ସଫଳ UPSC ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, କହିଲେ- ‘ଭାରତ ଅବସରରେ ସମୃଦ୍ଧ’

ନୂଆଦିଲ୍ଲୀ ୧୬।୪: ସଂଘ ଲୋକସେବା ଆୟୋଗ ମଙ୍ଗଳବାର ୨୦୨୩ ସିଭିଲ ସେବା ପରୀକ୍ଷାର ଚୂଡାନ୍ତ ଫଳାଫଳ ଜାରି କରିଛନ୍ତି। ଏଥିରେ ମୋଟ ୧,୦୧୬ଜଣଙ୍କ ଚୟନ ହୋଇଛି। ଏଥିରୁ ଆଇଏଏସ୍ ପାଇଁ ୧୮୦, ଆଇପିଏସ୍ ପାଇଁ ୨୦୦ ଓ ଆଇଏଫଏସ ପାଇଁ ୩୭ ଜଣଙ୍କ ଚୟନ ହୋଇଛି। ଏଥିରେ ବହୁ ସଂଖ୍ୟକ ପ୍ରାର୍ଥୀ ଅଛନ୍ତି ଯେଉଁମାନେ ସଫଳ ହୋଇପାରିନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଫଳ ସିଭିଲ ସେବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇ ମଙ୍ଗଳବାର କହିଛନ୍ତି ଯେ ସେମାନଙ୍କ ପ୍ରୟାଶ ଆଗାମୀ ସମୟରେ ଆମ ଦେଶର ଭବିଷ୍ୟତକୁ ଆକାର ଦେବ। I congratulate all those who have successfully cleared the Civil Services Examination, 2023. Their hard work, perseverance and dedication has paid off, marking the start of a promising career in public service. Their efforts will shape the future of our nation in the times to…— Narendra Modi (@narendramodi) April 16, 2024ଏ ନେଇ ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ପୋଷ୍ଟ କରିଥିବା ବେଳେ ପ୍ରତିଷ୍ଠିତ ସରକାରୀ ସେବା ନିମନ୍ତେ ଅସଫଳ ପ୍ରାର୍ଥୀଙ୍କ ସହ ମଧ୍ୟ ଯୋଗାଯୋଗ ସ୍ଥାପନା କରିଛନ୍ତି ଓ କହିଛନ୍ତି ସେମାନଙ୍କ ନିକଟରେ ଆଗକୁ ସଫଳତାର ସମ୍ଭାବନା ରହିଛି। ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ ଅବସରରେ ସମୃଦ୍ଧ ଓ ସେମାନଙ୍କ ପ୍ରତିଭା ବାସ୍ତବରେ ଚମକିପାର

ସଫଳ UPSC ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, କହିଲେ- ‘ଭାରତ ଅବସରରେ ସମୃଦ୍ଧ’

ନୂଆଦିଲ୍ଲୀ ୧୬।୪: ସଂଘ ଲୋକସେବା ଆୟୋଗ ମଙ୍ଗଳବାର ୨୦୨୩ ସିଭିଲ ସେବା ପରୀକ୍ଷାର ଚୂଡାନ୍ତ ଫଳାଫଳ ଜାରି କରିଛନ୍ତି। ଏଥିରେ ମୋଟ ୧,୦୧୬ଜଣଙ୍କ ଚୟନ ହୋଇଛି। ଏଥିରୁ ଆଇଏଏସ୍ ପାଇଁ ୧୮୦, ଆଇପିଏସ୍ ପାଇଁ ୨୦୦ ଓ ଆଇଏଫଏସ ପାଇଁ ୩୭ ଜଣଙ୍କ ଚୟନ ହୋଇଛି। ଏଥିରେ ବହୁ ସଂଖ୍ୟକ ପ୍ରାର୍ଥୀ ଅଛନ୍ତି ଯେଉଁମାନେ ସଫଳ ହୋଇପାରିନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଫଳ ସିଭିଲ ସେବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇ ମଙ୍ଗଳବାର କହିଛନ୍ତି ଯେ ସେମାନଙ୍କ ପ୍ରୟାଶ ଆଗାମୀ ସମୟରେ ଆମ ଦେଶର ଭବିଷ୍ୟତକୁ ଆକାର ଦେବ। 


ଏ ନେଇ ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ପୋଷ୍ଟ କରିଥିବା ବେଳେ ପ୍ରତିଷ୍ଠିତ ସରକାରୀ ସେବା ନିମନ୍ତେ ଅସଫଳ ପ୍ରାର୍ଥୀଙ୍କ ସହ ମଧ୍ୟ ଯୋଗାଯୋଗ ସ୍ଥାପନା କରିଛନ୍ତି ଓ କହିଛନ୍ତି ସେମାନଙ୍କ ନିକଟରେ ଆଗକୁ ସଫଳତାର ସମ୍ଭାବନା ରହିଛି। ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ ଅବସରରେ ସମୃଦ୍ଧ ଓ ସେମାନଙ୍କ ପ୍ରତିଭା ବାସ୍ତବରେ ଚମକିପାରେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ସେହିମାନଙ୍କୁ ଶୁଭେଚ୍ଛା ଜଣାଉଛି ଯେଉଁମାନେ ସିଭିଲ ସେବା ପରୀକ୍ଷା ୨୦୨୩ରେ ସଫଳତାର ସହ ଉତୀର୍ଣ୍ଣ ହୋଇଛନ୍ତି। 


ସେମାନଙ୍କ କଠିନ ପରିଶ୍ରମ, ଦୃଢତା ଓ ସମର୍ପଣ ସାକାର ହୋଇଛି, ଯାହା ଦ୍ୱାରା ସାର୍ବଜନିକ ସେବାରେ ଏକ ଆଶାଜନକ କ୍ୟାରିୟର ଆରମ୍ଭ ହୋଇପାରିଛି। ସେମାନଙ୍କୁ ମୋର ଶୁଭ କାମନା। ମୁଁ ସେମାନଙ୍କୁ ମଧ୍ୟ କହିବାକୁ ଚାହୁଁଛି ଯେଉଁମାନେ ସିଭିଲ ସର୍ଭିସ ପରୀକ୍ଷାରେ ଆଶା କରୁଥିବା ସଫଳତା ପାଇ ପାରି ନାହାନ୍ତି। ଅସଫଳତା କଠିନ ହୋଇପାରେ, ହେଲେ ମନେ ରଖ ଏହା ଆପଣଙ୍କ ଯାତ୍ରାର ଅନ୍ତ ନୁହେଁ। ପରୀକ୍ଷାରେ ସଫଳ ହେବା ପାଇଁ ଆଗକୁ ସମ୍ଭାବନା ରହିଛି। 


ସିଭିଲ ସର୍ଭିସ ପରୀକ୍ଷା ୨୦୨୩ରେ ୬୬୪ ପୁରୁଷ, ୩୫୨ ମହିଳାଙ୍କ ସମେତ ମୋଟ୧,୦୧୬ ଜଣ କୃତୀତ୍ୱର ସହ ଉତୀର୍ଣ୍ଣ ହୋଇଛନ୍ତି ଓ ବିଭିନ୍ନ ସେବାରେ ନିଯୁକ୍ତି ନିମନ୍ତେ ସଂଘ ଲୋକ ସେବା ଆୟୋଗ (ୟୁପିଏସସି) ଦ୍ୱାରା ସେମାନଙ୍କ ନାମ ସୁପାରିଶ କରାଯାଇଛି।