‘ହତାଶ ହୋଇପଡ଼ିଛନ୍ତି ପାଣ୍ଡ୍ୟା,ଅଛନ୍ତି ଚାପରେ’
ନୂଆଦିଲ୍ଲୀ,୪।୫: ହାର୍ଦ୍ଦିକ ପାଣ୍ଡ୍ୟା ଥକି ଯାଇଥିବା, ହତାଶ ଏବଂ ଚାପରେ ଥିବା ଭଳି ଦୃଶ୍ୟମାନ ହେଉଛନ୍ତି। କିଛି ଏଭଳି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଆରୋନ ଫିଞ୍ଚ ଏବଂ ଗ୍ରିମ୍ ସ୍ମିଥ୍। ଶୁକ୍ରବାର ଓ୍ବାଙ୍ଖଡେ ଷ୍ଟାଡିୟମରେ ତାଙ୍କୁ ପୁଣିଥରେ ହୁଟିଂର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଦଳ କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମୁକାବିଲା ହାରିଯିବା ପରେ ପ୍ଲେଅଫ୍ରେ ସ୍ଥାନ ପାଇବା ଏକ ପ୍ରକାର ଅସମ୍ଭବ ମନେ ହେଉଛି। ଷ୍ଟାର ସ୍ପୋଟ୍ସକୁ ଫିଞ୍ଚ କହିଛନ୍ତି, ପାଣ୍ଡ୍ୟା ବର୍ତ୍ତମାନ ବହୁତ […] The post ‘ହତାଶ ହୋଇପଡ଼ିଛନ୍ତି ପାଣ୍ଡ୍ୟା,ଅଛନ୍ତି ଚାପରେ’ appeared first on Dharitri Odia News.
ନୂଆଦିଲ୍ଲୀ,୪।୫: ହାର୍ଦ୍ଦିକ ପାଣ୍ଡ୍ୟା ଥକି ଯାଇଥିବା, ହତାଶ ଏବଂ ଚାପରେ ଥିବା ଭଳି ଦୃଶ୍ୟମାନ ହେଉଛନ୍ତି। କିଛି ଏଭଳି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଆରୋନ ଫିଞ୍ଚ ଏବଂ ଗ୍ରିମ୍ ସ୍ମିଥ୍। ଶୁକ୍ରବାର ଓ୍ବାଙ୍ଖଡେ ଷ୍ଟାଡିୟମରେ ତାଙ୍କୁ ପୁଣିଥରେ ହୁଟିଂର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଦଳ କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମୁକାବିଲା ହାରିଯିବା ପରେ ପ୍ଲେଅଫ୍ରେ ସ୍ଥାନ ପାଇବା ଏକ ପ୍ରକାର ଅସମ୍ଭବ ମନେ ହେଉଛି।
ଷ୍ଟାର ସ୍ପୋଟ୍ସକୁ ଫିଞ୍ଚ କହିଛନ୍ତି, ପାଣ୍ଡ୍ୟା ବର୍ତ୍ତମାନ ବହୁତ ନିରାଶ ଏବଂ ଥକି ଯାଇଥିବା ମନେ ହେଉଛନ୍ତି। ଏଭଳି ଲାଗୁଛି ସେ ବହୁତ ଚାପରେ ଅଛନ୍ତି। ମୋତେ ସେଭଳି ଲାଗୁଛି। ମୁଁ ନିଜେ ସେଭଳି ସ୍ଥିତି ଦେଇ ଗତି କରିଛି, ଯେତେବେଳେ ତୁମେ ବ୍ୟକ୍ତିଗତ ଭାବେ କିଛି କରିବାକୁ ଚେଷ୍ଟା କରୁଥିବ ହେଲେ ତାହା ସମ୍ଭବ ହେଉ ନ ଥିବା। ଯେତେବେଳେ ଟିମ୍ ଭଲ ଖେଳୁ ନ ଥିବ ସେତେବେଳେ ଚାପରେ ନ ରହିବା ସମ୍ଭବ ନୁହେଁ। ଅଧିନାୟକ ଭାବେ ଦଳର ପ୍ରଦର୍ଶନର ସମାଲୋଚନାକୁ ତୁମେ ଶୁଣିଥାଅ। ସେଭଳି ସ୍ଥାନରେ ରହିବା କଷ୍ଟକର। ବିଶେଷକରି ଏହି ଟୁର୍ନାମେଣ୍ଟରେ ଯେଉଁଥିରେ ଏହା ବହୁତ କ୍ରୁର ହୋଇଥାଏ।
ସେହିଭଳି ଦକ୍ଷିଣ ଆଫ୍ରିକା ମହାନ ଅଧିନାୟକ ଗ୍ରୀମ ସ୍ମିଥ୍ କହିଛନ୍ତି, ମୁମ୍ବାଇ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଦିଗହୀନ ମନେ ହେଉଛି। ସେଥିରେ ଅନେକ ପରିବର୍ତ୍ତନ କରାଯାଇଛି। ସେ ବାସ୍ତବରେ ଚାପରେ ଅଛନ୍ତି।
The post ‘ହତାଶ ହୋଇପଡ଼ିଛନ୍ତି ପାଣ୍ଡ୍ୟା,ଅଛନ୍ତି ଚାପରେ’ appeared first on Dharitri Odia News.