ବିବାହ ପୂର୍ବରୁ ମାରିଦେଲା ହସ, ଡାକ୍ତରଖାନାରେ…
ହାଇଦ୍ରାବାଦ,୨୧।୨: ହାଇଦ୍ରାବାଦର ଜଣେ ୨୮ ବର୍ଷୀୟ ବ୍ୟକ୍ତି ବିବାହ ପୂର୍ବରୁ ନିଜ ହସକୁ ପ୍ରଭାବୀ କରିବା ପାଇଁ ଏକ ଡେଣ୍ଟାଲ କ୍ଲିନିକ୍କୁ ଯାଇଥିଲେ। ସେଠାରେ ଚିକିତ୍ସା ପୂର୍ବରୁ ତାଙ୍କୁ ଅତ୍ୟଧିକ ନିଶ୍ଚେତକ ଦିଆଯିବାରୁ ତାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଲକ୍ଷ୍ମୀ ନାରାୟଣଙ୍କ ଘର ଲୋକେ ଏକ ବିବୃତିରେ ଜଣାଇଛନ୍ତି, ଗତ ୧୬ ତାରିଖରେ ସେ ଏକ ‘ସ୍ମାଇଲ୍ ଡିଜାଇନିଂ ପ୍ରୋସିଡ୍ୟୁର’ ପାଇଁ ଉକ୍ତ କ୍ଲିନିକ୍କୁ ଯାଇଥିଲେ। କିଛି ସମୟ ପରେ ଲକ୍ଷ୍ମୀ ହଠାତ୍ […] The post ବିବାହ ପୂର୍ବରୁ ମାରିଦେଲା ହସ, ଡାକ୍ତରଖାନାରେ… appeared first on Dharitri Odia News.
ହାଇଦ୍ରାବାଦ,୨୧।୨: ହାଇଦ୍ରାବାଦର ଜଣେ ୨୮ ବର୍ଷୀୟ ବ୍ୟକ୍ତି ବିବାହ ପୂର୍ବରୁ ନିଜ ହସକୁ ପ୍ରଭାବୀ କରିବା ପାଇଁ ଏକ ଡେଣ୍ଟାଲ କ୍ଲିନିକ୍କୁ ଯାଇଥିଲେ। ସେଠାରେ ଚିକିତ୍ସା ପୂର୍ବରୁ ତାଙ୍କୁ ଅତ୍ୟଧିକ ନିଶ୍ଚେତକ ଦିଆଯିବାରୁ ତାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଲକ୍ଷ୍ମୀ ନାରାୟଣଙ୍କ ଘର ଲୋକେ ଏକ ବିବୃତିରେ ଜଣାଇଛନ୍ତି, ଗତ ୧୬ ତାରିଖରେ ସେ ଏକ ‘ସ୍ମାଇଲ୍ ଡିଜାଇନିଂ ପ୍ରୋସିଡ୍ୟୁର’ ପାଇଁ ଉକ୍ତ କ୍ଲିନିକ୍କୁ ଯାଇଥିଲେ। କିଛି ସମୟ ପରେ ଲକ୍ଷ୍ମୀ ହଠାତ୍ ଚେତାଶୂନ୍ୟ ହୋଇଯାଇଥିବା କ୍ଲିନିକ୍ ପକ୍ଷରୁ ତାଙ୍କ ବାପାଙ୍କୁ ଖବର ଦିଆଯାଇଥିଲା। ପରିବାର ଲୋକେ ନିକଟସ୍ଥ ସେହି କ୍ଲିନିକ୍କୁ ଧାଇଁଥିଲେ। ସେମାନେ ସେଠାରେ ପହଞ୍ଚତ୍ବା ପରେ ଲକ୍ଷ୍ମୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଇତିମଧ୍ୟରେ ଲକ୍ଷ୍ମୀଙ୍କ ପରିବାର ପକ୍ଷରୁ ଡେଣ୍ଟାଲ କ୍ଲିନିକ୍ ବିରୋଧରେ ଆଇପିସି ଦଫା ୩୦୪-ଏ (ଅବହେଳା ଯୋଗୁ ମୃତ୍ୟୁ) ବଳରେ ଏତଲା ଦିଆଯାଇଛି। ଅତ୍ୟଧିକ ଆନାସ୍ଥେସିଆ ଦିଆଯିବାରୁ ତାଙ୍କ ମୃତ୍ୟୁ ଘଟିଥିବା ଏଫ୍ଆଇଆର୍ରେ ଉଲ୍ଲେଖ କରାଯାଇଛି। ପୋଲିସ ଉକ୍ତ କ୍ଲିନିକ୍ର ସିସିଟିଭି ଫୁଟେଜ୍ ଯାଞ୍ଚ କରି ଅଧିକ ତଦନ୍ତ ଚଳାଇଛି।
The post ବିବାହ ପୂର୍ବରୁ ମାରିଦେଲା ହସ, ଡାକ୍ତରଖାନାରେ… appeared first on Dharitri Odia News.