ଶେଷରେ କ୍ଷମା ମାଗିଲେ ସଲ୍ମାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି
ନୂଆଦିଲ୍ଲୀ,୨୧ା୧୦:ବଲିଉଡ୍ ଅଭିନେତାଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଏଥିପାଇଁ ସୋମବାର କ୍ଷମା ମାଗିଛନ୍ତି। ଭୁଲ୍ବଶତଃ ଉକ୍ତ ହ୍ବାଟ୍ସଆପ୍ ବାର୍ତ୍ତା ପଠାଯାଇଥିଲା ବୋଲି ସେ କହିଛନ୍ତି। ଏନ୍ସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ଗ୍ୟାଙ୍ଗ୍ଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ହିଟ୍ଲିଷ୍ଟରେ ସଲ୍ମାନ ଥିବା ଖବର ପ୍ରକାଶ ପାଇଥିଲା। ୩ ଦିନ ପୂର୍ବର ସଲ୍ମାନ ଖାନ୍ଙ୍କଠାରୁ ୫ କୋଟି ଟଙ୍କା ଦାବିକରି ଏକ ଧମକପୂର୍ଣ୍ଣ ବାର୍ତ୍ତା ମୁମ୍ବାଇ ଟ୍ରାଫିକ୍ ପୋଲିସକୁ ମିଳିଥିଲା। ୫ କୋଟି ଦେଲେ ଗ୍ୟାଙ୍ଗଷ୍ଟର୍ ବିଷ୍ଣୋଇଙ୍କ ସହ […] The post ଶେଷରେ କ୍ଷମା ମାଗିଲେ ସଲ୍ମାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି appeared first on Dharitri Odia News.
ନୂଆଦିଲ୍ଲୀ,୨୧ା୧୦:ବଲିଉଡ୍ ଅଭିନେତାଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଏଥିପାଇଁ ସୋମବାର କ୍ଷମା ମାଗିଛନ୍ତି। ଭୁଲ୍ବଶତଃ ଉକ୍ତ ହ୍ବାଟ୍ସଆପ୍ ବାର୍ତ୍ତା ପଠାଯାଇଥିଲା ବୋଲି ସେ କହିଛନ୍ତି। ଏନ୍ସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ଗ୍ୟାଙ୍ଗ୍ଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ହିଟ୍ଲିଷ୍ଟରେ ସଲ୍ମାନ ଥିବା ଖବର ପ୍ରକାଶ ପାଇଥିଲା। ୩ ଦିନ ପୂର୍ବର ସଲ୍ମାନ ଖାନ୍ଙ୍କଠାରୁ ୫ କୋଟି ଟଙ୍କା ଦାବିକରି ଏକ ଧମକପୂର୍ଣ୍ଣ ବାର୍ତ୍ତା ମୁମ୍ବାଇ ଟ୍ରାଫିକ୍ ପୋଲିସକୁ ମିଳିଥିଲା। ୫ କୋଟି ଦେଲେ ଗ୍ୟାଙ୍ଗଷ୍ଟର୍ ବିଷ୍ଣୋଇଙ୍କ ସହ ଶତ୍ରୁତା ଶେଷ ହେବ। ଟଙ୍କା ପୈଠ ନ କଲେ ସଲ୍ମାନଙ୍କୁ ବାବା ସିଦ୍ଦିକିଙ୍କ ଦଶା ଭୋଗିବାକୁ ପଡ଼ିବ ବୋଲି ବାର୍ତ୍ତାରେ ଧମକ ଦିଆଯାଇଥିଲା। ଝାଡ଼ଖଣ୍ଡରୁ ଉକ୍ତ ବାର୍ତ୍ତା ଆସିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା।
The post ଶେଷରେ କ୍ଷମା ମାଗିଲେ ସଲ୍ମାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି appeared first on Dharitri Odia News.