ଜମ୍ମୁ -କଶ୍ମୀରରେ ଜିତିବା ପରେ ଆସିଲା ରାହୁଲଙ୍କ ବଡ଼ ପ୍ରତିକ୍ରିୟା, କହିଦେଲେ ଏମିତି…

ନୂଆଦିଲ୍ଲୀ,୯।୧୦: ହରିୟାଣା, ଜମ୍ମୁ -କଶ୍ମୀରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଫଳାଫଳ ପରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି। ସେ ହରିୟାଣାର କଂଗ୍ରେସ କର୍ମୀଙ୍କୁ ସିଂହ ବୋଲି କହି ଧନ୍ୟବାଦ ଜଣାଇଛନ୍ତି। ଜମ୍ମୁ-କଶ୍ମୀରରେ ଏନ୍‌ସି ସହିତ କଂଗ୍ରେସ ଚମତ୍କାର ପ୍ରଦର୍ଶନ କରିଛି। ଏ ସମ୍ପର୍କରେ କଂଗ୍ରେସ ଏମ୍‌ପି କହିଛନ୍ତି, ଜମ୍ମୁ-କଶ୍ମୀରବାସୀଙ୍କୁ ହୃଦୟରୁ ଧନ୍ୟବାଦ। ରାଜ୍ୟରେ ଇଣ୍ଡିଆ ମିଳିତ ମଞ୍ଚର ବିଜୟ ସମ୍ବିଧାନର ବିଜୟ। ଏହା ଗଣତାନ୍ତ୍ରିକ ଆତ୍ମ ସମ୍ମାନର ବିଜୟ। ଏଥର ହରିୟାଣାରେ କୃଷକ […] The post ଜମ୍ମୁ -କଶ୍ମୀରରେ ଜିତିବା ପରେ ଆସିଲା ରାହୁଲଙ୍କ ବଡ଼ ପ୍ରତିକ୍ରିୟା, କହିଦେଲେ ଏମିତି… appeared first on Dharitri Odia News.

ଜମ୍ମୁ -କଶ୍ମୀରରେ ଜିତିବା ପରେ ଆସିଲା ରାହୁଲଙ୍କ ବଡ଼ ପ୍ରତିକ୍ରିୟା, କହିଦେଲେ ଏମିତି…

ନୂଆଦିଲ୍ଲୀ,୯।୧୦: ହରିୟାଣା, ଜମ୍ମୁ -କଶ୍ମୀରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଫଳାଫଳ ପରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି। ସେ ହରିୟାଣାର କଂଗ୍ରେସ କର୍ମୀଙ୍କୁ ସିଂହ ବୋଲି କହି ଧନ୍ୟବାଦ ଜଣାଇଛନ୍ତି। ଜମ୍ମୁ-କଶ୍ମୀରରେ ଏନ୍‌ସି ସହିତ କଂଗ୍ରେସ ଚମତ୍କାର ପ୍ରଦର୍ଶନ କରିଛି। ଏ ସମ୍ପର୍କରେ କଂଗ୍ରେସ ଏମ୍‌ପି କହିଛନ୍ତି, ଜମ୍ମୁ-କଶ୍ମୀରବାସୀଙ୍କୁ ହୃଦୟରୁ ଧନ୍ୟବାଦ। ରାଜ୍ୟରେ ଇଣ୍ଡିଆ ମିଳିତ ମଞ୍ଚର ବିଜୟ ସମ୍ବିଧାନର ବିଜୟ। ଏହା ଗଣତାନ୍ତ୍ରିକ ଆତ୍ମ ସମ୍ମାନର ବିଜୟ।

ଏଥର ହରିୟାଣାରେ କୃଷକ ଓ କୁସ୍ତି ପ୍ରସଙ୍ଗରେ ୧୦ ବର୍ଷ ପରେ କ୍ଷମତାକୁ ଫେରିବାକୁ କଂଗ୍ରେସ ଆଶା କରିଥିଲା, କିନ୍ତୁ ତାହା ହୋଇପାରିଲା ନାହିଁ। ହରିୟାଣାରେ ହ୍ୟାଟ୍ରିକ ସ୍କୋର କରି ଭାଜପା ଏକ ବଡ଼ ବିଜୟ ହାସଲ କରିଛି। ହରିୟାଣାରେ କଂଗ୍ରେସର ପରାଜୟକୁ ନେଇ ଦଳର ନେତା ରାହୁଲ ଗାନ୍ଧୀ ଫଳାଫଳକୁ ବିଶ୍ଳେଷଣ କରିବା ବିଷୟରେ କହିଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଆମେ ହରିୟାଣାର ଅପ୍ରତ୍ୟାଶିତ ଫଳାଫଳକୁ ବିଶ୍ଳେଷଣ କରୁଛୁ। ବହୁ ବିଧାନସଭା ନିର୍ବାଚନମଣ୍ଡଳୀରୁ ଆସିଥିବା ଅଭିଯୋଗ ସମ୍ପର୍କରେ ଆମେ ନିର୍ବାଚନ ଆୟୋଗଙ୍କୁ ଜଣାଇବୁ। ହରିୟାଣାର ସମସ୍ତ ଲୋକଙ୍କୁ ସମର୍ଥନ ପାଇଁ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ।

The post ଜମ୍ମୁ -କଶ୍ମୀରରେ ଜିତିବା ପରେ ଆସିଲା ରାହୁଲଙ୍କ ବଡ଼ ପ୍ରତିକ୍ରିୟା, କହିଦେଲେ ଏମିତି… appeared first on Dharitri Odia News.