକଣ୍ଠସ୍ଥ ତରଲାନ୍ଧଗୁଡ଼ା ଗ୍ରାମ ତଥା ପେଟ୍ରୋଲ ପମ୍ପ ନିକଟରେ ଥିବା ପାହାଡ଼ ଜଙ୍ଗଲରେ ଦେଖିବାକୁ ମିଳିଛି। ତେବେ ଏହା ମନୁଷ୍ୟକୃତ ବୋଲି ଜଣାପଡୁଛି। […] The post ପାହାଡ଼ ଜଙ୍ଗଲରେ ନିଆଁ appeared first on Dharitri Odia News.
ଦାମନଯୋଡ଼ି,୨୧ା୪(ମାନସ ରଞ୍ଜନ କର): ଲୋକ ସଚେତନତା ଅଭାବରୁ ଜଙ୍ଗଲରେ ନିଆଁ ହୁତୁହୁତୁ ହୋଇ ଜଳୁଛି। ଜଙ୍ଗଲ ପାହାଡ଼ ନିଆଁ ଯୋଗୁ ଜଙ୍ଗଲ ଜୀବଜନ୍ତୁ ଭୟଭୀତ ହୋଇପଡ଼ିଥିବା ବେଳେ ଦିନର ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ନିଆଁର ଉତ୍ତାପରେ ଆଖପାଖ ଗ୍ରାମର ଲୋକେ ଅତିଷ୍ଠ ହୋଇପଡୁଛନ୍ତି। ଏଭଳି ଦୃଶ୍ୟ ଶୁକ୍ରବାର ରାତିରେ କୋରାପୁଟ ଜିଲାର ଦାମନଯୋଡ଼ି ଉପକଣ୍ଠସ୍ଥ ତରଲାନ୍ଧଗୁଡ଼ା ଗ୍ରାମ ତଥା ପେଟ୍ରୋଲ ପମ୍ପ ନିକଟରେ ଥିବା ପାହାଡ଼ ଜଙ୍ଗଲରେ ଦେଖିବାକୁ ମିଳିଛି। ତେବେ ଏହା ମନୁଷ୍ୟକୃତ ବୋଲି ଜଣାପଡୁଛି। ତେବେ ଏହି ନିଆଁ ପାହାଡ଼ ଜଙ୍ଗଲ ଅତିକ୍ରମ କରି ଗ୍ରାମ ଆଡ଼କୁ କ୍ଷୀପ୍ର ଗତିରେ ମାଡ଼ି ଆସୁଥିବା ଦେଖି ଲୋକେ ଭୟଭୀତ ହୋଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବରପାଇ ସିଆଇଏସ୍ଏଫ୍ ଦାମନଯୋଡ଼ିର ଅଗ୍ନିଶମ ବିଭାଗ ଯବାନମାନେ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପ୍ରତିବର୍ଷ ଏହି ସମୟରେ ଅଧିକାଂଶ ଜଙ୍ଗଲ ଓ ପାହାଡ଼ରେ ନିଆଁ ଲାଗୁଥିବା ବେଳେ ବର୍ତ୍ତମାନ ଅଞ୍ଚଳରେ ବେଣ୍ଟ ଯାତ୍ରା ସହ ଜଙ୍ଗଲରେ ଶିକାର ଚାଲିଛି ତେଣୁ ହୁଏତ କେହି ଜାଣିଶୁଣି ଏଭଳି ନିଆଁ ଲଗାଇଥାଇ ପାରେ ବୋଲି ଅନୁମାନ କରାଯାଉଛି। ଏଥିପାଇଁ ଜିଲା ପ୍ରଶାସନ ଏବଂ ଜଙ୍ଗଲ ବିଭାଗ ପକ୍ଷରୁ ଦୃଢ଼ ପଦକ୍ଷେପ ନେବାକୁ ଦାବି ହୋଇଛି।
The post ପାହାଡ଼ ଜଙ୍ଗଲରେ ନିଆଁ appeared first on Dharitri Odia News.