ନୂତନ ଟଗ୍‌ବୋଟ୍‌ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ସୋନୱାଲ

ପାରାଦୀପ,୩।୩(ଶରତ ରାଉତ): ପାରାଦୀପ ବନ୍ଦର ୱେଟବେସିନଠାରେ ଶନିବାର ସାରେ ଏକ ନୂତନ ଟଗ୍‌ବୋଟ୍‌ର ଉଦ୍‌ଘାଟିତ ହୋଇଯାଇଛି। ଆଭାସି ଜରିଆରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏହାକୁ ଶୁଭାରମ୍ଭ କରିଛନ୍ତି। ଆତ୍ମନିର୍ଭର ଭାରତ ଯୋଜନା ଅଧୀନରେ ଏହି ଟଗ୍‌ବୋଟ୍‌ ସାମିଲ ହୋଇଛି। ଏହା ବୃହତ୍‌ ଜାହାଜଗୁଡ଼ିକୁ ବର୍ଥିଂ କରିବାରେ ସହଯୋଗ କରିବ। ୪୪ କୋଟି ଟଙ୍କା ବ୍ୟୟରେ ଏହି ବୋଟ୍‌କୁ ଏକ ଘରୋଇ ସଂସ୍ଥା ଆଗାମୀ ୭ ବର୍ଷ ପର୍ଯ୍ୟନ୍ତ ପରିଚାଳନା କରିବ। ସେଥିପାଇଁ ପାରାଦୀପ […] The post ନୂତନ ଟଗ୍‌ବୋଟ୍‌ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ସୋନୱାଲ appeared first on Dharitri Odia News.

ନୂତନ ଟଗ୍‌ବୋଟ୍‌ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ସୋନୱାଲ

ପାରାଦୀପ,୩।୩(ଶରତ ରାଉତ): ପାରାଦୀପ ବନ୍ଦର ୱେଟବେସିନଠାରେ ଶନିବାର ସାରେ ଏକ ନୂତନ ଟଗ୍‌ବୋଟ୍‌ର ଉଦ୍‌ଘାଟିତ ହୋଇଯାଇଛି। ଆଭାସି ଜରିଆରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏହାକୁ ଶୁଭାରମ୍ଭ କରିଛନ୍ତି। ଆତ୍ମନିର୍ଭର ଭାରତ ଯୋଜନା ଅଧୀନରେ ଏହି ଟଗ୍‌ବୋଟ୍‌ ସାମିଲ ହୋଇଛି। ଏହା ବୃହତ୍‌ ଜାହାଜଗୁଡ଼ିକୁ ବର୍ଥିଂ କରିବାରେ ସହଯୋଗ କରିବ। ୪୪ କୋଟି ଟଙ୍କା ବ୍ୟୟରେ ଏହି ବୋଟ୍‌କୁ ଏକ ଘରୋଇ ସଂସ୍ଥା ଆଗାମୀ ୭ ବର୍ଷ ପର୍ଯ୍ୟନ୍ତ ପରିଚାଳନା କରିବ। ସେଥିପାଇଁ ପାରାଦୀପ ବନ୍ଦର ୮୧ କୋଟି ଟଙ୍କା ଖର୍ଚ୍ଚ କରିବ। ଉଦ୍‌ଘାଟନୀ ସ୍ଥଳରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ. ହାରାନ୍ଧ, ଉପାଧ୍ୟକ୍ଷ ନୀଳାଭ୍ର ଦାସଗୁପ୍ତାଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିସହ ଏକ ଭାମ୍ୟମାଣ ହେଲ୍‌ଥ ଚିକିତ୍ସା ଭ୍ୟାନ ମଧ୍ୟ ଉଦ୍‌ଘାଟିତ ହୋଇଯାଇଛି। ଏହା ପାଶର୍‌ବବର୍ତ୍ତୀ ଗ୍ରାମାଞ୍ଚଳରେ ପ୍ରାଥମିକ ଚିକିତ୍ସା ସେବା ଯୋଗାଇବ ବୋଲି ହାରାନ୍ଧ ସୂଚନା ଦେଇଥିଲେ।

The post ନୂତନ ଟଗ୍‌ବୋଟ୍‌ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ସୋନୱାଲ appeared first on Dharitri Odia News.